Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସୂୟଶ ଶର୍ମା vs ଶୁବମନ ଗିଲ୍: ଆଉଟ୍ ପରେ ଏମିତି ଚିଡ଼ାଇଲେ ଯେ ସବୁଠି ଚର୍ଚ୍ଚା

IPL 2026

IPL Viral / ସୂୟଶ ଶର୍ମା vs ଶୁବମନ ଗିଲ୍: ଆଉଟ୍ ପରେ ଏମିତି ଚିଡ଼ାଇଲେ ଯେ ସବୁଠି ଚର୍ଚ୍ଚା

Debashree Debasmita Sahoo
Browse all articles by Debashree Debasmita Sahoo
·6 days ago·2 min read
ସୂୟଶ ଶର୍ମା vs ଶୁବମନ ଗିଲ୍: ଆଉଟ୍ ପରେ ଏମିତି ଚିଡ଼ାଇଲେ ଯେ ସବୁଠି ଚର୍ଚ୍ଚା
IPL Viral

Key Points

ସୂୟଶ ଶର୍ମାଙ୍କ ଘାତକ ଜାଲରେ ଫସିଲେ ଗିଲ୍
ଆଉଟ୍ ପରେ ଏମିତି ଚିଡ଼ାଇଲେ ଯେ ସବୁଠି ଚର୍ଚ୍ଚା
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ଆଇପିଏଲ ୨୦୨୬ର ୩୩ତମ ମ୍ୟାଚ୍ ଗୁଜରାଟ ଟାଇଟନ୍ସ ଏବଂ ଆରସିବି ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଗୁଜରାଟ ଅଧିନାୟକ ଶୁବମନ ଗିଲ ୩୨ ରନ୍ କରି ଆଉଟ ହୋଇଥିଲେ । ତାଙ୍କୁ ଆରସିବିର ଲେଗ୍ ସ୍ପିନର ସୂୟଶ ଶର୍ମା ନିଜର ଜାଲରେ ଫସାଇବାରେ ସକ୍ଷମ ହୋଇଥିଲେ । ଗିଲ୍ ୩୨ ରନ୍ କରିଥିଲେ ସତ, କିନ୍ତୁ ସେ ସାଇ ସୁଦର୍ଶନଙ୍କ ସହିତ ୧୨୮ ରନର ପାର୍ଟନରସିପ୍ କରିନେଇଥିଲେ । ଏଣୁ ପାର୍ଟନରସିପ୍ ଭାଙ୍ଗିବା ପାଇଁ ଆରସିବି ପାଇଁ ଏହି ୱିକେଟ୍ ବେଶ ଗୁରୁତ୍ଵପୂର୍ଣ୍ଣ ଥିଲା । କିନ୍ତୁ ଏହାପରେ ପଡ଼ିଆରେ ଯାହା ହେଲା ତାକୁ ନେଇ ଏବେ ବେଶ ଚର୍ଚ୍ଚା ।

୧୩ ତମ ଓଭରରେ ଦେବଦତ୍ତ ପାଡିକଲ ସୂୟଶ ଶର୍ମାଙ୍କ ବୋଲିଂରେ ଶୁବମନ ଗିଲଙ୍କ କ୍ୟାଚ୍ ଧରିଥିଲେ । ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସୂୟଶ ଶର୍ମା ଗିଲଙ୍କୁ ଆଉଟ୍ କରିବା ପରେ ସେଲିବ୍ରେସନ କରିଥିଲେ । ଗିଲ୍ ସାଧାରଣତଃ ଶତକ ହାସଲ କରିବା ପରେ ମୁଣ୍ଡ ନୁଆଁଇ ଏକ ନିଆରା ଢଙ୍ଗରେ ସେଲିବ୍ରେସନ କରନ୍ତି । ତେବେ ସୂୟଶ ତାଙ୍କ ୱିକେଟ ନେବା ସମୟରେ ମଧ୍ୟ ଠିକ୍ ସେହିପରି ଢଙ୍ଗରେ ସେଲିବ୍ରେସନ କରି ତାଙ୍କୁ ଚିଡ଼ାଇଥିଲେ । ଗିଲ୍ ୨୦୨୩ରେ ଆରସିବି ବିପକ୍ଷରେ ଶତକ ହାସଲ କରିଥିଲେ । ସେ ଶତକ ହାସଲ କରିବା ପରେ 'ବୋ ଡାଉନ୍' ସେଲିବ୍ରେସନ୍ ମଧ୍ୟ କରିଥିଲେ ।

  • ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା
ଗିଲଙ୍କୁ କପି କରି ସୂୟଶ ତାଙ୍କ ପରି ସେଲିବ୍ରେସନ୍ କରିବା ପରେ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଉଭୟ ଦଳର ଫ୍ୟାନ୍ସ ପରସ୍ପର ମଧ୍ୟରେ ଏହାକୁ ନେଇ ଟାର୍ଗେଟ କରୁଛନ୍ତି । ଗିଲଙ୍କ ଫ୍ୟାନ୍ସ ଏହି ସେଲିବ୍ରେସନ ଲାଗି ସୂୟଶଙ୍କୁ ସମାଲୋଚନା କରିଥିବା ଦେଖିବାକୁ ମିଳିଛି । ସେପଟେ 'ସୂୟଶଙ୍କ ଏପରି ସେଲିବ୍ରେସନର ଆବଶ୍ୟକତା ଥିଲା' ବୋଲି ଜଣେ ଏକ୍ସ ୟୁଜର ଲେଖିଛନ୍ତି ।



  • ସାଇ ସୁଦର୍ଶନଙ୍କ ଶତକ ସତ୍ତ୍ୱେ ଗୁଜରାଟ ହାରିଲା
ଏହି ମ୍ୟାଚରେ RCB ଚମତ୍କାର ପ୍ରଦର୍ଶନ କରି ଗୁଜରାଟ ଟାଇଟାନ୍ସକୁ ୫ ୱିକେଟରେ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୩ ୱିକେଟ୍‌ରେ ୨୦୫ ରନ୍ କରିଥିଲା । ଦଳ ପାଇଁ ଓପନର୍ ସାଇ ସୁଦର୍ଶନ ଶତକ ହାସଲ କରିଥିଲେ । ସେ ୫୮ ବଲରେ ୧୧ଟି ଚୌକା ଏବଂ ୫ଟି ଛକା ସହାୟତାରେ ୧୦୦ ରନ୍ କରିଥିଲେ । RCB ୧୯ତମ ଓଭରରେ ଲକ୍ଷ୍ୟ ହାସଲ କରିଥିଲା । ବିରାଟ କୋହଲି ଏବଂ ଦେବଦତ୍ତ ପାଡିକଲ ବିଜୟର ହିରୋ ସାଜିଥିଲେ ।

ପଢନ୍ତୁ ଏହି ଖବର: ଖାତା ଖୋଲିପାରିନଥାନ୍ତେ; ଜୀବନ ଦାନ ପାଇ ମ୍ୟାଚ୍ ଜିତାଇଦେଲେ କୋହଲି

ବିରାଟ ୪୪ ବଲରେ ୮୧ ରନ୍ କରିଥିଲେ, ଯେତେବେଳେ ପାଡିକଲ ୨୭ ବଲରେ ୫୫ ରନ୍ କରିଥିଲେ । ଦୁହେଁ ୫୯ ବଲରେ ଦ୍ୱିତୀୟ ୱିକେଟ୍‌ ପାଇଁ ୧୧୫ ରନ୍ ଯୋଡ଼ିଥିଲେ । ଡିଫେଣ୍ଡିଂ ଚାମ୍ପିଅନ୍ RCB ୭ ମ୍ୟାଚରେ ୫ ବିଜୟ ସହିତ ୧୦ ପଏଣ୍ଟ୍‌ ପାଇଛି ଏବଂ ଟେବୁଲ୍‌ରେ ଦ୍ୱିତୀୟ ସ୍ଥାନରେ ଅଛି । ସେପଟେ ଚଳିତ ଟୁର୍ଣ୍ଣାମେଣ୍ଟରେ ୭ଟି ମ୍ୟାଚ୍‌ ପରେ ଗୁଜରାଟର କେବଳ ୬ ପଏଣ୍ଟ୍‌ ହାସଲ କରିଛି । ଦଳର ନେଟ୍‌ ରେଟ୍‌ ମଧ୍ୟ ନକାରାତ୍ମକ, ଯାହା ଯୋଗୁଁ ଦଳ ଟେବୁଲରେ ସପ୍ତମ ସ୍ଥାନରେ ଅଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored