|
logo
Live

Argus News - ବିରାଟ କୋହଲିଙ୍କୁ ଡିଫେଣ୍ଡ କଲେ ଅମୀଷା...ଜର୍ମାନ ମଡେଲଙ୍କ ଫଟୋକୁ ଲାଇକ କରିବା କଣ ପାପ?

IPL 2026

Virat Kohli Controversy / ବିରାଟ କୋହଲିଙ୍କୁ ଡିଫେଣ୍ଡ କଲେ ଅମୀଷା...ଜର୍ମାନ ମଡେଲଙ୍କ ଫଟୋକୁ ଲାଇକ କରିବା କଣ ପାପ?

Ritu Das
Browse all articles by Ritu Das
·2 hours ago·2 min read
ବିରାଟ କୋହଲିଙ୍କୁ ଡିଫେଣ୍ଡ କଲେ ଅମୀଷା...ଜର୍ମାନ ମଡେଲଙ୍କ ଫଟୋକୁ ଲାଇକ କରିବା କଣ ପାପ?
IPL

Key Points

କାଲିଠାରୁ ସୋସିଆଲ ମିଡିଆରେ ବିରାଟ କୋହଲିଙ୍କୁ ନେଇ ଝଡ଼
ଜର୍ମାନ ମଡେଲ ଏବଂ ଇନଫ୍ଲୁଏନ୍ସର ଲିଜାଲାଜଙ୍କ ଏକ ଫଟୋକୁ ଲାଇକ୍ କରି ଅଡ଼ୁଆରେ

କାଲିଠାରୁ ସୋସିଆଲ ମିଡିଆରେ ବିରାଟ କୋହଲିଙ୍କୁ ନେଇ ଝଡ଼ ସୃଷ୍ଟି ହୋଇଛି। ଆଉ ଏହି ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ଭାରତୀୟ କ୍ରିକେଟର୍ ବିରାଟ କୋହଲି ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ, ଏଥର ଚର୍ଚ୍ଚାରେ ରହିବାର କାରଣ ଅନ୍ୟକିଛି। କଥା ହେଉଛି କ୍ରିକେଟରଙ୍କ ଏକ ଲାଇକ୍‌କୁ ନେଇ ସୋସିଆଲ ମିଡିଆରେ ଖୁବ୍ ଆଲୋଚନା ହେଉଛି। ବିରାଟ ଇନଷ୍ଟାଗ୍ରାମରେ ଜର୍ମାନ ମଡେଲ ଏବଂ ଇନଫ୍ଲୁଏନ୍ସର ଲିଜାଲାଜଙ୍କ ଏକ ଫଟୋକୁ ଲାଇକ୍ କରିଛନ୍ତି, ଯାହା ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛି। ଯାହାପରେ କ୍ରିକେଟରଙ୍କୁ ଖୁବ୍ ଟ୍ରୋଲ୍ କରାଯାଉଛି। ଏଥିମଧ୍ୟରେ ବିରାଟଙ୍କ ସପୋର୍ଟରେ ବାହରିଛନ୍ତି ଅଭିନେତ୍ରୀ ଅମିଷା ପଟେଲ। ସେ ଏପରି ଏକ ପ୍ରତିକ୍ରିୟା ଦେଇଛନ୍ତି ଯାହା ଟ୍ରୋଲରମାନଙ୍କୁ ଚୁପ୍ କରିଦେଇଛି।

ଏହାସହ ପଢ଼ନ୍ତୁ: ଆଇପିଏଲ ଇତିହାସରେ KKRର ଲଜ୍ଜାଜନକ ପରାସ୍ତ: ୫ଓ୍ବିକେଟରେ ଜିତିଲା ଗୁଜୁରାଟ

ଅମିଷା ପଟେଲଙ୍କ ପ୍ରତିକ୍ରିୟାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଯେଉଁଥିରେ ପାପାରାଜ୍ଜି ତାଙ୍କୁ ବିରାଟ କୋହଲିଙ୍କ ଲାଇକ୍ ଏବଂ ଟ୍ରୋଲିଂ ବିଷୟରେ ପ୍ରଶ୍ନ କରୁଛନ୍ତି, "ବିରାଟ କୋହଲି ଜଣେ ଜର୍ମାନ ମଡେଲଙ୍କ ଫଟୋକୁ ଲାଇକ୍ କରିଥିଲେ ଏବଂ ଏହା ହଇଚଇ ସୃଷ୍ଟି କରିଛି। ତେବେ, ଜଣେ ସେଲିବ୍ରିଟି କ'ଣ କାହାର ଫଟୋକୁ ଲାଇକ୍ କରିପାରିବେ ନାହିଁ?" ଏହାର ଉତ୍ତରରେ ଅଭିନେତ୍ରୀ କହିଛନ୍ତି, "କାହିଁକି? ମୁଁ ବୁଝିପାରୁନାହିଁ। କିଛି ଲାଇକ୍ କରିବା କ'ଣ ପାପ? ତାଙ୍କୁ ଇନଷ୍ଟାଗ୍ରାମକୁ, ତାଙ୍କ ଇଚ୍ଛା, ଯାହାକୁ ଚାହିଁବେ ଲାଇକ୍ କରିବେ।"
ଅମିଷା ଟ୍ରୋଲର୍ସଙ୍କୁ ଜବାବ ଦେଇ ଆହୁରି କହିଛନ୍ତି, "ଲୋକମାନେ କେବଳ ଟ୍ରୋଲ୍ କରିବା ଜାଣନ୍ତି; ସେମାନଙ୍କର ଅନ୍ୟ କୌଣସି କାମ ନାହିଁ। ଭଲ କାମକୁ ପସନ୍ଦ କରିବା ଏକ ଭଲ କଥା। ନୁହେଁ କି? ସେମାନଙ୍କର ଇନଷ୍ଟାଗ୍ରାମ ସେମାନଙ୍କର ପସନ୍ଦ। ପ୍ରକୃତରେ, ଟ୍ରୋଲ୍ କରିବା ଏକ ପାପ। କାହାକୁ ପସନ୍ଦ କରିବା ପାପ ନୁହେଁ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Virat Kohli Controversy: ବିରାଟ କୋହଲିଙ୍କୁ ଡିଫେଣ୍ଡ କଲେ ଅମୀଷା...ଜର୍ମାନ ମଡେଲଙ୍କ ଫଟୋକୁ ଲାଇକ କରିବା କଣ ପାପ? | Argus News