IPL New Rules / ହୋଟେଲରୁ ଡ୍ରେସିଂରୁମ ପର୍ଯ୍ୟନ୍ତ, ନିୟମ ମାନିବାକୁ ବାଧ୍ୟ; ନହେଲେ....
·13 hours ago·2 min read

Key Points
IPLରେ ନିୟମକୁ କଡ଼ାକଡ଼ି କଲା ବିସିସିଆଇ
ହୋଟେଲରୁ ଡ୍ରେସିଂରୁମ ପର୍ଯ୍ୟନ୍ତ ନିୟମ ମାନିବା ବାଧ୍ୟ
ନହେଲେ ସମ୍ପୃକ୍ତ କ୍ରିକେଟରଙ୍କ ବିରୋଧରେ ନିଆଯିବ ଆକ୍ସନ

ଭାରତର ଲୋକପ୍ରିୟ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ଜାରି ଥିବାବେଳେ ନିୟମକୁ କଡ଼ାକଡ଼ି କରିଛି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) । ଲଗାତାର ସାମ୍ନାକୁ ଆସୁଥିବା ବିବାଦ, ପ୍ରୋଟୋକଲ୍ ଉଲ୍ଳଙ୍ଘନ ଓ କ୍ରିକେଟରଙ୍କ ସହିତ ଅନ୍ୟ ଲୋକଙ୍କୁ ଦେଖାଯିବା ପରେ ବିସିସିଆଇ ସମସ୍ତ ୧୦ଟି ଫ୍ରାଞ୍ଚାଇଜକୁ ନୂଆ ଆଡଭାଇଜରି ଜାରି କରିଛି । ବିସିସିଆଇ ସଚିବ ଦେବଜିତ୍ ସୌକିୟାଙ୍କ ଦ୍ଵାରା ପଠାଯାଇଥିବା ୮ ପୃଷ୍ଠାରେ ଆଡଭାଇଜରିରେ ଖେଳାଳି, ସପୋର୍ଟ ଷ୍ଟାଫ୍, ଟିମ ମାଲିକ, ହୋଟେଲ ଭିଜିଟ୍ସ ଓ ଡ୍ରେସିଂ ରୁମ୍ ଆକ୍ସେସ ନେଇ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି ।
କଣ ରହିଛି ନୂଆ ଗାଇଡଲାଇନ୍ ?
ହନିଟ୍ରାପ୍ କଥା ଉଠାଇଲେ BCCI ?
ଏହି ଆଡଭାଇଜରିର ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଯେ ବିସିସିଆଇ ପ୍ରଥମ ଥର ଲାଗି 'ହନିଟ୍ରାପ୍' ଭଳି ବିପଦ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ବୋର୍ଡ କହିଛି ଯେ ଏପରି ହାଇ-ପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟରେ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ଟାର୍ଗେଟ କରାଯାଇପାରେ, ଯାହାଦ୍ଵାରା ଗମ୍ଭୀର ଆଇନ ଓ ସୁରକ୍ଷା ସମସ୍ୟା ସୃଷ୍ଟି ହୋଇପାରେ । ଏଥିଲାଗି ବୋର୍ଡ ସମସ୍ତ ଖେଳାଳିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି । କୌଣସି ବି ନିୟମ ଉଲ୍ଲଙ୍ଘନକୁ ବରଦାସ୍ତ କରାଯିବନାହିଁ ବୋଲି ବୋର୍ଡ କହିଛନ୍ତି ।
ଯିବାଆସିବା ଉପରେ ବି କଡ଼ା ନିୟମ
ଏବେ ବିସିସିଆଇ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ମୁଭମେଣ୍ଟ ଉପରେ ମଧ୍ୟ ନୂଆ ନିୟମ ଜାରି କରିଛି । ଏବେ ଟିମ୍ ହୋଟେଲ ଛାଡ଼ିବା ପୂର୍ବରୁ SLO ଓ TIOଙ୍କ ମଞ୍ଜୁରୀ ନେବାକୁ ପଡ଼ିବ । ଯଦି ବାହାରକୁ ଯିବାର ଅଛି, ତେବେ ଏ ସମ୍ପର୍କରେ ପୂର୍ବରୁ ସୂଚନା ଦେବାକୁ ପଡ଼ିବ । ଖେଳାଳିଙ୍କ ପ୍ରତିଟି ମୁଭମେଣ୍ଟର ରେକର୍ଡକୁ ରଖାଯିବ । ବିସିସିଆଇ କେବଳ ଖେଳାଳିଙ୍କ ନିକଟତମ ଲୋକଙ୍କଠାରୁ ନାରାଜ ନାହାନ୍ତି, ବରଂ କିଛି ଟିମ ମାଲିକ ଓ ଅଧିକାରୀଙ୍କ ବ୍ୟବହାରକୁ ନେଇ ଆପତ୍ତି ଉଠାଇଛନ୍ତି । ଆଡଭାଇଜରିରେ କୁହାଯାଇଛି ଯେ କିଛି ଟିମ ମାଲିକ ମ୍ୟାଚ୍ ସମୟରେ ଖେଳାଳିଙ୍କ ସହିତ କଥା ହେବା, ମୈଦାନକୁ ଓହ୍ଲାଉଛନ୍ତି, ଯାହାକି ନିୟମର ଉଲ୍ଲଙ୍ଘନ ।
ମ୍ୟାଚ୍ ବେଳେ କରିପାରିବେନି ଏହି କାମ
ନୂଆ ଏସଓପିରେ କୁହାଯାଇଛି ଯେ ଖେଳାଳିମାନେ ଇ-ସିଗାରେଟ୍ ଓ ପ୍ରତିବନ୍ଧକ ଲଗାଯାଇଥିବା ସମସ୍ତ ପଦାର୍ଥକୁ ଟିମ ହୋଟେଲ, ଡ୍ରେସିଂ ରୁମ୍, ଡଗଆଉଟ୍ ଓ ଅଭ୍ୟାସ କରୁଥିବା ସ୍ଥାନରେ ବ୍ୟବହାର କରିପାରିବେ ନାହିଁ । ବିସିସିଆଇ ସ୍ପଷ୍ଟ କରିଛି ଯେ ଯେଉଁ ଖେଳାଳି ନିୟମର ଉଲ୍ଲଙ୍ଘନ କରିବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପିରିକି ମୋଟା ଅଙ୍କର ଜୋରିମାନା ଲଗାଇବା ସହିତ ସେମାନଙ୍କୁ IPLରୁ ବ୍ୟାନ୍ ମଧ୍ୟ କରାଯାଇପାରେ ।
ପଢନ୍ତୁ ଏହି ଖବର: IPL 2026 ଫାଇନାଲ୍: ଏବେ ଚିନ୍ନାସ୍ୱାମୀ ନୁହେଁ, ଧର୍ମଶାଳାରେ କ୍ୱାଲିଫାୟର୍ ….ଏହି ଗ୍ରାଉଣ୍ଡରେ ହେବ ଫାଇନାଲ ମ୍ୟାଚ
ସୂଚନା ଥାଉ କି, ଚଳିତ ଆଇପିଏଲ ସିଜିନରେ ଅନେକ କ୍ରିକେଟର ନିୟମର ଉଲ୍ଲଙ୍ଘନ କରିଛନ୍ତି । ଯେପରିକି ରାଜସ୍ଥାନ ରୟାଲ୍ସର କ୍ୟାପ୍ଟେନ ଭେପିଂ ବିବାଦ, ରୋମି ଭିଣ୍ଡରର ଡଗଆଉଟରେ ଫୋନ ବ୍ୟବହାର କରିବା, ଖେଳାଳିଙ୍କ ସହିତ ବାରମ୍ବାର ଅନ୍ୟ ଲୋକଙ୍କୁ ଦେଖାଯିବା ସାମିଲ ।
କଣ ରହିଛି ନୂଆ ଗାଇଡଲାଇନ୍ ?
- ଏବେ କୌଣସି ବି ବ୍ୟକ୍ତି ଅର୍ଥାତ କ୍ରିକେଟରଙ୍କ ସହିତ ତାଙ୍କର ଯେକୌଣସି ସମ୍ପର୍କ ଥିଲେ ସୁଦ୍ଧା ସେ ବିନା ଲିଖିତ ଅନୁମତିରେ ହୋଟେଲ ରୁମରେ ପ୍ରବେଶ କରିପାରିବେ ନାହିଁ ।
- ଅତିଥିମାନେ କେବଳ ହୋଟେଲ ଲବି କିମ୍ବା ସାର୍ବଜନୀନ ସ୍ଥାନରେ କ୍ରିକେଟରଙ୍କୁ ଦେଖା କରିପାରିବେ ।
- ଟିମ୍ ମ୍ୟାନେଜରଙ୍କ ଅନୁମତି ବିନା କୌଣସି ବି ବ୍ୟକ୍ତିଙ୍କୁ କ୍ରିକେଟରଙ୍କ ରୁମ ପର୍ଯ୍ୟନ୍ତ ଯିବାକୁ ଅନୁମତି ମିଳିବ ନାହିଁ । ବିସିସିଆଇ ଏହାକୁ ସିଧାସଳଖ ସୁରକ୍ଷା ଓ ନିୟମର ଅବମାନନା ବୋଲି କହିଛି ।
ହନିଟ୍ରାପ୍ କଥା ଉଠାଇଲେ BCCI ?
ଏହି ଆଡଭାଇଜରିର ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଯେ ବିସିସିଆଇ ପ୍ରଥମ ଥର ଲାଗି 'ହନିଟ୍ରାପ୍' ଭଳି ବିପଦ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ବୋର୍ଡ କହିଛି ଯେ ଏପରି ହାଇ-ପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟରେ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ଟାର୍ଗେଟ କରାଯାଇପାରେ, ଯାହାଦ୍ଵାରା ଗମ୍ଭୀର ଆଇନ ଓ ସୁରକ୍ଷା ସମସ୍ୟା ସୃଷ୍ଟି ହୋଇପାରେ । ଏଥିଲାଗି ବୋର୍ଡ ସମସ୍ତ ଖେଳାଳିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି । କୌଣସି ବି ନିୟମ ଉଲ୍ଲଙ୍ଘନକୁ ବରଦାସ୍ତ କରାଯିବନାହିଁ ବୋଲି ବୋର୍ଡ କହିଛନ୍ତି ।
ଯିବାଆସିବା ଉପରେ ବି କଡ଼ା ନିୟମ
ଏବେ ବିସିସିଆଇ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ମୁଭମେଣ୍ଟ ଉପରେ ମଧ୍ୟ ନୂଆ ନିୟମ ଜାରି କରିଛି । ଏବେ ଟିମ୍ ହୋଟେଲ ଛାଡ଼ିବା ପୂର୍ବରୁ SLO ଓ TIOଙ୍କ ମଞ୍ଜୁରୀ ନେବାକୁ ପଡ଼ିବ । ଯଦି ବାହାରକୁ ଯିବାର ଅଛି, ତେବେ ଏ ସମ୍ପର୍କରେ ପୂର୍ବରୁ ସୂଚନା ଦେବାକୁ ପଡ଼ିବ । ଖେଳାଳିଙ୍କ ପ୍ରତିଟି ମୁଭମେଣ୍ଟର ରେକର୍ଡକୁ ରଖାଯିବ । ବିସିସିଆଇ କେବଳ ଖେଳାଳିଙ୍କ ନିକଟତମ ଲୋକଙ୍କଠାରୁ ନାରାଜ ନାହାନ୍ତି, ବରଂ କିଛି ଟିମ ମାଲିକ ଓ ଅଧିକାରୀଙ୍କ ବ୍ୟବହାରକୁ ନେଇ ଆପତ୍ତି ଉଠାଇଛନ୍ତି । ଆଡଭାଇଜରିରେ କୁହାଯାଇଛି ଯେ କିଛି ଟିମ ମାଲିକ ମ୍ୟାଚ୍ ସମୟରେ ଖେଳାଳିଙ୍କ ସହିତ କଥା ହେବା, ମୈଦାନକୁ ଓହ୍ଲାଉଛନ୍ତି, ଯାହାକି ନିୟମର ଉଲ୍ଲଙ୍ଘନ ।
ମ୍ୟାଚ୍ ବେଳେ କରିପାରିବେନି ଏହି କାମ
ନୂଆ ଏସଓପିରେ କୁହାଯାଇଛି ଯେ ଖେଳାଳିମାନେ ଇ-ସିଗାରେଟ୍ ଓ ପ୍ରତିବନ୍ଧକ ଲଗାଯାଇଥିବା ସମସ୍ତ ପଦାର୍ଥକୁ ଟିମ ହୋଟେଲ, ଡ୍ରେସିଂ ରୁମ୍, ଡଗଆଉଟ୍ ଓ ଅଭ୍ୟାସ କରୁଥିବା ସ୍ଥାନରେ ବ୍ୟବହାର କରିପାରିବେ ନାହିଁ । ବିସିସିଆଇ ସ୍ପଷ୍ଟ କରିଛି ଯେ ଯେଉଁ ଖେଳାଳି ନିୟମର ଉଲ୍ଲଙ୍ଘନ କରିବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପିରିକି ମୋଟା ଅଙ୍କର ଜୋରିମାନା ଲଗାଇବା ସହିତ ସେମାନଙ୍କୁ IPLରୁ ବ୍ୟାନ୍ ମଧ୍ୟ କରାଯାଇପାରେ ।
ପଢନ୍ତୁ ଏହି ଖବର: IPL 2026 ଫାଇନାଲ୍: ଏବେ ଚିନ୍ନାସ୍ୱାମୀ ନୁହେଁ, ଧର୍ମଶାଳାରେ କ୍ୱାଲିଫାୟର୍ ….ଏହି ଗ୍ରାଉଣ୍ଡରେ ହେବ ଫାଇନାଲ ମ୍ୟାଚ
ସୂଚନା ଥାଉ କି, ଚଳିତ ଆଇପିଏଲ ସିଜିନରେ ଅନେକ କ୍ରିକେଟର ନିୟମର ଉଲ୍ଲଙ୍ଘନ କରିଛନ୍ତି । ଯେପରିକି ରାଜସ୍ଥାନ ରୟାଲ୍ସର କ୍ୟାପ୍ଟେନ ଭେପିଂ ବିବାଦ, ରୋମି ଭିଣ୍ଡରର ଡଗଆଉଟରେ ଫୋନ ବ୍ୟବହାର କରିବା, ଖେଳାଳିଙ୍କ ସହିତ ବାରମ୍ବାର ଅନ୍ୟ ଲୋକଙ୍କୁ ଦେଖାଯିବା ସାମିଲ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories