|
logo
Live

Argus News - ବୁମରାହଙ୍କ ୟର୍କର ବ୍ରେକଡାଉନ… ବିଶ୍ବକପରେ ହିରୋ ଥିଲେ ଆଉ ଏବେ ଜିରୋ…୪ଟି ମ୍ୟାଚରେ ଲଗାତାର ଫ୍ଲପ

IPL 2026

IPL Controversy / ବୁମରାହଙ୍କ ୟର୍କର ବ୍ରେକଡାଉନ… ବିଶ୍ବକପରେ ହିରୋ ଥିଲେ ଆଉ ଏବେ ଜିରୋ…୪ଟି ମ୍ୟାଚରେ ଲଗାତାର ଫ୍ଲପ

Ritu Das
Browse all articles by Ritu Das
·3 hours ago·2 min read
ବୁମରାହଙ୍କ ୟର୍କର ବ୍ରେକଡାଉନ… ବିଶ୍ବକପରେ ହିରୋ ଥିଲେ ଆଉ ଏବେ ଜିରୋ…୪ଟି ମ୍ୟାଚରେ ଲଗାତାର ଫ୍ଲପ
India

Key Points

ଦଳର ଭେଟେରାନ ୟର୍କର କିଙ୍ଗ୍ ବୋଲର ଯଶପ୍ରୀତ ବୁମରାହ ଏପର୍ଯ୍ୟନ୍ତ ଫର୍ମକୁ ଫେରି ନାହାନ୍ତି 
ଏ ପର୍ଯ୍ୟନ୍ତ ବୁମରାହ ୪ଟି ମ୍ୟାଚ ଖେଳି ସାରିଲେଣି
କିନ୍ତୁ ୱିକେଟ୍ ଖାତା ଖୋଲି ପାରି ନାହାନ୍ତି

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲରେ ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିଲା । କିନ୍ତୁ ପରବର୍ତ୍ତୀ ୩ଟି ମ୍ୟାଚରେ ପରାସ୍ତ ହୋଇଛି । ସବୁଠୁ ବଡ଼ କଥା ହେଉଛି, ଦଳର ଭେଟେରାନ ୟର୍କର କିଙ୍ଗ୍ ବୋଲର ଯଶପ୍ରୀତ ବୁମରା ଏପର୍ଯ୍ୟନ୍ତ ଫର୍ମକୁ ଫେରି ନାହାନ୍ତି । ସିଜନରେ ଏ ପର୍ଯ୍ୟନ୍ତ ବୁମରାହ ୪ଟି ମ୍ୟାଚ ଖେଳି ସାରିଲେଣି । କିନ୍ତୁ ୱିକେଟ୍ ଖାତା ଖୋଲି ପାରି ନାହାନ୍ତି । ଯାହା ଏବେ ଦଳ ଏବଂ ପ୍ରଶଂସକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ମନେ ହେଉଛ ଆଇପିଏଲରେ ବୁମରାଙ୍କ ଭୟ ଯୁଗ ସରିଛି ।

କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ବୁମରା ୪ ଓଭର ବୋଲିଂ କରି ୫୧ ରନ ଦେଇଥିଲେ । ୱିକେଟ୍ ପାଇ ନଥିଲେ । ଦଳ ଏହି ମ୍ୟାଚରେ ବିଜୟୀ ହୋଇଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୪ ଓଭର ବୋଲିଂ କରି ୨୧ ରନ୍ ଦେଇଥିଲେ । ସେମିତି ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୩ ଓଭର ବୋଲିଂ କରି ୩୨ ରନ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ୪ ଓଭର ବୋଲିଂ କରି କରି ୩୫ ରନ୍ ଦେଇଥିଲେ । ଦଳ ଏ ସମସ୍ତ ମ୍ୟାଚରେ ପରାଜିତ ହୋଇଛି । ୨୦୧୪ ସିଜନରେ ମଧ୍ୟ ବୁମରାଙ୍କ ସହ ଏଭଳି ଘଟିଥିଲା । କ୍ରମାନ୍ୱୟରେ ୪ଟି ମ୍ୟାଚରେ ସେ ୱିକେଟ୍ ପାଇ ପାରିନଥିଲେ ।

ଚଳିତ ଆଇପିଏଲ ସିଜିନ ୧୯ ଏଯାବତ୍ ବୁମରାଙ୍କ ପାଇଁ ନୈରାଶ୍ୟଜନକ ରହିଛି । ୱିକେଟ୍ ହାସଲ ପାଇଁ ବ୍ୟାକୁଳ ଅଛନ୍ତି ବୁମରା ।
ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬ରେ ଯଶପ୍ରୀତ ବୁମରା ବରୁଣ ଚକ୍ରବର୍ତ୍ତୀଙ୍କ ସହ ସଯୁକ୍ତ ସର୍ବାଧିକ ୱିକେଟ ହାସଲକାରୀ ହୋଇଥିଲେ । ସେ ୧୪ଟି ୱିକେଟ୍ ଅକ୍ତିଆର କରିଥିଲେ । କିନ୍ତୁ ଚଳିତ ଆଇପିଏଲରେ ଏଯାବତ ଫ୍ଲପ୍ ଆରମ୍ଭ କରିଛନ୍ତି । ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୁମ୍ବାଇ ଇଣ୍ଡିଆନ୍ସକୁ ୧୮ରନରେ ହରାଇଥିଲା । ଏହା ଦଳର ବ୍ୟାକ ଟୁ ବ୍ୟାକ୍ ତୃତୀୟ ପରାଜୟ । ଆରସିବି ଶୀର୍ଷକ୍ରମ ବ୍ୟାଟର ପିଲ ସଲ୍ଟ ୭୮ରନ୍, ଅଧିନାୟକ ରଜତ ପାଟିଦାର ୫୩ ଏବଂ କୋହଲି ୫୦ ରନ୍ କରିଥିଲେ । ମୁମ୍ବାଇ ୪ଟି ମ୍ୟାଚ ଖେଳି ମାତ୍ର ଗୋଟିଏ ଜିତିଛି । ୨ ପଏଣ୍ଟ ସହ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି ।

ଏଥିସହ ପଢ଼ନ୍ତୁ:
 କିଏ ସାକିବ୍ ହୁସେନ; ଦିନେ ଜୋତା କିଣିବାକୁ ପଇସା ନଥିଲା, ଏବେ IPL କଲା ଲକ୍ଷପତି
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
IPL Controversy: ବୁମରାହଙ୍କ ୟର୍କର ବ୍ରେକଡାଉନ… ବିଶ୍ବକପରେ ହିରୋ ଥିଲେ ଆଉ ଏବେ ଜିରୋ…୪ଟି ମ୍ୟାଚରେ ଲଗାତାର ଫ୍ଲପ | Argus News