|
logo
Live

Argus News - ଆଜି ଅହମ୍ମଦାବାଦରେ ଗୁଜରାଟକୁ ଭେଟିବ କୋଲକାତା: KKRକୁ ହରାଇ ବିଜୟଧାରା ଜାରି ରଖିବ

IPL 2026

IPL Update / ଆଜି ଅହମ୍ମଦାବାଦରେ ଗୁଜରାଟକୁ ଭେଟିବ କୋଲକାତା: KKRକୁ ହରାଇ ବିଜୟଧାରା ଜାରି ରଖିବ

Ritu Das
Browse all articles by Ritu Das
·42 mins ago·2 min read
ଆଜି ଅହମ୍ମଦାବାଦରେ ଗୁଜରାଟକୁ ଭେଟିବ କୋଲକାତା: KKRକୁ ହରାଇ ବିଜୟଧାରା ଜାରି ରଖିବ
India

Key Points

ଚଳିତ ଆଇପିଏଲ୍‌ର ୨୫ତମ ଲିଗ୍ ମ୍ୟାଚରେ ଆଜି ଗୁଜରାଟ ଓ କୋଲକାତା ପରସ୍ପରକୁ ଭେଟିବାକୁ ଯାଉଛନ୍ତି
ଚଳିତ ଆଇପିଏଲ୍‌ର ୨୫ତମ ଲିଗ୍ ମ୍ୟାଚରେ ଆଜି ଗୁଜରାଟ ଓ କୋଲକାତା ପରସ୍ପରକୁ ଭେଟିବାକୁ ଯାଉଛନ୍ତି । କୋଲକାତା ପାଇଁ ବିଜୟ ଜରୁରି ହୋଇ ପଡ଼ିଥିବାରୁ ଆଜି ସବୁ ଶକ୍ତି ଲଗାଇବାକୁ ପ୍ରସ୍ତୁତ । ଘରୋଇ ଗ୍ରାଉଣ୍ଡ୍‌ରେ ଖେଳୁଥିବା ଗୁଜରାଟ ମଧ୍ୟ ବିଜୟ ଧାରା ଜାରି ରଖିବା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି। ଫଳରେ ଉଭୟ ଦଳ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

କୋଲକାତା ଇତି ମଧ୍ୟରେ ୫ଟି ମ୍ୟାଚ ଖେଳି ୧ ପଏଣ୍ଟ ଅର୍ଜନ କରିଛି । ବିଜୟ ଖାତା ଖୋଲି ନଥିବା କୋଲକାତା କେବଳ ପଞ୍ଜାବ ବିପକ୍ଷ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହେବାରୁ ପଏଣ୍ଟ ପାଇଥିଲା । ଦଳର ବୋଲିଂ ବିଭାଗ ଦୁର୍ବଳ ରହିଥିବା ବେଳେ ବ୍ୟାଟିଂ ବିଭାଗ ଲୟ ଫେରି ପାଇବାକୁ ସଂଘର୍ଷ କରୁଛି । କେବଳ କାର୍ତ୍ତିକ ତ୍ୟାଗୀଙ୍କୁ ଛାଡ଼ିଦେଲେ ଦଳର ବାକି ସବୁ ବୋଲର ନିରାଶ କରିଛନ୍ତି । ଇତି ମଧ୍ୟରେ ମଥିଶା ପତିରଣା ଦଳରେ ଯୋଗ ଦେଇଥିଲେ ହେଁ ଆଜି ଖେଳିବେ ନାହିଁ । ତେଣୁ ତ୍ୟାଗୀଙ୍କ ବୋଲିଂ ଉପରେ ଦଳ ନିର୍ଭର କରିବାକୁ ବାଧ୍ୟ । ଓପନିଂ ବିଭାଗର ବିଫଳତା ଯୋଗୁଁ କୋଲକାତା ବଡ଼ ସ୍କୋର କରିବାରେ ବିଫଳ ହେଉଛି। 

ଏହାସହ ପଢ଼ନ୍ତୁ: ମୁମ୍ବାଇକୁ ୭ ଓ୍ବିକେଟରେ ହରାଇ ୯ ପଏଣ୍ଟ ସହ ଟେବୁଲ ଟପ୍ପର ହେଲା ପଞ୍ଜାବ

ଗୁଜରାଟ ଦଳ ୪ଟି ମ୍ୟାଚ ଖେଳି ୨ ବିଜୟ ସହ ୪ ପଏଣ୍ଟ ଅର୍ଜନ କରିଛି ଓ ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନରେ ରହିଛି । ୫ଦିନ ପରେ ଗ୍ରାଉଣ୍ଡକୁ ଓହ୍ଲାଇବାକୁ ଯାଉଥିବା ଗୁଜରାଟ ଦଳ ବୋଲିଂ ବିଭାଗ ସୁଧାରି ସାରିଥିଲେ ହେଁ ବ୍ୟାଟିଂ ବିଭାଗରେ ତ୍ରୁଟି ଦୂର ହୋଇ ନାହିଁ । ସାଇ ସୁଦର୍ଶନ ଓ ଶୁଭମନ ଗିଲଙ୍କ ପରେ ମଧ୍ୟ କ୍ରମର ପ୍ରଦର୍ଶନ ଅସ୍ଥିର ରହିଛି । ଅବଶ୍ୟ ଜୋସ ବଟଲର ଫର୍ମକୁ ଫେରିଥିବାରୁ ଦଳ ସାମାନ୍ୟ ଆଶ୍ୱସ୍ତ ରହିଛି ।
ଆଜି ଗୁଜରାଟ ଦଳରେ ପରିବର୍ତ୍ତନ କରିପାରେ । କାଗିସୋ ରାବାଡାଙ୍କ ସ୍ଥାନରେ ଜାସନ ହୋଲ୍ଡରଙ୍କୁ ଖେଳିବାକୁ ସୁଯୋଗ ମିଳିପାରେ । କୋଲକାତା ଦଳରେ ପରିବର୍ତ୍ତନ ପାଇଁ ଯଥେଷ୍ଟ ଖେଳାଳି ନାହାନ୍ତି ।

କେବଳ ଫିନ ଆଲେନଙ୍କ ଉପରେ ନିଷ୍ପତ୍ତି ନିଆଯାଇପାରେ । ଆଲେନ ଏପର୍ଯ୍ୟନ୍ତ ବଡ଼ ଇନିଂସ ଖେଳି ନାହାନ୍ତି । ଆଜି ତାଙ୍କୁ ଏକାଦଶରୁ ବାଦ ଦିଆଯାଇ ଟିମ ସାଇଫର୍ଟଙ୍କୁ ସାମିଲ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଥିବା ୬ନଂ ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ । ମାତ୍ର ପ୍ରାରମ୍ଭରୁ ପେସ ବୋଲରମାନେ ପିଚ୍‌ର ଫାଇଦା ଉଠାଇ ପାରିବେ । ନୂଆ ବଲ୍ ସୁଇଂ ହେବ ଓ ଅତିରିକ୍ତ ବାଉନ୍ସ କରିବ । ରାତ୍ରିରେ ମ୍ୟାଚ ଖେଳାଯାଉଥିବାରୁ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ । ଫଳରେ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦଳ
ଗୁଜରାଟ: ଶୁଭମନ ଗିଲ (ଅଧିନାୟକ), ସାଇ ସୁଦର୍ଶନ, ଜୋସ ବଟଲର, ୱାସିଂଟନ ସୁନ୍ଦର, ଗ୍ଲେନ ଫିଲିପ୍ସ, ରାହୁଲ ତେୱାତିଆ, ଶାହରୁଖ ଖାନ, ରସିଦ ଖାନ, କାଗିସୋ ରାବାଡା, ଅଶୋକ ଶର୍ମା, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ ।

କୋଲକାତା: ଫିନ ଆଲେନ/ଟିମ ସାଇଫର୍ଟ, ସୁନୀଲ ନାରାଏନ, ଅଜିଙ୍କ୍ୟ ରାହାଣେ (ଅଧିନାୟକ), ଅଙ୍ଗକ୍ରୀଶ ରଘୁବଂଶୀ, କାମେରନ ଗ୍ରୀନ, ରିଙ୍କୁ ସିଂହ, ରମଣଦୀପ ସିଂହ, ରୋଭମାନ ପାୱେଲ୍, ଅନୁକୂଳ ରୟ, ବୈଭବ ଆରୋରା, କାର୍ତ୍ତିକ ତ୍ୟାଗୀ, ବରୁଣ ଚକ୍ରବର୍ତ୍ତୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
IPL Update: ଆଜି ଅହମ୍ମଦାବାଦରେ ଗୁଜରାଟକୁ ଭେଟିବ କୋଲକାତା: KKRକୁ ହରାଇ ବିଜୟଧାରା ଜାରି ରଖିବ | Argus News