Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
IPL 2026

IPL Controversy / ଆଜି ସନ୍ଧ୍ୟାରେ ଗୁଜରାଟ vs ରାଜସ୍ଥାନର ହାଇଭୋଲଟେଜ ମ୍ୟାଚ......କିଏ ଜିତିବ?

Ritu Das
Browse all articles by Ritu Das
·3 months ago·2 min read
ଆଜି ସନ୍ଧ୍ୟାରେ ଗୁଜରାଟ vs ରାଜସ୍ଥାନର ହାଇଭୋଲଟେଜ ମ୍ୟାଚ......କିଏ ଜିତିବ?
India

Key Points

ପ୍ରଥମ ମ୍ୟାଚ୍ ହାର ପରେ କମବ୍ୟାକ ମୁଡ୍‌ରେ ଗୁଜରାଟ
ଗିଲ୍-ସୁଦର୍ଶନ ଉପରେ ରହିବ ନଜର
ଅହମ୍ମଦାବାଦ ପିଚ୍‌ରେ ରନ୍ ବର୍ଷା ଆଶା

ଆଜି ସନ୍ଧ୍ୟାରେ ଗୁଜରାଟ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ରାଜସ୍ଥାନକୁ ଭେଟିବ । ପ୍ରଥମ ମ୍ୟାଚରେ ହାରିଥିବାରୁ ଗୁଜରାଟ ଆଜି ରାଜସ୍ଥାନ ରୟାଲ୍ସକୁ ହରାଇବାକୁ ପ୍ରାଣପଣେ ଚେଷ୍ଟା କରିବ। ତଥାପି ରାଜସ୍ଥାନର ଧୂଆଁଧାର ବ୍ୟାଟର ତାଙ୍କର ଯେତେ ପ୍ରଶଂସା କଲେ ସେତେ କମ ପଡ଼ିବ। ବିନା ଡରରେ ପଡ଼ିଆକୁ ଆସୁ ଆସୁ ଛକା ଚୌକା ଲଗାଉଛନ୍ତି। ୧୫ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ପାଇଁ ଆଜି ବିପଦ ସାଜିବେ। ଗତ ବର୍ଷ ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ଜରିଆରେ ବୈଭବଙ୍କ ଡେବ୍ୟୁ ହୋଇଥିଲା। ସେ ଉକ୍ତ ମ୍ୟାଚରେ ୩୫ଟି ବଲ୍‌ରୁ ଶତକ ଅର୍ଜନ କରିଥିଲେ । ଏହା ପରଠୁ ବୈଭବ ସବୁ ଟୁର୍ଣ୍ଣାମେଣ୍ଟରେ ବିସ୍ଫୋରକ ବ୍ୟାଟିଂ ଜାରି ରଖିଛନ୍ତି । ଏଥର ଆଇପିଏଲ୍‌ରେ ମଧ୍ୟ ସେ ଗତ ଚେନ୍ନାଇ ବିପକ୍ଷ ମ୍ୟାଚରେ ୧୫ଟି ବଲ୍‌ରୁ ଅର୍ଦ୍ଧଶତକ ଅର୍ଜନ କରିଥିଲେ ।

କୁହାଯାଉଛି ବୈଭବ ଯେଉଁଭଳି ମାଡ଼ ମାରୁଛନ୍ତି ଗିଲ ପୁରା ଛାନିଆଁ ହୋଇପଡ଼ିଛନ୍ତି। ଗୁଜରାଟ ପ୍ରଥମ ମ୍ୟାଚରେ ପଞ୍ଜାବ ଠାରୁ ପରାଜିତ ହୋଇଥିଲା । ଦୁଇ ଓପନର ସାଇ ସୁଦର୍ଶନ ଓ ଶୁଭମନ ଗିଲ୍‌ ଉକ୍ତ ମ୍ୟାଚରେ ବିଫଳ ହୋଇଥିଲେ । ଗତ ସିଜନରେ ଉଭୟଙ୍କ ଓପନିଂ ଭାଗିଦାରୀ ୯୧୨ ରନ ରହିଥିଲା । ଆଜି ଉଭୟ ଲୟକୁ ଫେରିବା ପାଇଁ ଜୋରଦାର ଅଭ୍ୟାସ କରିଛନ୍ତି । ଆଜି ଗୁଜରାଟ ଏକାଦଶରେ ପରିବର୍ତ୍ତନ କରିବା ଆଶା କରାଯାଉଛି । ପ୍ରଥମ ମ୍ୟାଚରେ ନିରାଶ କରିଥିବା କାଗିସୋ ରାବାଡ଼ାଙ୍କ ସ୍ଥାନରେ ଜାସନ ହୋଲ୍ଡର ଏକାଦଶକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି । ତାଙ୍କ ଉପସ୍ଥିତି ବୋଲିଂ ସହିତ ଦଳର ବ୍ୟାଟିଂ ଶକ୍ତି ମଧ୍ୟ ବୃଦ୍ଧି କରିବ।

ଏହାସହ ପଢ଼ନ୍ତୁ: ୧୧ ବଲ୍, ୩୯ ରନ୍; IPLରେ ଇତିହାସ ରଚିଲେ ପ୍ରିୟାଂଶ ଆର୍ଯ୍ୟା


ରାଜସ୍ଥାନ ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ । ତଥାପି ଦଳର ବୋଲିଂ ବିଭାଗ ନଜରରେ ରହିବ । ଚେନ୍ନାଇ ବିପକ୍ଷ ମ୍ୟାଚରେ ରବିନ୍ଦ୍ର ଜାଡ଼େଜା, ନାନ୍ଦ୍ରେ ବର୍ଗର ଓ ଜୋଫ୍ରା ଆର୍ଚର ଘାତକ ବୋଲିଂ କରିଥିଲେ । ଅହମ୍ମଦାବାଦର ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ । ଗତ ଆଇପିଏଲ୍‌ରେ ମୋଟ୍‌ ୧୧ଟି ଇନିଂସରେ ୨୦୦ରୁ ଊଦ୍ଧ୍ୱର୍ ରନ ସଂଗୃହୀତ ହୋଇଥିଲା । ଏଥର ମଧ୍ୟ ବ୍ୟାଟରଙ୍କ ପାଇଁ ଭୁସ୍ୱର୍ଗ ପାଲିଟିବ ଅହମ୍ମଦାବାଦ ପିଚ୍‌ । ରାତ୍ରିରେ ମ୍ୟାଚ ଖେଳାଯାଉଥିବାରୁ କାକର ପ୍ରଭାବ ରହିବ । ଫଳରେ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି । ​​​​​​​ଦୁଇ ଦଳ ମଧ୍ୟରେ ମୋଟ୍‌ ୮ଟି ଆଇପିଏଲ ମ୍ୟାଚ ଖେଳାଯାଇଛି । ଗୁଜରାଟ ୬ଟି ଜିତିଥିବାବେଳେ ରାଜସ୍ଥାନ ୨ଟି ଜିତିଛି । ଶେଷ ୫ଟି ମ୍ୟାଚ ଦେଖିଲେ ଗୁଜରାଟ ୩ଟି ଏବଂ ରାଜସ୍ଥାନ ୨ଟି ଜିତିଛି । ରେକର୍ଡ ଦେଖିଲେ ଗୁଜରାଟ ପଲ୍ଲା ଭାରି ।

ସମ୍ଭାବ୍ୟ ଟିମ୍‌-
ରାଜସ୍ଥାନ: ବୈଭବ ସୂର୍ଯ୍ୟବଂଶୀ, ଯଶସ୍ୱୀ ଜୈସ୍ୱାଲ, ଧ୍ରୁବ ଜୁରେଲ, ରିୟାନ ପରାଗ, ସିମରନ ହେତମାୟର, ଡୋନୋଭାନ ଫେରେରା, ରବିନ୍ଦ୍ର ଜାଡ଼େଜା, ଜୋଫ୍ରା ଆର୍ଚର, ନାନ୍ଦ୍ରେ ବର୍ଗର, ସନ୍ଦିପ ଶର୍ମା, ରବି ବିଷ୍ଣୋଇ, ବ୍ରିଜେଶ ଶର୍ମା ।

ଗୁଜରାଟ: ଶୁବମନ ଗିଲ (ଅଧିନାୟକ), ସାଇ ସୁଦର୍ଶନ, ଜୋସ ବଟଲର, ୱାସିଂଟନ ସୁନ୍ଦର, ଗ୍ଲେନ ଫିଲିପ୍ସ, ଶାହରୁଖ ଖାନ, ରାହୁଲ ତେୱାତିଆ, ରସିଦ ଖାନ, କାଗିସୋ ରାବାଡା/ଜାସନ ହୋଲ୍ଡର, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ, ଅଶୋକ ଶର୍ମା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gujarat Vs Rajasthan High Voltage Match Today Who Will Win | Argus News