IPL News / ୧୧ ବଲ୍, ୩୯ ରନ୍; IPLରେ ଇତିହାସ ରଚିଲେ ପ୍ରିୟାଂଶ ଆର୍ଯ୍ୟା
·5 hours ago·2 min read

Key Points
ଦିଲ୍ଲୀ ପ୍ରିମିୟର୍ ଲିଗ୍ରୁ ଆଶି ଆଇପିଏଲ୍ରେ ଦବଦବା ଜାହିର୍ କରିଛନ୍ତି ୨୪ ବର୍ଷୀୟ ପ୍ରିୟାଂଶ । ଦ୍ଵିତୀୟଥର ପାଇଁ ଆଇପିଏଲ୍ ଖେଳୁଥିବା ପ୍ରିୟାଂଶ ତାଙ୍କ ଛାପ ଛାଡ଼ିଛନ୍ତି ।
ଚେନ୍ନାଇ: ପଞ୍ଜାବର ରେକର୍ଡ ବିଜୟ ପରେ ଏବେ ସବୁଠି ଚର୍ଚ୍ଚା । ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ପ୍ରିୟାଂଶ ଆର୍ଯ୍ୟା ଓ ଅଧିନାୟକ ଶ୍ରେୟସ ଆୟରଙ୍କ ପ୍ରଶଂସା ସମସ୍ତେ କରୁଛନ୍ତି । ପଞ୍ଜାବ କିଙ୍ଗ୍ସ ରେକର୍ଡ ନବମଥର ପାଇଁ ୨୦୦ରୁ ଅଧିକ ରନ୍ର ପିଛା କରି ବିଜୟୀ ହୋଇଛି ।
ଗତବର୍ଷ ରନର୍ସ ଅପ୍ରେ ସନ୍ତୁଷ୍ଟ ହୋଇଥିବା ପଞ୍ଜାବ କିଙ୍ଗ୍ସ ଚେନ୍ନାଇ ସୁପର୍ କିଙ୍ଗ୍ସର ହୋମ୍ ଗ୍ରାଉଣ୍ଡରେ ଚତୁର୍ଥ ଥର ଜିତିଛି । ଯେତେବେଳେ କି ଚେନ୍ନାଇ କ୍ରମାଗତ ଷଷ୍ଠ ପରାଜୟ ବରଣ କରିଛି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୫ ୱିକେଟ୍ ହରାଇ ୨୦୯ ରନ୍ ସ୍କୋର୍ କରିଥିଲା ।
ଏଥିସହ ପଢ଼ନ୍ତୁ: ବଢ଼ିଲା ପଞ୍ଜାବ କିଙ୍ଗ୍ସର ଅଡ଼ୁଆ: କ୍ୟାପଟେନ ଶ୍ରେୟସ ଆୟରଙ୍କ ସମେତ ସମଗ୍ର ପ୍ଲେଇଂ XI ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ
ଏହି ବିଜୟ ଲକ୍ଷ୍ୟକୁ ପଞ୍ଜାବ କିଙ୍ଗ୍ସ ୮ ୱିକେଟ୍ ବାକି ଥାଇ ହାସଲ କରି ନେଇଛି । ଆଉ ପଞ୍ଜାବର ବିଜୟ ବେଳେ ପୂର୍ବତନ କ୍ରିକେଟର ହରଭଜନ ସିଂହ କହିଛନ୍ତି, "ଏହା ପଞ୍ଜାବର ବୃହତ୍ତ ବିଜୟ, ଏ ବିଜୟ ଏତେ ସହଜ ନଥିଲା ।"
ପ୍ରିୟାଂଶ ଆର୍ଯ୍ୟା ଓ ପ୍ରଭସିମରନଙ୍କ ଓପନିଂ ଭାଗିଦାରୀ ପାଇଁ ପଞ୍ଜାବର ବିଜୟ ସହଜ ହୋଇଛି । ଏହି ମ୍ୟାଚ୍ରେ ଅଧିନାୟକ ଶ୍ରେୟସ ଆୟର ୨୯ ବଲ୍ରେ ୫୦ ରନ୍ ସ୍କୋର୍ କରିଥିବା ବେଳେ କପର କୋନୋଲି ୨୨ ବଲ୍ରେ ୩୬ ରନ୍ କରିଛନ୍ତି ।
୩ ଚଉକା, ୪ ଛକା
ଦିଲ୍ଲୀ ପ୍ରିମିୟର୍ ଲିଗ୍ରୁ ଆଶି ଆଇପିଏଲ୍ରେ ଦବଦବା ଜାହିର୍ କରିଛନ୍ତି ୨୪ ବର୍ଷୀୟ ପ୍ରିୟାଂଶ । ଦ୍ଵିତୀୟଥର ପାଇଁ ଆଇପିଏଲ୍ ଖେଳୁଥିବା ପ୍ରିୟାଂଶ ତାଙ୍କ ଛାପ ଛାଡ଼ିଛନ୍ତି । ପ୍ରଥମ ମ୍ୟାଚ୍ରେ ମାତ୍ର ୭ ରନ୍ରେ ଆଉଟ୍ ହୋଇଥିବା ପ୍ରିୟାଂଶ ଦ୍ଵିତୀୟ ମ୍ୟାଚ୍ରେ ୧୧ ବଲ୍ରେ ୩ ଚଉକା ଓ ୪ ଛକା ସହାୟତାରେ ୩୯ ରନ୍ର ପାଳି ଖେଳିଛନ୍ତି ।
ଶ୍ରେୟସ ଆୟର କହିଛନ୍ତି, "୨୧୦ ରନ୍ର ପିଛା କରି ପ୍ରିୟାଂଶ ଓ ପ୍ରଭସିମରନ ଭଲ ଆରମ୍ଭ କରିଥିଲେ । ପ୍ରିୟାଂଶ ଯେଉଁଭଳି ୧୧ ରନ୍ ୩୯ ରନ୍ କଲେ ୨୧୦ ରନ୍ର ପିଛା ପାଇଁ ଏହା ଆବଶ୍ୟକ ରହିଥିଲା ।"
ଏଥିସହ ପଢ଼ନ୍ତୁ: ପ୍ରଥମଥର ଚେପକରେ ହିଁ CSKକୁ ଧୂଳି ଚଟାଇଲା ପଞ୍ଜାବ କିଙ୍ଗ୍ସ
ଆଇପିଏଲ୍ର ଗତ ସଂସ୍କରଣରେ ୩.୮ କୋଟିରେ ପ୍ରିୟାଂଶଙ୍କୁ କିଣିଥିଲା ପଞ୍ଜାବ । ଗତ ସଂସ୍କରଣରେ ପ୍ରିୟାଂଶ ପଞ୍ଜାବ ଲାଗି ତୃତୀୟ ସର୍ବାଧିକ ସ୍କୋର୍ର ଥିଲେ । ୨୦୨୫ରେ ପ୍ରିୟାଂଶ ଖେଳୁଥିବା ଆଇପିଏଲ୍ର ପ୍ରଥମ ପାଳିରେ ଚେନ୍ନାଇ ବିପକ୍ଷରେ ଧୂଆଁଧାର ଆରମ୍ଭ କରିଥିଲେ । ପ୍ରିୟାଂଶ ୧୭ଟି ମ୍ୟାଚ୍ ଖେଳି ୪୭୫ରନ୍ କରିଥିଲେ । ଯେଉଁଥିରେ ଗୋଟିଏ ଶତକ, ୨ଟି ଅର୍ଦ୍ଧଶତକ ରହିଛି ।
ଇତିହାସ ରଚିଲେ ପ୍ରିୟାଂଶ ଆର୍ଯ୍ୟା
୧୧ ବଲ୍ରେ ୩୯ ରନ୍ ସ୍କୋର୍ କରି ପ୍ରିୟାଂଶ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ଆଇପିଏଲ୍ ଇତିହାସରେ ଦ୍ଵିତୀୟ ଥର ପାଇଁ ଏଭଳି ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories