Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବ୍ୟାଟିଂ ଦେଖି ବଡ଼ ଭବିଷ୍ୟବାଣୀ କଲେ ହରଭଜନ ସିଂହ

IPL 2026

Urvil Patel / ବ୍ୟାଟିଂ ଦେଖି ବଡ଼ ଭବିଷ୍ୟବାଣୀ କଲେ ହରଭଜନ ସିଂହ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ବ୍ୟାଟିଂ ଦେଖି ବଡ଼ ଭବିଷ୍ୟବାଣୀ କଲେ ହରଭଜନ ସିଂହ
CSK Star Urvil Patel Wins Hearts

Key Points

ମନ ଜିଣିଲେ ଉର୍ବିଲ୍ ପଟେଲ । ଚେନ୍ନାଇ ସୁପର୍ କିଙ୍ଗ୍ସକୁ ଜିତାଇଲେ ମ୍ୟାଚ୍ । ହରଭଜନ କହିଲେ, ଇୟେ ଆଗାମୀ ଧୋନି ।
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ରେ ଆକ୍ରମଣାତ୍ମକ ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍‌ଙ୍କ କଥା ଆସିଲେ ମନକୁ ଆସେ ଋଷଭ ପନ୍ତ ଓ ସଞ୍ଜୁ ସାମସନଙ୍କ ନାଁ । ଏବେ ଏହି ଧାରାରେ ଆଉ ଏକ ନୂଆ ନାଁ ଯୋଡ଼ି ହୋଇଛି- ଉର୍ବିଲ ପଟେଲ ।

ଆଇପିଏଲ୍ ୨୦୨୬ ସଂସ୍କରଣରେ ଚେନ୍ନାଇ ସୁପର୍ କିଙ୍ଗ୍ସ (CSK) ତରଫରୁ ଖେଳୁଥିବା ଉର୍ବିଲ ଯେଉଁଭଳି ଲକ୍ଷ୍ନୌ ସୁପର୍ ଜିଆଣ୍ଟ୍ସ (LSG)ର ବୋଲରଙ୍କୁ ପ୍ରହାର କଲେ, ତାକୁ ଦେଖି ଉର୍ବିଲଙ୍କ ଦିୱାନା ହୋଇ ଯାଇଛନ୍ତି ହରଭଜନ ସିଂହ । କହିଛନ୍ତି, "ଉର୍ବିଲ ଭାରତୀୟ କ୍ରିକେଟ୍‌ର ଭବିଷ୍ୟତ ।"

ଏଥିସହ ପଢ଼ନ୍ତୁ: ୧୦ ବର୍ଷ ପରେ ଛକା ମାରିଲେ ଭୁବି, ହାରିଲା ମୁମ୍ବାଇ; IPL କପ୍ ନେବ କି RCB ? 

ଘରୋଇ କ୍ରିକେଟ୍‌ର 'ସୁଲତାନ'

ଉର୍ବିଲ୍ ପଟେଲଙ୍କ ଏଭଳି ଆକ୍ରମଣାତ୍ମକ ବ୍ୟାଟିଂ ନୂଆ ନୁହେଁ । ଘରୋଇ କ୍ରିକେଟ୍‌ରେ ସେ ଏଭଳି ଧମାକେଦାର ଇନିଂସ ଖେଳିଛନ୍ତି, ଯାହାକୁ ଦେଖି ସମସ୍ତେ ଚକିତ ବି ହୋଇଛନ୍ତି । ତାଙ୍କ ନାଁରେ ଥିବା ରେକର୍ଡ ହିଁ କହୁଛି, ସେ କେତେ ଦକ୍ଷ ବା ପ୍ରତିଭାବାନ ।

ଟି-ଟ୍ଵେଣ୍ଟିରେ ଭାରତୀୟ ଭାବେ ଦ୍ରୁତତମ ଶତକ ରହିଛି ଉର୍ବିଲଙ୍କ ନାଁରେ । ସୈୟଦ ମୁସ୍ତାକ ଅଲୀ ଟ୍ରଫିରେ ଉର୍ବିଲ୍ ୨୮ ବଲ୍‌ରେ ସେଞ୍ଚୁରୀ ମାରି ଇତିହାସ ରଚିଛନ୍ତି । ଏହା କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ଟି-ଟ୍ଵେଣ୍ଟିରେ ମାରିଥିଲା ସବୁଠୁ ଦ୍ରୁତ ଶତକ ।

ସେହିଭଳି ଦିନିକିଆରେ ଦ୍ରୁତତମ ଦ୍ଵିତୀୟ ଶତକ ରହିଛି ଉର୍ବିଲଙ୍କ ନାଁରେ । ବିଜୟ ହଜାରେ ଟ୍ରଫିରେ ଉର୍ବିଲ୍ ମାତ୍ର ୪୧ ବଲ୍‌ରେ ଶତକ ହାସଲ କରି ବୋଲରଙ୍କ ଝାଳ ବୁହାଇ ଦେଇଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟରେ ଦ୍ଵିତୀୟ ଭାରତୀୟ ଭାବେ ତାଙ୍କୁ ଏହି ସଫଳତା ମିଳିଛି ।

ଏଥିସହ ପଢ଼ନ୍ତୁ: ମୁମ୍ବାଇ ଇଣ୍ଡିଆନ୍ସକୁ ଅନଫଲୋ କଲେ କି ହାର୍ଦ୍ଦିକ ପାଣ୍ଡ୍ୟା ? ଜଣାପଡ଼ିଲା ସତ 

ଉର୍ବିଲଙ୍କ ନିର୍ଭୀକ ବ୍ୟାଟିଂ ଦେଖି ହରଭଜନ କହିଛନ୍ତି, "ଉର୍ବିଲ ଯେଉଁଭଳି ଗୋଟିଏ କର୍ଣ୍ଣରକୁ ପ୍ରହାର କରୁଥିଲେ, ତାହା ଅବିଶ୍ଵସନୀୟ । ବ୍ୟାଟିଂ ପାଇଁ ପିଚ୍ ସହଜ ନଥିଲା, କିନ୍ତୁ ଉର୍ବିଲ ସ୍ପଷ୍ଟତା ଓ ଦକ୍ଷତାର ସହ ପ୍ରହାର କରୁଥିଲେ । ସେ ମ୍ଯାଚ୍‌ର ଦିଗ ବଦଳାଇ ଦେଇଛନ୍ତି । ବିଶେଷକରି ଆରମ୍ଭରୁ ୬ଟି ଛକା ମାରିବା ତାଙ୍କ ଦକ୍ଷତା ଦର୍ଶାଇଛି ।"

ବିଜୟ ଲକ୍ଷ୍ୟର ପିଛା କରି ଉର୍ବିଲ୍ ଲକ୍ଷ୍ନୌ ସୁପର୍ ଜିଆଣ୍ଟ୍ସକୁ ଚାପଗ୍ରସ୍ତ କରି ପରିପକ୍ଵତା ଦର୍ଶାଇଛନ୍ତି । ଉର୍ବିଲ୍ ଚେନ୍ନାଇ ସୁପର୍ କିଙ୍ଗ୍ସର ଭରସା ଜିତିଥିବା କହିଛନ୍ତି ହରଭଜନ ସିଂହ । ଉର୍ବିଲଙ୍କ ୱିକେଟ୍ କିପିଂ କୌଶଳ ଓ ପାୱାର୍ ହିଟିଂ ପାଇଁ ତାଙ୍କୁ ଭାରତୀୟ ଦଳର ଆଗାମୀ ବଡ଼ ୱିକେଟ୍ ରକ୍ଷକ-ବ୍ଯାଟ୍ସମ୍ୟାନ୍ ଭାବେ ଦେଖା ଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Harbhajan Singh Makes Big Prediction After Urvil Patel’s Explosive Batting | Argus News | Argus News