|
logo
Live

Argus News - IPL ଟିକେଟ୍ କେଳେଙ୍କାରୀରେ ଷ୍ଟାଡିୟମ୍‌ର କ୍ୟାଣ୍ଟିନ୍ କର୍ମଚାରୀ, ବେଆଇନ୍ ଭାବେ ବିକ୍ରି କରିଦେଲେ ୧୭ ଲକ୍ଷର ଟିକେଟ୍

IPL 2026

IPL Ticket Scam / IPL ଟିକେଟ୍ କେଳେଙ୍କାରୀରେ ଷ୍ଟାଡିୟମ୍‌ର କ୍ୟାଣ୍ଟିନ୍ କର୍ମଚାରୀ, ବେଆଇନ୍ ଭାବେ ବିକ୍ରି କରିଦେଲେ ୧୭ ଲକ୍ଷର ଟିକେଟ୍

Sushanta Sahoo
Browse all articles by Sushanta Sahoo
·1 hour ago·2 min read
IPL ଟିକେଟ୍ କେଳେଙ୍କାରୀରେ ଷ୍ଟାଡିୟମ୍‌ର କ୍ୟାଣ୍ଟିନ୍ କର୍ମଚାରୀ, ବେଆଇନ୍ ଭାବେ ବିକ୍ରି କରିଦେଲେ ୧୭ ଲକ୍ଷର ଟିକେଟ୍
IPL Ticket Scam Exposed

Key Points

ଆଇପିଏଲ୍ ମ୍ୟାଚ୍‌ ଟିକେଟ୍‌ର ଅବୈଧ ବିକ୍ରି ଉପରେ ବେଙ୍ଗାଳୁରୁ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ମାମଲାରେ ଚିନ୍ନାସ୍ଵାମୀ ଷ୍ଟାଡିୟମ୍‌ର ଜଣେ କ୍ୟାଣ୍ଟିନ୍ କର୍ମଚାରୀଙ୍କୁ ଗିରଫ ହୋଇଛନ୍ତି ।
ବେଙ୍ଗାଳୁରୁ: ଫଟାଫଟ୍ କ୍ରିକେଟ୍ ଆଇପିଏଲ୍ ଚାଲିଥିବା ବେଳେ ସାମ୍ନାକୁ ଆସିଛି ବଡ଼ କେଳେଙ୍କାରୀ । ଆଇପିଏଲ୍ ମ୍ୟାଚ୍‌ ଟିକେଟ୍‌ର ଅବୈଧ ବିକ୍ରି ଉପରେ ବେଙ୍ଗାଳୁରୁ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ମାମଲାରେ ଚିନ୍ନାସ୍ଵାମୀ ଷ୍ଟାଡିୟମ୍‌ର ଜଣେ କ୍ୟାଣ୍ଟିନ୍ କର୍ମଚାରୀଙ୍କୁ ଗିରଫ କରିଛି ବେଙ୍ଗାଳୁରୁ ସେଣ୍ଟ୍ରାଲ କ୍ରାଇମବ୍ରାଞ୍ଚ ।

ଅଭିଯୋଗ ଅନୁଯାୟୀ, କ୍ୟାଣ୍ଟିନ୍ କର୍ମଚାରୀ ଜଣଙ୍କ ଆଇପିଏଲ୍ ଟିକେଟ୍‌କୁ ଅଧିକ ଦାମରେ ବିକ୍ରି କରୁଥିଲେ । କର୍ପୋରେଟ୍ ସଂସ୍ଥା ଓ ଆଭ୍ୟନ୍ତରୀଣ ଟିକେଟ୍ କଳାବଜାରୀର ପର୍ଦ୍ଦାଫାସ ହୋଇଛି । ଗିରଫ ଜଣଙ୍କ ହେଉଛନ୍ତି ଚନ୍ଦ୍ରଶେଖର । ଏମ୍ ଚିନ୍ନାସ୍ଵାମୀ ଷ୍ଟାଡିୟମ୍‌ରେ ଥିବା ଶ୍ରୀ ଲକ୍ଷ୍ମୀ କ୍ୟାଣ୍ଟିନରେ ସେ କାମ କରନ୍ତି ।

ଏଥିସହ ପଢ଼ନ୍ତୁ: ଶ୍ରେୟସ ଆୟରଙ୍କ ସୁପର କ୍ୟାଚ୍‌ ହେଲା ଗେମଚେଞ୍ଜର: ସୋସିଆଲ ମିଡିଆରେ ରୋହିତ-ସ୍କାଏଙ୍କ ରିଆକ୍ସନ ଭାଇରାଲ

ପୋଲିସ ଅନୁସାରେ,ଚନ୍ଦ୍ରଶେଖର ଗୋଟିଏ ଗୋଟିଏ ଟିକେଟ୍‌କୁ ୧୫ରୁ ୧୯ ହଜାର ଟଙ୍କାରେ ବିକ୍ରି କରୁଥଲେ । ଏଭଳି ଭାବେ ୧୮୦ରୁ ଅଧିକ ଆଇପିଏଲ୍ ଟିକେଟ୍‌ କଳାବଜାରୀ କଲା ବେଳେ ପୋଲିସ ଚନ୍ଦ୍ରଶେଖରଙ୍କୁ ଗିରଫ କରିଛି ।

ପୋଲିସ ଅନୁସାରେ, ଏହି ଟିକେଟ୍ ୨୦୨୬ ୧୫ ଏପ୍ରିଲ୍ର । ଯେଉଁଠି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ-ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସ ମଧ୍ୟରେ ବହୁଚର୍ଚ୍ଚିତ ମୁକାବିଲା ଖେଳା ଯାଇଥିଲା ।

ମ୍ୟାଚ୍ ଟିକେଟ୍ କଳାବଜାରୀ କରି ଚଢ଼ାଦରରେ ବିକ୍ରି ନେଇ ପୋଲିସ ସୂଚନା ପାଇବା ପରେ ଛାନଭିନ୍ ଆରମ୍ଭ କରିଥିଲା । ଯାଞ୍ଚ ବେଳେ ପୋଲିସ ଷ୍ଟାଡିୟମ୍ ପରିସରରେ କାମ କରୁଥିବା ଲୋକଙ୍କୁ ପଚରାଉଚରା କରିଥିଲା । ଆଉ ସେତେବେଳେ ଚନ୍ଦ୍ରଶେଖର ଉପରେ ପୋଲିସର ସନ୍ଦେହ ହୋଇଥିଲା ।

ତଦନ୍ତ ବେଳେ ଜଣାପଡ଼ିଛି ଏପ୍ରିଲ୍ ୧୫ ମ୍ୟାଚ୍ ଲାଗି ଅନଲାଇନ୍ ବୁକିଂ ପ୍ଲାଟଫ୍ମ Ticketgenieରୁ ଟିକେଟ୍ କିଣା ଯାଇଥିଲା । ଏସବୁ ଟିକେଟ୍ ହେବି ଇଞ୍ଜିନିୟରିଂ ଏଣ୍ଡ ଇଣ୍ଡଷ୍ଟ୍ରିଆଲ୍ ଅଟୋମେସନ୍ କନ୍ସଲଟାଣ୍ଟ କମ୍ପାନୀ ନାଁରେ କିଣା ଯାଇଥିଲା । ଏଥିସହ ଧରାନୀ କମ୍ପ୍ୟୁଟର୍ସ ନାଁରେ କିଣା ହୋଇଥିଲା ୫୦ଟି ଟିକେଟ୍ । ପରେ ଏହି ଟିକେଟ୍‌କୁ ଚଢ଼ା ଦରରେ ବିକ୍ରି କରାଯାଉଥିଲା ।

ଏହା ପୂର୍ବରୁ ମାର୍ଚ୍ଚ ୨୮ରେ ଆରସିବି ଓ ସିଏସ୍‌କେ ମଧ୍ୟରେ ମ୍ୟାଚ୍ ବେଳେ ପୋଲିସ ଏଭଳି ମାମଲାର ପର୍ଦ୍ଦାଫାସ୍ କରିଥିଲା । ସେତେବେଳେ ଏକ କମ୍ପାନ ନାଁରେ ୬ ଲକ୍ଷ ୬୦ ହଜାର ଟଙ୍କାରେ କିଣାଯାଇଥିବା ୮୧ଟି ଟିକେଟ୍‌କୁ ଚଢ଼ା ଦରରେ ପୁନଃ ବିକ୍ରି କରାଯାଇଥିଲା ।

ଏଥିସହ ପଢ଼ନ୍ତୁ: ପଡ଼ିଆ ମଝିରେ ହାର୍ଦ୍ଦିକ- ବୁମ୍‌ରାହଙ୍କ ମଧ୍ୟରେ ହେଲା ଭୟଙ୍କର ଝଗଡ଼ା… ଚିନ୍ତାରେ ରୋହିତ!

ଏବେ ଚନ୍ଦ୍ରଶେଖର ଧରାପଡ଼ିଥିବା ବେଳେ ବିଭିନ୍ନ ମୂଲ୍ୟର ୧୮୧ଟି ମିଳିଛି । ଯାହାର ମୂଲ୍ୟ ୧୭ ଲକ୍ଷ ୫୨ ହଜାର ୬୦୦ ଟଙ୍କା । Ticketgenieରୁ ଏହି ଟିକେଟ୍ କିଣାଯାଇ ଅବୈଧ ଭାବେ କଳାବଜାରୀ କରାଯାଉଥିଲା ।

ପୋଲିସର ପଚରାଉଚରା ବେଳେ ଚନ୍ଦ୍ରଶେଖର କହିଛି, ଏହି ଟିକେଟ୍ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ଆସୋସିଏସନ୍‌ର ସଦସ୍ୟ ଗଣେଶ ପରିକ୍ଷିତ ଦେଇଥିଲେ । ଯାହାକୁ ଚଢ଼ା ଦରରେ ବିକ୍ରି ପାଇଁ କହିଥିଲେ । ଏବେ ଗଣେଶ ଫେରାର ଥିବାବେଳେ ପୋଲିସ ଖୋଜୁଛି । ଅବୈଧ ଟିକେଟ୍ ବିକ୍ରିରେ ସମ୍ପୃକ୍ତି ଘରୋଇ କମ୍ପାନୀର ନିର୍ଦ୍ଦେଶଙ୍କ ବିରୋଧରେ ଏତଲା ରୁଜୁ କରିଛି ପୋଲିସ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IPL Ticket Scam: IPL ଟିକେଟ୍ କେଳେଙ୍କାରୀରେ ଷ୍ଟାଡିୟମ୍‌ର କ୍ୟାଣ୍ଟିନ୍ କର୍ମଚାରୀ, ବେଆଇନ୍ ଭାବେ ବିକ୍ରି କରିଦେଲେ ୧୭ ଲକ୍ଷର ଟିକେଟ୍ | Argus News