Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
IPL 2026

IPL Vs PSL / ପ୍ଲେୟାର ଅଫ୍ ଦି ମ୍ୟାଚରେ ମିଳେ କେତେ ଟଙ୍କା ? ଗୋଟିଏ ଆୱାର୍ଡ ଦେଖାଇଲା ପାକିସ୍ତାନର ଯୋଗ୍ୟତା

Debashree Debasmita Sahoo
Browse all articles by Debashree Debasmita Sahoo
·3 months ago·2 min read
ପ୍ଲେୟାର ଅଫ୍ ଦି ମ୍ୟାଚରେ ମିଳେ କେତେ ଟଙ୍କା ? ଗୋଟିଏ ଆୱାର୍ଡ ଦେଖାଇଲା ପାକିସ୍ତାନର ଯୋଗ୍ୟତା
IPL Vs PSL

Key Points

ପାକିସ୍ତାନ IPLକୁ ଟକ୍କର ଦେଇ ଖେଳେ PSL
ଏଥିରେ ବିଦେଶୀ ଖେଳାଳି ପାକିସ୍ତାନ ଯାଇ କ୍ରିକେଟ ଖେଳନ୍ତି
କେଉଁଠି ବିଦେଶୀ ଖେଳାଳି ପାଆନ୍ତି ଅଧିକ ଟଙ୍କା ?
ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଭାରତରେ ବେଶ ଲୋକପ୍ରିୟତା ଅର୍ଜନ କରିଛି । IPLକୁ ଟକ୍କର ଦେବା ଲାଗି ପାକିସ୍ତାନ PSL ଆରମ୍ଭ କରିଛି । ଆଇପିଏଲ ପରି ବିଦେଶୀ ଖେଳାଳି ପାକିସ୍ତାନକୁ ଯାଇ କ୍ରିକେଟ ଖେଳନ୍ତି । କ୍ରିକେଟ ଜଗତରେ ଭାରତର IPL ଏବଂ ପାକିସ୍ତାନର PSL ମଧ୍ୟରେ ପ୍ରାୟତଃ ତୁଳନା କରାଯାଏ । ଯଦି ଆମେ ଦେଖିବା, ମ୍ୟାଚରେ ସର୍ବୋତ୍ତମ ପ୍ରଦର୍ଶନ କରିଥିବା ଖେଳାଳି ବା ପ୍ଲେୟାର ଅଫ ଦି ମ୍ୟାଚକୁ ଭାରତରେ ୧ ଲକ୍ଷ ଟଙ୍କା ଦିଆଯାଉଥିବାବେଳେ ପାକିସ୍ତାନରେ ୫ ଲକ୍ଷ ଟଙ୍କା ଦିଆଯାଏ । କିନ୍ତୁ ପ୍ରକୃତ କଥା ମୁଦ୍ରାର ମୂଲ୍ୟ ଉପରେ ନିର୍ଭର କରେ ।

  • ମୁଦ୍ରା ମୂଲ୍ୟ କହେ ପାକିସ୍ତାନର ଯୋଗ୍ୟତା
ଆଇପିଏଲ ପ୍ଲେୟାର ଅଫ ଦି ମ୍ୟାଚଙ୍କୁ ୧,୦୦,୦୦୦ ଟଙ୍କା ଏବଂ ପିଏସଏଲରେ ପ୍ଲେୟାର ଅଫ ଦି ମ୍ୟାଚଙ୍କୁ ୫,୦୦,୦୦୦ ଟଙ୍କା ମିଳେ, କିନ୍ତୁ ଯେତେବେଳେ ଆମେ ଅନ୍ତର୍ଜାତୀୟ ବଜାରରେ ସେମାନଙ୍କର ପ୍ରକୃତ ମୂଲ୍ୟକୁ ବିଚାର କରୁ, ପାକିସ୍ତାନୀ ଲିଗ୍ ବହୁତ ଆଗକୁ ଥିବା ପରି ମନେହୁଏ ନାହିଁ । କାରଣ ଭାରତୀୟ ମୁଦ୍ରାରେ ପାକିସ୍ତାନୀ ଟଙ୍କା ୫୦୦,୦୦୦ର ମୂଲ୍ୟ ମାତ୍ର ୧୪୨,୦୦୦ ଟଙ୍କା ।

ପଢନ୍ତୁ ଏହି ଖବର: PSL 2026ରେ ଲଜ୍ଜା! ବର୍ଷାରେ ସୁଇମିଂ ପୁଲ୍ ପାଲଟିଲା ଗଦ୍ଦାଫି ଷ୍ଟାଡିୟମ, ମ୍ୟାଚ ହେଲା ବାତିଲ

ଆଉ ଏକ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଯେ IPL କେବଳ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କୃତ କରେ ନାହିଁ । ପ୍ରତି ମ୍ୟାଚ୍ ପାଇଁ ସୁପର ଷ୍ଟ୍ରାଇକର, ଶ୍ରେଷ୍ଠ କ୍ୟାଚ୍ ଏବଂ ମୋଷ୍ଟ ଭ୍ୟାଲୁଏବଲ୍ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଭଳି ଟାଇଟଲ୍ ମଧ୍ୟ ପୁରସ୍କୃତ ଦିଆଯାଏ, ଯେଉଁଥି ଲାଗି ଭାରତ ମୋଟ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରେ । ଅର୍ଥାତ ପିଏସଏଲ ମ୍ୟାଚ ବିଜେତାଙ୍କ ତୁଳନାରେ ଆଇପିଏଲରେ ଭାରତୀୟ ମୁଦ୍ରା ଅନୁସାରେ ୩ ଗୁଣା ଅଧିକ ଖର୍ଚ୍ଚ ହୋଇଥାଏ । ଏଠାରେ କହି ରଖୁଛୁ କି, ପାକିସ୍ତାନର ମୁଦ୍ରା ମୂଲ୍ୟ ଭାରତୀୟ ମୁଦ୍ରା ତୁଳନାରେ ବହୁତ କମ୍ । ସାଧାରଣତଃ ଭାରତର ୧ ଟଙ୍କା ପାକିସ୍ତାନର ପ୍ରାୟ ୩.୨୮ରୁ ୩.୩୦ ଟଙ୍କା ସହିତ ସମାନ ହୋଇଥାଏ । ଅନ୍ୟ ଅର୍ଥରେ, ପାକିସ୍ତାନୀ ୧ ଟଙ୍କାର ମୂଲ୍ୟ ଭାରତୀୟ ମୁଦ୍ରାରେ ୩୦ରୁ ୩୫ ପଇସା ମଧ୍ୟରେ ରହିଥାଏ । ଏହାର ଅର୍ଥ ପାକିସ୍ତାନୀ ୧୦୦ ଟଙ୍କା ଭାରତୀୟ ମୁଦ୍ରାରେ ପ୍ରାୟ ₹୩୦-୩୫ ଟଙ୍କା ହେବ ।

  • PSLର ପର୍ଦ୍ଦାଫାଶ
ପାକିସ୍ତାନ କ୍ରିକେଟ୍ ବୋର୍ଡ ଏବଂ ଏହାର ବିଶେଷଜ୍ଞମାନେ ପ୍ରାୟତଃ ଦାବି କରନ୍ତି ଯେ ସେମାନଙ୍କର ଲିଗ୍ IPL ସହିତ ପ୍ରତିଦ୍ୱନ୍ଦ୍ୱୀ ଏବଂ ଏହା ବିଶ୍ୱର ସବୁଠାରୁ ବଡ଼ ଲିଗ୍ ମଧ୍ୟରୁ ଗୋଟିଏ । କିନ୍ତୁ ପୁରସ୍କାର ରାଶି ପାକିସ୍ତାନର ପ୍ରକୃତ ଯୋଗ୍ୟତା ଦର୍ଶାଇଥାଏ । ଏହା ସ୍ପଷ୍ଟ ଦର୍ଶାଉଛି ଯେ IPLର ଆର୍ଥିକ ଗଠନ, ପ୍ରାୟୋଜକତା ଏବଂ ବ୍ରାଣ୍ଡ ମୂଲ୍ୟ PSL ଅପେକ୍ଷା ବହୁତ ଅଧିକ ଏବଂ ପାକିସ୍ତାନର ଦାବି କେବଳ ଭାଷଣବାଜି ହୋଇ ରହିଛି ।






Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IPL vs PSL Prize Money: Huge Difference in Player of the Match Award Revealed | Argus News