Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
IPL 2026

IPL News / ବର୍ଷାରେ ବୁଡିଗଲା KKR vs PBKS ମ୍ୟାଚ୍....ଇଡେନରେ ମ୍ୟାଚ ବାତିଲ

Ritu Das
Browse all articles by Ritu Das
·3 months ago·1 min read
ବର୍ଷାରେ ବୁଡିଗଲା KKR vs PBKS ମ୍ୟାଚ୍....ଇଡେନରେ ମ୍ୟାଚ ବାତିଲ
India

Key Points

ବର୍ଷା ପାଇଁ ରଦ୍ଦ ହେଲା KKR-PBKS ମ୍ୟାଚ୍
ଇଡେନ ଗାର୍ଡେନରେ ଖେଳାଯାଉଥିବା ଏହି ମୁକାବିଲାରେ ବର୍ଷା ସାଜିଥିଲା ବାଧକ
ଭାଗ ବଣ୍ଟା ହେଲା ପଏଣ୍ଟ

ବର୍ଷା ପାଇଁ ରଦ୍ଦ ହେଲା KKR-PBKS ମ୍ୟାଚ୍ । ଐତିହାସିକ ଇଡେନ ଗାର୍ଡେନରେ ଖେଳାଯାଉଥିବା ଏହି ମୁକାବିଲାରେ ବର୍ଷା ସାଜିଥିଲା ବାଧକ । ଆଉଟ୍ ଫିଲ୍ଡ ପାଇଁ ମ୍ୟାଚକୁ ରଦ୍ଦ ଘୋଷଣା କରାଯାଇଥିବାବେଳେ ଉଭୟ ଦଳ ମଧ୍ୟରେ ପଏଣ୍ଟ ଭାଗବଣ୍ଟା ହୋଇଛି । ଏକ ପଏଣ୍ଟ ସହ କୋଲକାତା ଚଳିତ ବର୍ଷ ଖାତା ଖୋଲିଛି । ତିନି ମ୍ୟାଚରୁ ଗୋଟିଏ ଜିତିନାହିଁ କୋଲକାତା ନାଇଟ୍ ରାଇଡର୍ସ । ମାତ୍ର ଏହି ମ୍ୟାଚ ରଦ୍ଦ ହୋଇଥିବାବେଳେ ଗୋଟିଏ ପଏଣ୍ଟ ମିଳିଛି । ସେପଟେ ପଞ୍ଜାବ କିଙ୍ଗ୍ସ ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇଥିବାବେଳେ ଏହି ମ୍ୟାଚରେ ପଏଣ୍ଟ ଭାଗରୁ ଏକ ପଏଣ୍ଟ ପାଇଛି ।

ଏହାସହ ପଢ଼ନ୍ତୁ: ବିରାଟ ହିଟମ୍ୟାନଙ୍କ ରେକର୍ଡ ଭାଙ୍ଗିଲେ; ଭୁବି ମଧ୍ୟ ଇତିହାସ ରଚିଲେ ...୨୦୦ ୱିକେଟ୍‌ ନେବାରେ ପ୍ରଥମ ଦ୍ରୁତ ବୋଲର

୫ ପଏଣ୍ଟ ସହ ଟେବୁଲ ଟପ୍ପର ହୋଇଛି ପଞ୍ଜାବ । ସୋମବାର ଇଡେନ ଗାର୍ଡେନରେ ଖେଳାଯାଇଥିବା ମୁକାବିଲାରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା କୋଲକାତା । ବର୍ଷା ହେବା ସୁଦ୍ଧା ଦଳ ୩.୪ ଓଭରରେ ୨୫ ରନ୍ କରିବାରେ ସକ୍ଷମ ହୋଇଛି । ଦଳର ପ୍ରମୁଖ ଦୁଇ ଓ୍ବିକେଟ୍ ହରାଇଛି ଦଳ । ଫିନ୍ ଆଲେନ୍ ୮ ରନ କରିଥିବାବେଳେ ଗ୍ରୀନ୍ ମାତ୍ର ୪ ରନ୍ କରି ଆଉଟ୍ ହୋଇ ପାଭିଳିୟନ୍ ଫେରିଛନ୍ତି । ରାହାଣେ ଏବଂ ରଘୁବଂଶୀ ଦଳ ପକ୍ଷରୁ ବ୍ୟାଟିଂ ଜାରି ରଖିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
KKR vs PBKS match abandoned due to rain at Eden | Argus News