Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାଣ୍ଡ୍ୟା ବ୍ରଦର୍ସ ସମ୍ପର୍କରେ ଫାଟ…କୃଣାଲ ପଞ୍ଚମ ଥର ପାଇଁ ଚାମ୍ପିଅନ୍ ହେଲେ… ତଥାପି କାହିଁକି ହାର୍ଦ୍ଦିକ ଚୁପ୍?

IPL 2026

Pandya Brothers Fight / ପାଣ୍ଡ୍ୟା ବ୍ରଦର୍ସ ସମ୍ପର୍କରେ ଫାଟ…କୃଣାଲ ପଞ୍ଚମ ଥର ପାଇଁ ଚାମ୍ପିଅନ୍ ହେଲେ… ତଥାପି କାହିଁକି ହାର୍ଦ୍ଦିକ ଚୁପ୍?

Ritu Das
Browse all articles by Ritu Das
·1 hour ago·2 min read
ପାଣ୍ଡ୍ୟା ବ୍ରଦର୍ସ ସମ୍ପର୍କରେ ଫାଟ…କୃଣାଲ ପଞ୍ଚମ ଥର ପାଇଁ ଚାମ୍ପିଅନ୍ ହେଲେ… ତଥାପି କାହିଁକି ହାର୍ଦ୍ଦିକ ଚୁପ୍?
IPL

Key Points

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରିବାର ଭିତରେ କିଛି ବି ଠିକ ଚାଲିନି
କୃଣାଲଙ୍କ ଆରସିବି ଟିମ ଜିତିବାପରେ ମଧ୍ୟ ସେ ଶୁଭେଚ୍ଛା ଜଣାଇ ନାହାନ୍ତି
ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ IPL 2026 ଟ୍ରଫି ଜିତିଥିଲା। ଏହା କୃଣାଲ ପାଣ୍ଡ୍ୟାଙ୍କ କ୍ୟାରିୟରର ପଞ୍ଚମ ଟ୍ରଫି ଥିଲା। କୃଣାଲ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ସହିତ ତିନିଥର ଏବଂ ଏବେ ଦୁଇଥର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସହିତ ଚାମ୍ପିଅନ୍ ଦଳର ଅଂଶ ଥିଲେ। RCB ର ଲଗାତାର ଦ୍ୱିତୀୟ ବିଜୟ ପାଇଁ କ୍ରିକେଟ ଜଗତ ଏବଂ ଏହାର ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବାରେ ବ୍ୟସ୍ତ। ଏହି ସମୟରେ, ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଭାଇ କୃଣାଲଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଗୋଟିଏ ବି ସୋସିଆଲ ମିଡିଆ ପୋଷ୍ଟ ନକରି ସମାଲୋଚନାର ଶିକାର ହୋଇଛନ୍ତି।

ଏହାସହ ପଢ଼ନ୍ତୁ: RCBର ବିଜୟ ପରେ ସିଧା ବୃନ୍ଦାବନ ! ପ୍ରେମାନନ୍ଦ ଜୀ ମହାରାଜଙ୍କ ଆଶୀର୍ବାଦ ନେବାକୁ ପହଞ୍ଚିଲେ ବିରାଟ-ଅନୁଷ୍କା


ପୂର୍ବରୁ ଏପରି ରିପୋର୍ଟ ଆସିଛି ଯେ ପାଣ୍ଡ୍ୟା ଭାଇମାନଙ୍କ ମଧ୍ୟରେ ସବୁକିଛି ଠିକ୍ ନାହିଁ। ହାର୍ଦ୍ଦିକ ତାଙ୍କ ଭାଇଙ୍କ ଦଳର ଐତିହାସିକ ବିଜୟ ଉପରେ ଗୋଟିଏ ବି ପୋଷ୍ଟ କିମ୍ବା ବାର୍ତ୍ତା ସେୟାର କରି ନଥିବାରୁ ପାଣ୍ଡ୍ୟା ଭାଇମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବାର ଗୁଜବ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ଦୁଇ ଭାଇଙ୍କ ମଧ୍ୟରେ ବହୁତ ଭଲ ପାଇବା ଥିଲା। ହାର୍ଦ୍ଦିକ-ନତାଶାଙ୍କ ଛାଡ଼ପତ୍ର ପରେ ହାର୍ଦ୍ଦିକଙ୍କ ପୁଅ ଅଗସ୍ତ୍ୟଙ୍କୁ କୃଣାଲଙ୍କ ପତ୍ନୀ ସମ୍ଭାଳୁଥିଲେ। କିନ୍ତୁ ହାର୍ଦ୍ଦିକ ଯେବେ ଠୁ ମାହିକାଙ୍କ ପ୍ରେମରେ ପାଗଳ ହୋଇଛନ୍ତି ସେବେଠୁ ପରିବାର ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଛି। ଯାହା ଏବେ ଦାଣ୍ଡରେ ଗଡ଼ି ହାଟରେ ପଡ଼ିଛି। ଆଉ ପରିବାର ମଧ୍ୟରେ କିଛି ଠିକ ନାହିଁ ବୋଲି ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏହାସହ ପଢ଼ନ୍ତୁ: ସରିଲା IPL...ଏବେ ଆରମ୍ଭ ଟିମ୍ ଇଣ୍ଡିଆର ଅସଲ ଲଢ଼େଇ, ବିରାଟ-ରୋହିତଙ୍କ ଉପରେ ରହିବ ନଜର

IPL 2026 ସମୟରେ ଦୁଇ ଭାଇଙ୍କ ମଧ୍ୟରେ ପଡ଼ୁ ନ ଥିବା ଖବର ଜଣାପଡ଼ିଥିଲା। ତଥାପି, ଯେତେବେଳେ କୃଣାଲଙ୍କୁ ଏ ବିଷୟରେ ପଚରାଯାଇଥିଲା, ସେ ଏପରି ସମସ୍ତ ଗୁଜବକୁ ଖାରଜ କରିଥିଲେ। ଏହା ଉଲ୍ଲେଖନୀୟ ଯେ ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ ବହୁ ପୂର୍ବରୁ IPL ପ୍ଲେଅଫ୍ ଦୌଡ଼ରୁ ବାଦ ପଡ଼ିଥିଲା। କିଛି ରିପୋର୍ଟ ଅନୁଯାୟୀ ହାର୍ଦ୍ଦିକ ଡିପ୍ରେସନରେ ଅଛନ୍ତି ଏବଂ ପରବର୍ତ୍ତୀ ସିଜିନ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ତଥାପି, ଏନେଇ ଅଫିସିଆଲି କୌଣସି ଘୋଷଣା କରାଯାଇ ନାହିଁ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hardik Silent As Krunal Wins Fifth IPL Title Again | Argus News