Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - RCBର ବିଜୟ ପରେ ସିଧା ବୃନ୍ଦାବନ ! ପ୍ରେମାନନ୍ଦ ଜୀ ମହାରାଜଙ୍କ ଆଶୀର୍ବାଦ ନେବାକୁ ପହଞ୍ଚିଲେ ବିରାଟ-ଅନୁଷ୍କା

Sports

Kohli Anushka Vrindavan visit / RCBର ବିଜୟ ପରେ ସିଧା ବୃନ୍ଦାବନ ! ପ୍ରେମାନନ୍ଦ ଜୀ ମହାରାଜଙ୍କ ଆଶୀର୍ବାଦ ନେବାକୁ ପହଞ୍ଚିଲେ ବିରାଟ-ଅନୁଷ୍କା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
RCBର ବିଜୟ ପରେ ସିଧା ବୃନ୍ଦାବନ ! ପ୍ରେମାନନ୍ଦ ଜୀ ମହାରାଜଙ୍କ ଆଶୀର୍ବାଦ ନେବାକୁ ପହଞ୍ଚିଲେ ବିରାଟ-ଅନୁଷ୍କା
Virat Kohli

Key Points

ଅହମ୍ମଦାବାଦରୁ ସିଧା ବୃନ୍ଦାବନ
IPL ଟ୍ରଫି ଜିତିବା ପରେ ବୃନ୍ଦାବନରେ ବିରାଟ-ଅନୁଷ୍କା
ଭାଇରାଲ ହେଲା ଭିଡିଓ
ଶେଷ ହୋଇଛି ଫଟାଫଟ୍‌ କ୍ରିକେଟ୍‌ର ମହାକୁମ୍ଭ ଆଇପିଏଲ ୨୦୨୬ । ମେ' ୩୧ ତାରିଖରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ RCB ଗୁଜରାଟ ଟାଇଟନ୍ସକୁ ପରାସ୍ତ କରି IPL ଟାଇଟଲ୍‌ ଜିତିଥିଲା । ଲଗାତର ଦ୍ବିତୀୟ ଥର ପାଇଁ ଟ୍ରଫି ଜିତିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ୨୦୨୫ ପରେ ୨୦୨୬ ରେ ମଧ୍ୟ IPL ଟ୍ରଫି ଜିତିଛି RCB । ତେବେ ଟ୍ରଫି ଜିତିବା ପରେ ପଡ଼ିଆରେ ବିଜୟ ଉତ୍ସବ ପାଳନ କରିବା ପରେ ଏହି ଦମ୍ପତି ଏବେ ପ୍ରେମାନନ୍ଦ ଜୀ ମହାରାଜଙ୍କ ଆଶୀର୍ବାଦ ପାଇଁ ସିଧାସଳଖ ବୃନ୍ଦାବନ ଯାଇଛନ୍ତି ।

ଲଗାତାର ଦ୍ୱିତୀୟ ଥର ପାଇଁ ଟାଇଟଲ ଜିତିଥିଲା

IPL ଟାଇଟଲ୍‌ ବିଜୟ ପରେ ବିରାଟ ଏବଂ ଅନୁଷ୍କା ପଡ଼ିଆରେ ଦଳ ସହିତ ବିଜୟ ଉତ୍ସବ ପାଳନ କରିଥିଲେ, ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଅନୁଷ୍କା ମଧ୍ୟ ଟ୍ରଫି ସହିତ ପୋଜ୍ ଦେଇଥିଲେ ଏବଂ ପରେ ସୋସିଆଲ ମିଡିଆରେ ବିରାଟ କୋହଲି ଏବଂ ସମଗ୍ର ଦଳକୁ ଅଭିନନ୍ଦନ ଜଣାଇଥିଲେ । ଗତ ବର୍ଷ RCB ୧୮ ବର୍ଷ ମଧ୍ୟରେ ପ୍ରଥମ ଟାଇଟଲ ଜିତିଥିଲା ।



ପଡ଼ିଆରେ ବିଜୟର ଉତ୍ସବ ପାଳନ କରିବା ପରେ ବିରାଟ ଏବଂ ଅନୁଷ୍କା ଏବେ ପ୍ରେମାନନ୍ଦ ଜୀ ମହାରାଜଙ୍କ ଆଶୀର୍ବାଦ ପାଇଁ ବୃନ୍ଦାବନରେ ପହଞ୍ଚିଛନ୍ତି । ବିରାଟ ଏବଂ ଅନୁଷ୍କା ପୂର୍ବରୁ ଅନେକ ଥର ବୃନ୍ଦାବନ ଗସ୍ତ କରିଛନ୍ତି ଏବଂ ଉଭୟଙ୍କର ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ଗଭୀର ଆଗ୍ରହ ଅଛି ।

ରବିବାର ଅହମ୍ମଦାବାଦରେ ଖେଳାଯାଇଥିବା ଆଇପିଏଲ ଫାଇନାଲରେ ବିରାଟ କୋହଲି ୪୨ ବଲରୁ ୭୫ ରନ୍ କରିଥିଲେ । ତାଙ୍କ ଇନିଂସରେ ୯ ଚୌକା ଏବଂ ୩ ଛକା ସାମିଲ ଥିଲା । ଚଳିତ ଆଇପିଏଲ ସିଜିନରେ କୋହଲି ରନ ସ୍କୋରିଂ ଲିଷ୍ଟରେ ଚତୁର୍ଥ ସ୍ଥାନରେ ରହିଥିଲେ । ସେ ୧୬ ମ୍ୟାଚ୍ ରେ ୫୬.୨୫ ହାରରେ ଏବଂ ୧୬୫.୮୪ ଷ୍ଟ୍ରାଇକ୍ ରେଟ୍ ସହିତ ୬୭୫ ରନ୍ କରିଥିଲେ । ଗୁଜରାଟ ଟାଇଟାନ୍ସ ବିପକ୍ଷ ଟାଇଟଲ୍ ମ୍ୟାଚରେ ସେ ମାତ୍ର ୨୫ ବଲରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ, ଯାହା ଆଇପିଏଲରେ ତାଙ୍କର ଦ୍ରୁତତମ ଅର୍ଦ୍ଧଶତକ ଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Virat Kohli and Anushka Visit Premanand Maharaj After RCB Win | Argus News