Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
IPL 2026

IPL Update / RCBର ଐତିହାସିକ ବିଜୟ, ପ୍ରଥମ ଥର ପାଇଁ ଘରୋଇ ମଇଦାନରେ ଲକ୍ଷ୍ନୌକୁ କଲା ପରାସ୍ତ

Ritu Das
Browse all articles by Ritu Das
·3 months ago·2 min read
RCBର ଐତିହାସିକ ବିଜୟ, ପ୍ରଥମ ଥର ପାଇଁ ଘରୋଇ ମଇଦାନରେ ଲକ୍ଷ୍ନୌକୁ କଲା ପରାସ୍ତ
IPL

Key Points

ଟିମ୍ ଡେଭିଡ୍ ଏବଂ ରୋମାରିଓ ଶେଫର୍ଡ ମ୍ୟାଚକୁ ୧୫.୧ ଓଭରରେ ଶେଷ କରିଥିଲେ
ଲକ୍ଷ୍ନୌକୁ ହରାଇ ଆରସିବିର ବଡ଼ ବିଜୟ
ଭାରତୀୟ ପ୍ରିମିୟର ଲିଗରେ ବୁଧବାର ଥିଲା ହାଇଭୋଲଟେଜ ମ୍ୟାଚ। ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ନିଜର ଘରୋଇ ଗ୍ରାଉଣ୍ଡ ଏମ୍.ଏ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) କୁ ପରାସ୍ତ କରିଛି। ବୋଲରଙ୍କ ଶାଣିତ ବୋଲିଂ ପରେ ବ୍ୟାଟରଙ୍କ ବିସ୍ଫୋରକ ପ୍ରଦର୍ଶନ ବଳରେ ଆରସିବି ଏହି ମ୍ୟାଚକୁ ୫ ଉଇକେଟରେ ଜିତି ନେଇଛି। ଏହି ବିଜୟ ସହ ଆରସିବି ପ୍ରଥମ ଥର ପାଇଁ ନିଜ ଘରୋଇ ମଇଦାନରେ ଲକ୍ଷ୍ନୌକୁ ହରାଇବାରେ ସଫଳ ହୋଇଛି।

ଏହାସହ ପଢ଼ନ୍ତୁ: 'KKR ସହିତ ୨୫ କୋଟିର ଠକେଇ'….କ୍ୟାମେରନ ଗ୍ରୀନଙ୍କୁ ଟ୍ରୋଲ କରୁଛନ୍ତି ଫ୍ୟାନ୍ସ


ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଆରସିବି ଅଧିନାୟକ ରଜତ ପାଟିଦାର। ଆରମ୍ଭରୁ ହିଁ ଲକ୍ଷ୍ନୌ ବ୍ୟାଟରମାନେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା।ଏଡେନ ମାତ୍ର ୧୨ ରନ କରି ଆଉଟ୍ ହୋଇଥିବାବେଳେ, ଅଧିନାୟକ ଋଷଭ ପନ୍ତ ଆହତ କାରଣରୁ କିଛି ସମୟ ପାଇଁ ପଡ଼ିଆ ବାହାରକୁ ଯାଇଥିଲେ। ପରେ ସେ ଫେରିଥିଲେ ମଧ୍ୟ ମାତ୍ର ୧ ରନ କରି ଆଉଟ୍ ହୋଇଥିଲେ। ଲକ୍ଷ୍ନୌ ପକ୍ଷରୁ ଆୟୁଷ ବଦୋନୀ (୩୮) ଏବଂ ମୁକୁଲ ଚୌଧୁରୀ (୩୯)ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୪୬ ପର୍ଯ୍ୟନ୍ତ ନେଇଥିଲେ। ଆରସିବି ପକ୍ଷରୁ ରସିଖ ଦାର ସର୍ବାଧିକ ୪ଟି ଉଇକେଟ ନେଇଥିବା ବେଳେ ଭୁବନେଶ୍ୱର କୁମାର ୩ଟି ଓ କୃନାଲ ପାଣ୍ଡ୍ୟା ୨ଟି ଉଇକେଟ ହାସଲ କରିଥିଲେ।

୧୪୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଆରସିବି ଟିମ୍ ବିରାଟ କୋହଲିଙ୍କୁ ‘ଇମ୍ପାକ୍ଟ ପ୍ଲେୟାର’ ଭାବେ ପଡ଼ିଆକୁ ଓହ୍ଲାଇଥିଲା। କୋହଲି ଆରମ୍ଭରୁ ହିଁ ଆକ୍ରମଣାତ୍ମକ ବ୍ୟାଟିଂ କରି ୩୪ ବଲରେ ୪୯ ରନ (୬ ଚୌକା, ୧ ଛକା) ସଂଗ୍ରହ କରି ଜିତିବା ସହଜ କରିଦେଇଥିଲେ। ଦେବଦତ୍ତ ପଡିକଲ କୋହଲିଙ୍କ ସହ ମିଶି ଦ୍ୱିତୀୟ ଉଇକେଟ ପାଇଁ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ। ରଜତ ପାଟିଦାର ମାତ୍ର ୧୩ ବଲରେ ୨୭ ରନ କରିଥିଲେ। ଶେଷରେ ଟିମ୍ ଡେଭିଡ୍ ଏବଂ ରୋମାରିଓ ଶେଫର୍ଡ ମ୍ୟାଚକୁ ୧୫.୧ ଓଭରରେ ଶେଷ କରି ଦଳକୁ ଏକ ବଡ଼ ବିଜୟ ଦେଇଥିଲେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
RCB Historic Win Beats Lucknow First Time At Home Ground | Argus News