Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
IPL 2026

Riyan Parag Fined / ମ୍ୟାଚ୍ ମଝିରେ ସିଗାରେଟ୍ ଟାଣୁଥିଲେ କ୍ୟାପ୍ଟେନ୍; ଏବେ ଗଣିବେ ମୋଟା ଅଙ୍କର ଫାଇନ୍

Debashree Debasmita Sahoo
Browse all articles by Debashree Debasmita Sahoo
·2 months ago·2 min read
ମ୍ୟାଚ୍ ମଝିରେ ସିଗାରେଟ୍ ଟାଣୁଥିଲେ କ୍ୟାପ୍ଟେନ୍; ଏବେ ଗଣିବେ ମୋଟା ଅଙ୍କର ଫାଇନ୍
Riyan Parag Fined

Key Points

IPL ମ୍ୟାଚ୍ ବେଳେ କ୍ୟାମେରାରେ ଅଜବ ଦୃଶ୍ୟ
ଖେଳ ଚାଲିଥିବାବେଳେ ଟାଣୁଥିଲେ ସିଗାରେଟ୍
ଏବେ ମୋଟା ଅଙ୍କର ଫାଇନ୍ ଲଗାଇଲା BCCI
ଭେପିଂ ସ୍କାଣ୍ଡାଲରେ ରାଜସ୍ଥାନ ରୟାଲସ୍ ଅଧିନାୟକ ରିୟାନ ପରାଗଙ୍କ ବିରୋଧରେ ବିସିସିଆଇ କଠୋର କାର୍ଯ୍ୟାନୁଷ୍ଠାନ । ବିସିସିଆଇ ତାଙ୍କ ଉପରେ ୨୫ ପ୍ରତିଶତ ଜୋରିମାନା ଲଗାଇଛି। ମ୍ୟାଚ୍ ସମୟରେ ଡ୍ରେସିଂ ରୁମରେ ପରାଗ ଭେପିଂ ବା ଇ-ସିଗାରେଟ୍ ଟାଣୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଲେଭେଲ-୧ ଅପରାଧ ଅନୁଯାୟୀ ବିସିସିଆଇ ପରାଗଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

  • ଡ୍ରେସିଂ ରୁମରେ ଧୂମ୍ରପାନ
ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ପରାଗଙ୍କ ଉପରେ ଏକ ଡିମେରିଟ୍ ପଏଣ୍ଟ ମଧ୍ୟ ଲଗାଇଛି । ଗତ ମଙ୍ଗଳବାର IPL ମ୍ୟାଚ୍ ଚାଲିଥିବା ସମୟରେ ୨୪ ବର୍ଷୀୟ ରାଜସ୍ଥାନ ରୟାଲ୍ସ (RR) ଅଧିନାୟକ ରିୟାନ ପରାଗ ନ୍ୟୁ ଚଣ୍ଡିଗଡ଼ରେ ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ ସମୟରେ ହଠାତ୍ ଚର୍ଚ୍ଚାକୁ ଆସିଥିଲେ । ପରାଗ ରାଜସ୍ଥାନ ରୟାଲ୍ସର ଡ୍ରେସିଂ ରୁମରେ ଭେପ୍ ବ୍ୟବହାର କରୁଥିବାର ଦେଖିବାକୁ ମିଳିଥିଲା । ଏହି ଘଟଣା ପରେ ବହୁତ ହଙ୍ଗାମା ହୋଇଥିଲା ।

  • ଦୋଷ ସ୍ଵୀକାର କଲେ ରିୟାନ
ବିସିସିଆଇ ଜୋରିମାନା ଲଗାଇଥିବାବେଳେ ଏପଟେ ରିୟାନ ନିଜର ଦୋଷ ସ୍ଵୀକାର କରିଛନ୍ତି ଓ ତାଙ୍କ ଉପରେ ଲଗାଯାଇଥିବା ଫାଇନକୁ ମଧ୍ୟ ଗ୍ରହଣ କରିଛନ୍ତି । ଏଠାରେ କହିରଖୁଛୁ କି, ୨୦୧୯ରେ ଇ-ସିଗାରେଟ୍ ଉତ୍ପାଦନ, ବିକ୍ରି ଓ ବିତରଣ ଉପରେ ଭାରତରେ ପ୍ରତିବନ୍ଧକ ଲଗାଯାଇଛି । ଏହାରି ଭିତରେ ଜଣେ ପ୍ରଫେସନାଲ କ୍ରିକେଟରଙ୍କ ଦ୍ଵାରା କ୍ୟାମେରା ଆଗରେ ଏପରି ଆଚରଣ କରିବା ବିବାଦ ସୃଷ୍ଟି କରିଛି ।



  • IPLରେ କେମିତି ଅଛି ରିୟାନଙ୍କ ପ୍ରଦର୍ଶନ ?
ରାଜସ୍ଥାନ ରୟାଲ୍ସର IPL ଅଭିଯାନ ଏଯାବତ୍ ବହୁତ ଭଲ ଚାଲିଛି । ଦଳ ୬ଟି ମ୍ୟାଚ୍ ଜିତିଛି ଏବଂ ୩ଟିରେ ହାରିଛି । ବର୍ତ୍ତମାନ ଦଳ ୧୨ ପଏଣ୍ଟ ସହିତ ପ୍ଲେଅଫ୍ ପାଇଁ ଏକ ଦୃଢ଼ ଦାବିଦାର ସହିତ ଚତୁର୍ଥ ସ୍ଥାନରେ ଅଛି । ଗୋଟିଏ ପଟେ ଦଳ ଭଲ ସ୍ଥିତିରେ ଥିବାବେଳେ କ୍ୟାପ୍ଟେନ ରିୟାନଙ୍କ ବ୍ୟାଟିଂ ଖରାପ ରହିଛି । ସେ ୯ଟି ମ୍ୟାଚରେ ମାତ୍ର ୧୧୭ ରନ୍ କରିଛନ୍ତି । ତାଙ୍କର ୧୨୪.୪୬ ଷ୍ଟ୍ରାଇକ୍ ରେଟ୍ ଏବଂ ୨୯ ସର୍ବୋତ୍ତମ ସ୍କୋର । ରାଜସ୍ଥାନ ରୟାଲ୍ସ ଶୁକ୍ରବାର ସେମାନଙ୍କ ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ସହିତ ମୁକାବିଲା କରିବ ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored