Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଇପିଏଲରେ ଚାପୁଡା ମାରିଲେ, ବିଜ୍ଞାପନରୁ କୋଟିଏ ଟଙ୍କା ଇନକମ୍‌ କଲେ...

IPL 2026

Sreesanth Accuses / ଆଇପିଏଲରେ ଚାପୁଡା ମାରିଲେ, ବିଜ୍ଞାପନରୁ କୋଟିଏ ଟଙ୍କା ଇନକମ୍‌ କଲେ...

Banajyotshna Ray
Browse all articles by Banajyotshna Ray
·6 days ago·2 min read
ଆଇପିଏଲରେ ଚାପୁଡା ମାରିଲେ, ବିଜ୍ଞାପନରୁ କୋଟିଏ ଟଙ୍କା ଇନକମ୍‌ କଲେ...
Sreesanth Accuses

Key Points

ଶ୍ରୀସନ୍ଥ-ହରଭଜନ ମୁହାଁମୁହିଁ
ଭଜିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଦ୍ରୁତ ବୋଲର
ଗୋଟିଏ ଚାପୁଡା ପାଇଁ କୋଟିଏ ଟଙ୍କା ନେଲେ ହରଭଜନ

ଦୀର୍ଘ ସମୟ ପରେ ସାମ୍ନାକୁ ଆସିଲା ନୂଆ ଘଟଣା। ୨୦୦୮ର ଘଟଣା ୨୦୨୬ରେ ସାମ୍ନାକୁ ଆସିଛି। ଯେଉଁ ଖବର ପ୍ରକାଶ ପାଇବା ପରେ ବର୍ତ୍ତମାନ ସମୟରେ ଆଇପିଏଲରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଆଇପିଏଲ ଚାଲିଥିବା ବେଳେ ମୁଣ୍ଡ ଟେକିଛି ନୂଆ ବିବାଦ । ୨୦୦୮ ଆଇପିଏଲ ଟୁର୍ଣ୍ଣାମେଣ୍ଟର ଏକ ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ପୂର୍ବତନ ଖେଳାଳି । ଏପରିକି ଗୁରୁତର ଅଭିଯୋଗ ଲଗାଇଛନ୍ତି । ପରସ୍ପରକୁ ବ୍ଲକ୍ ମଧ୍ୟ କରିଛନ୍ତି ।

ଭାରତୀୟ ଦଳର ପୂର୍ବତନ ଦ୍ରୁତ ବୋଲର ଏସ୍ ଶ୍ରୀସନ୍ଥ ଏକ ବଡ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ,୨୦୦୮ ଆଇପିଏଲର ସ୍ଲାପ୍ ଗେଟ୍ ମାମଲାକୁ ନେଇ ଏକ ବିଜ୍ଞାପନରେ ହରଭଜନ ସିଂ କୋଟିଏ ଟଙ୍କା କମାଇଛନ୍ତି ।ସେ ଆହୁରି କହିଛନ୍ତି ଯେ, ସ୍ଲାପ୍ ଗେଟ୍ ମାମଲାକୁ ନେଇ ସେ ହରଭଜନଙ୍କୁ କ୍ଷମା କରିଦେଇଛନ୍ତି । ହେଲେ କେବେ ଘଟଣାକୁ ଭୁଲିବେ ନାହିଁ । ଯଦି କେହି କିଛି ଭୁଲ କରୁଛି ତାହାଲେ କ୍ଷମା କରିବା ଉଚିତ୍ । ହେଲେ ଭୁଲିବା କଥା ନୁହେଁ । ଯଦି ଘଟଣାକୁ ସେ ଭୁଲିଯିବେ ତାହାଲେ ହରଭଜନ ପୁଣି ସମାନ କଥା କରିବେ । ଯାହାର ବଡ ଉଦାହରଣ ହେଉଛନ୍ତି ନିଜେ ହରଭଜନ ସିଂ ।

ଶ୍ରୀସନ୍ଥଙ୍କ ଏହି ଦାବି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଫଳରେ ୨୦୦୮ ସିଜିନରେ ଅପବାଦ ମୁଣ୍ଡାଇଥିବା ସ୍ଲାପ୍ ଗେଟ୍ ମାମଲା ପୁଣି ଚର୍ଚ୍ଚାକୁ ଆସିଯାଇଛି । ଏବେ ତାଙ୍କର ହରଭଜନଙ୍କ ସହ କିଛି ସମ୍ପର୍କ ନାହିଁ । ସେ ପ୍ରଥମେ ତାଙ୍କୁ ଭାଇ ଡାକୁଥିଲେ । ଏବେ କିଛି ଦିନ ତଳେ ଭଜି ଏକ ବିଜ୍ଞାପନ କରିଛନ୍ତି । ଯେଉଁଥିପାଇଁ ସେ ହରଭଜନଙ୍କୁ ଇନଷ୍ଟାଗ୍ରାମରେ ବ୍ଲକ୍ କରିଦେଇଛନ୍ତି ବୋଲି ଶ୍ରୀସନ୍ଥ ପ୍ରକାଶ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ଖାତା ଖୋଲିପାରିନଥାନ୍ତେ; ଜୀବନ ଦାନ ପାଇ ମ୍ୟାଚ୍ ଜିତାଇଦେଲେ କୋହଲି

ରିପୋର୍ଟ ଅନୁସାରେ, ଏକ ସାକ୍ଷାତକାରରେ ଶ୍ରୀସନ୍ଥ କହିଛନ୍ତି ଯେ, ହରଭଜନ ସ୍ଲାପଗେଟ୍ ଉପରେ ଆଧାରିତ ଏକ ବିଜ୍ଞାପନରେ କାମ କରିଛନ୍ତି । ଏଥିରୁ ସେଅଶୀ ଲକ୍ଷରୁକୋଟିଏ ଟଙ୍କା ଆୟ କରିଛନ୍ତି । ଏପରିକି ସେହି ବିଜ୍ଞାପନକୁ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିବାକୁ କହିଥିଲେ । ଯାହା ଶ୍ରୀସନ୍ଥଙ୍କୁ ଭଲ ଲାଗିନଥିଲା । ସେ ନିଜେ କୌଣସି ସାକ୍ଷାତକାରରେ ହରଭଜନଙ୍କୁ ନେଇପୂର୍ବରୁ କେବେ କିଛି କହି ନାହାଁନ୍ତି । କିନ୍ତୁ ଏବେ ସେ ପ୍ରଥମ ଥର ପାଇଁ ମୁହଁ ଖୋଲିବାକୁ ବାଧ୍ୟ ହୋଇଛନ୍ତି । ହରଭଜନ କିଛି ଠିକ୍ କରୁ ନଥିବା ଶ୍ରୀସନ୍ଥ କହିଛନ୍ତି ।

ଆଇପିଏଲ ୨୦୨୬ର ୩୪ତମ ମ୍ୟାଚ ବାଙ୍ଗାଲୋରର ଚିନ୍ନାସ୍ଵାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଗୁଜରାଟ ଟାଇଟାନ୍ସ ମଧ୍ୟ ଖେଳାଯାଇଥିଲା । ତେବେ ଆରସିବି ୫ ୱିକେଟରେ ଗୁଜରାଟକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟାନ୍ସ ୨୦୫ ରନ କରିଥିଲା, କିନ୍ତୁ ବିରାଟ କୋହଲି ଏବଂ ଦେବଦତ୍ତ ପାଡିକଲଙ୍କ ଚମତ୍କାର ଅର୍ଦ୍ଧଶତକ ଯୋଗୁଁ RCB ଏହି ଲକ୍ଷ୍ୟ ହାସଲ କରିଥିଲା । ଫଳରେ ଗିଲଙ୍କ ଦଳ ପରାଜୟ ବରଣ କରିଛି ।

ଅଧିକ ପଢ଼ନ୍ତୁ ଖେଳ ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Sreesanth Accuses | Sreesanth accuses Harbhajan of making 'Rs 1 crore' from 'Slapgate' controversy | Argus News | Argus News