IPL Viral / ସୂୟଶ ଶର୍ମା vs ଶୁବମନ ଗିଲ୍: ଆଉଟ୍ ପରେ ଏମିତି ଚିଡ଼ାଇଲେ ଯେ ସବୁଠି ଚର୍ଚ୍ଚା
·5 days ago·2 min read

Key Points
ସୂୟଶ ଶର୍ମାଙ୍କ ଘାତକ ଜାଲରେ ଫସିଲେ ଗିଲ୍
ଆଉଟ୍ ପରେ ଏମିତି ଚିଡ଼ାଇଲେ ଯେ ସବୁଠି ଚର୍ଚ୍ଚା
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଆଇପିଏଲ ୨୦୨୬ର ୩୩ତମ ମ୍ୟାଚ୍ ଗୁଜରାଟ ଟାଇଟନ୍ସ ଏବଂ ଆରସିବି ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଗୁଜରାଟ ଅଧିନାୟକ ଶୁବମନ ଗିଲ ୩୨ ରନ୍ କରି ଆଉଟ ହୋଇଥିଲେ । ତାଙ୍କୁ ଆରସିବିର ଲେଗ୍ ସ୍ପିନର ସୂୟଶ ଶର୍ମା ନିଜର ଜାଲରେ ଫସାଇବାରେ ସକ୍ଷମ ହୋଇଥିଲେ । ଗିଲ୍ ୩୨ ରନ୍ କରିଥିଲେ ସତ, କିନ୍ତୁ ସେ ସାଇ ସୁଦର୍ଶନଙ୍କ ସହିତ ୧୨୮ ରନର ପାର୍ଟନରସିପ୍ କରିନେଇଥିଲେ । ଏଣୁ ପାର୍ଟନରସିପ୍ ଭାଙ୍ଗିବା ପାଇଁ ଆରସିବି ପାଇଁ ଏହି ୱିକେଟ୍ ବେଶ ଗୁରୁତ୍ଵପୂର୍ଣ୍ଣ ଥିଲା । କିନ୍ତୁ ଏହାପରେ ପଡ଼ିଆରେ ଯାହା ହେଲା ତାକୁ ନେଇ ଏବେ ବେଶ ଚର୍ଚ୍ଚା ।
୧୩ ତମ ଓଭରରେ ଦେବଦତ୍ତ ପାଡିକଲ ସୂୟଶ ଶର୍ମାଙ୍କ ବୋଲିଂରେ ଶୁବମନ ଗିଲଙ୍କ କ୍ୟାଚ୍ ଧରିଥିଲେ । ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସୂୟଶ ଶର୍ମା ଗିଲଙ୍କୁ ଆଉଟ୍ କରିବା ପରେ ସେଲିବ୍ରେସନ କରିଥିଲେ । ଗିଲ୍ ସାଧାରଣତଃ ଶତକ ହାସଲ କରିବା ପରେ ମୁଣ୍ଡ ନୁଆଁଇ ଏକ ନିଆରା ଢଙ୍ଗରେ ସେଲିବ୍ରେସନ କରନ୍ତି । ତେବେ ସୂୟଶ ତାଙ୍କ ୱିକେଟ ନେବା ସମୟରେ ମଧ୍ୟ ଠିକ୍ ସେହିପରି ଢଙ୍ଗରେ ସେଲିବ୍ରେସନ କରି ତାଙ୍କୁ ଚିଡ଼ାଇଥିଲେ । ଗିଲ୍ ୨୦୨୩ରେ ଆରସିବି ବିପକ୍ଷରେ ଶତକ ହାସଲ କରିଥିଲେ । ସେ ଶତକ ହାସଲ କରିବା ପରେ 'ବୋ ଡାଉନ୍' ସେଲିବ୍ରେସନ୍ ମଧ୍ୟ କରିଥିଲେ ।
ପଢନ୍ତୁ ଏହି ଖବର: ଖାତା ଖୋଲିପାରିନଥାନ୍ତେ; ଜୀବନ ଦାନ ପାଇ ମ୍ୟାଚ୍ ଜିତାଇଦେଲେ କୋହଲି
ବିରାଟ ୪୪ ବଲରେ ୮୧ ରନ୍ କରିଥିଲେ, ଯେତେବେଳେ ପାଡିକଲ ୨୭ ବଲରେ ୫୫ ରନ୍ କରିଥିଲେ । ଦୁହେଁ ୫୯ ବଲରେ ଦ୍ୱିତୀୟ ୱିକେଟ୍ ପାଇଁ ୧୧୫ ରନ୍ ଯୋଡ଼ିଥିଲେ । ଡିଫେଣ୍ଡିଂ ଚାମ୍ପିଅନ୍ RCB ୭ ମ୍ୟାଚରେ ୫ ବିଜୟ ସହିତ ୧୦ ପଏଣ୍ଟ୍ ପାଇଛି ଏବଂ ଟେବୁଲ୍ରେ ଦ୍ୱିତୀୟ ସ୍ଥାନରେ ଅଛି । ସେପଟେ ଚଳିତ ଟୁର୍ଣ୍ଣାମେଣ୍ଟରେ ୭ଟି ମ୍ୟାଚ୍ ପରେ ଗୁଜରାଟର କେବଳ ୬ ପଏଣ୍ଟ୍ ହାସଲ କରିଛି । ଦଳର ନେଟ୍ ରେଟ୍ ମଧ୍ୟ ନକାରାତ୍ମକ, ଯାହା ଯୋଗୁଁ ଦଳ ଟେବୁଲରେ ସପ୍ତମ ସ୍ଥାନରେ ଅଛି ।

- ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା
This celebration by suyash was much needed pic.twitter.com/Ni95UJiFJ6
— 𝑴𝒆𝒉𝒂𝒌 (@Purple_Petals12) April 24, 2026
- ସାଇ ସୁଦର୍ଶନଙ୍କ ଶତକ ସତ୍ତ୍ୱେ ଗୁଜରାଟ ହାରିଲା
ପଢନ୍ତୁ ଏହି ଖବର: ଖାତା ଖୋଲିପାରିନଥାନ୍ତେ; ଜୀବନ ଦାନ ପାଇ ମ୍ୟାଚ୍ ଜିତାଇଦେଲେ କୋହଲି
ବିରାଟ ୪୪ ବଲରେ ୮୧ ରନ୍ କରିଥିଲେ, ଯେତେବେଳେ ପାଡିକଲ ୨୭ ବଲରେ ୫୫ ରନ୍ କରିଥିଲେ । ଦୁହେଁ ୫୯ ବଲରେ ଦ୍ୱିତୀୟ ୱିକେଟ୍ ପାଇଁ ୧୧୫ ରନ୍ ଯୋଡ଼ିଥିଲେ । ଡିଫେଣ୍ଡିଂ ଚାମ୍ପିଅନ୍ RCB ୭ ମ୍ୟାଚରେ ୫ ବିଜୟ ସହିତ ୧୦ ପଏଣ୍ଟ୍ ପାଇଛି ଏବଂ ଟେବୁଲ୍ରେ ଦ୍ୱିତୀୟ ସ୍ଥାନରେ ଅଛି । ସେପଟେ ଚଳିତ ଟୁର୍ଣ୍ଣାମେଣ୍ଟରେ ୭ଟି ମ୍ୟାଚ୍ ପରେ ଗୁଜରାଟର କେବଳ ୬ ପଏଣ୍ଟ୍ ହାସଲ କରିଛି । ଦଳର ନେଟ୍ ରେଟ୍ ମଧ୍ୟ ନକାରାତ୍ମକ, ଯାହା ଯୋଗୁଁ ଦଳ ଟେବୁଲରେ ସପ୍ତମ ସ୍ଥାନରେ ଅଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories