Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପ୍ରଥମଥର ଆଗ୍ରେସନ ମୁଡ଼ରେ ନଜର ଆସିଲେ ବିରାଟ

IPL 2026

IPL Controversy / ପ୍ରଥମଥର ଆଗ୍ରେସନ ମୁଡ଼ରେ ନଜର ଆସିଲେ ବିରାଟ

Ritu Das
Browse all articles by Ritu Das
·3 hours ago·2 min read
ପ୍ରଥମଥର ଆଗ୍ରେସନ ମୁଡ଼ରେ ନଜର ଆସିଲେ ବିରାଟ
IPL

Key Points

ଆଇପିଏଲ ୨୦୨୬ରେ ପୁଣି ଏକ ବଡ଼ controversy ସାମ୍ନାକୁ ଆସିଛି
ଯାହାକୁ ନେଇ ପୁରା ସୋସିଆଲ ମିଡିଆରେ ହଲଚଲ ସୃଷ୍ଟି ହୋଇଛି
ଆଇପିଏଲ ୨୦୨୬ରେ ପୁଣି ଏକ ବଡ଼ controversy ସାମ୍ନାକୁ ଆସିଛି। ଯାହାକୁ ନେଇ ପୁରା ସୋସିଆଲ ମିଡିଆରେ ହଲଚଲ ସୃଷ୍ଟି ହୋଇଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର କ୍ୟାପଟେନ ରଜତ ପାଟିଦାରଙ୍କ ଆଉଟ୍‌କୁ ନେଇ ରଣକ୍ଷେତ୍ର ପାଲଟିଥିଲା ମଇଦାନ। ପରିସ୍ଥିତି ଏପରି ହୋଇଥିଲା ଯେ, ସିନିୟର ପ୍ଲେୟାର ବିରାଟ କୋହଲି ଏବଂ ଦଳର ମୁଖ୍ୟ କୋଚ ଆଣ୍ଡି ଫ୍ଲାୱାର ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥିଲା।

ମ୍ୟାଚର ୮ମ ଓଭରରେ ଏହି ଘଟଣା ଘଟିଥିଲା। ରଜତ ପାଟିଦାର ଦମଦାର ଫର୍ମରେ ଥିଲେ। ଅରଶଦ ଖାନଙ୍କ ବଲ୍‌ରେ ଏକ ଆକାଶଛୁଆଁ ଛକା ମଧ୍ୟ ମାରିଥିଲେ। କିନ୍ତୁ ଓଭରର ଚତୁର୍ଥ ବଲ୍‌ରେ ସେ ଏକ ବଡ଼ ସଟ ଖେଳିବାକୁ ପ୍ରୟାସ କରି ବ୍ୟାଟ୍‌ର ଉପର ଭାଗରେ ବାଜି ବଲ ବ୍ୟାକୱାର୍ଡ ସ୍କୋୟାର ଲେଗ୍‌କୁ ଯାଇଥିଲା। ସେଠାରେ ଫିଲ୍ଡିଂ କରୁଥିବା ଅଲରାଉଣ୍ଡର ଜେସନ ହୋଲ୍ଡର ଏକ ଚମତ୍କାର କ୍ୟାଚ ଧରିଥିଲେ।

ଏହାସହ ପଢ଼ନ୍ତୁ: ମ୍ୟାଚ୍ ମଝିରେ ସିଗାରେଟ୍ ଟାଣୁଥିଲେ କ୍ୟାପ୍ଟେନ୍; ଏବେ ଗଣିବେ ମୋଟା ଅଙ୍କର ଫାଇନ୍

ହେଲେ ରିପ୍ଲେ’ରେ ଦେଖାଯାଉଥିଲା ଯେ, କ୍ୟାଚ ଧରିବା ସମୟରେ ବଲ ସାମାନ୍ୟ ଭୂମିକୁ ସ୍ପର୍ଶ କରିଛି। ଆରସିବି ଶିବିର ଏହାକୁ ’ନଟ ଆଉଟ’ ବୋଲି ଭାବୁଥିବା ବେଳେ ତୃତୀୟ ଅମ୍ପାୟାର ସଙ୍ଗେ ସଙ୍ଗେ ’ଆଉଟ’ ଘୋଷଣା କରିଥିଲେ। ଏହି ନିଷ୍ପତ୍ତି ପରେ ବିରାଟ କୋହଲି ଏବଂ ଆଣ୍ଡି ଫ୍ଲାୱାର ଅତ୍ୟନ୍ତ ରାଗିଯାଇ ଚତୁର୍ଥ ଅମ୍ପାୟାରଙ୍କ ପାଖକୁ ଯାଇ ପ୍ରଶ୍ନ କରିଥିଲେ। ଏହି କାରଣରୁ ପ୍ରାୟ ୨-୩ ମିନିଟ ପର୍ଯ୍ୟନ୍ତ ଖେଳ ମଧ୍ୟ ବନ୍ଦ ରହିଥିଲା।
ତୃତୀୟ ଅମ୍ପାୟାରଙ୍କ ମତରେ ଯେତେବେଳେ ହୋଲ୍ଡର କ୍ୟାଚ ଧରିଥିଲେ, ସେତେବେଳେ ବଲ ଉପରେ ତାଙ୍କର ସମ୍ପୂର୍ଣ୍ଣ କଣ୍ଟ୍ରୋଲ ଥିଲା। ବଲ ଜମିରେ ବାଜିବା ପୂର୍ବରୁ ହିଁ କ୍ୟାଚ ଧରିସାରିଥିଲେ ହୋଲ୍ଡର। ଅମ୍ପାୟାରଙ୍କ ଏହି ନିଷ୍ପତ୍ତିକୁ ନେଇ ଏବେ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି। ପ୍ରଶଂସକମାନେ ଏହାକୁ ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତି ବୋଲି କହୁଥିବା ବେଳେ ଆରସିବି ପ୍ରଶଂସକମାନେ ନିଜର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।



ଆଇପିଏଲ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ଏଭଳି ବିବାଦୀୟ ନିଷ୍ପତ୍ତି ମ୍ୟାଚ୍‌ର ଷ୍ଟ୍ରାଟେଜି ବଦଳାଇ ଦେଉଥିବାରୁ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଅନ୍ୟପକ୍ଷେ ପୂର୍ବତନ କ୍ରିକେଟର ତଥା ଭାଷ୍ୟକାର ଆକାଶ ଚୋପ୍ରା କହିଛନ୍ତି ଯେ, କ୍ୟାଚ୍ ବୈଧ ନା ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି । ଭିଡିଓରେ ହୋଲ୍ଡର ନିୟନ୍ତ୍ରଣରେ ନଥିବା ଭଳି ଲାଗୁଛି । ମଡେଲ୍ କୋଡ୍ ଅଫ୍ କଣ୍ଡକ୍ଟର ଧାରା ୩୩.୩ ଏବଂ ୩୩ ଅନୁସାରେ ବଲକୁ କ୍ୟାଚ୍ କରିବା ସମୟରେ ଏବଂ କିଛି ସମୟ ଯାଏଁ ଏହା ହାତରେ ରହିବା ଆବଶ୍ୟକ । ଯଦି ବଲଟି ମାଟିକୁ ସ୍ପର୍ଶ କରୁଛି ଏହା କ୍ୟାଚ୍ ହେବ ନାହିଁ । ଅମ୍ପାୟାରମାନେ ଏହି ନିୟମ ଜାଣିଥିଲେ । ଟିଭି ରିପ୍ଲେରୁ ବଲଟି ସ୍ପଷ୍ଟ ଭାବେ ଭୂମିକୁ ସ୍ପର୍ଶ କରୁଥିବା ଦେଖିବାକୁ ମିଳିଛି । ହୋଲ୍ଡର ଆଦୌ ନିୟନ୍ତ୍ରଣରେ ନଥିଲେ । ତେଣୁ ରଜତ ପାଟିଦାର ନଟ୍ ଆଉଟ୍ ବୋଲି ସେ କହିଛନ୍ତି । ସେହିପରି ପୂର୍ବତନ କ୍ରିକେଟର ଦୋଦା ଗଣେଶ ମଧ୍ୟ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ତେବେ ଆପଣ କଣ ଭାବୁଛନ୍ତି ରଜତ ପାଟିଦାର ଆଉଟ ଥିଲେ ନା ନଟଆଉଟ ଥିଲେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Virat Kohli Shows Rare Aggression First Time In IPL 2026 | Argus News