Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କୋହଲିଙ୍କୁ ଜିତାଇଥିଲେ ବିଶ୍ୱକପ…ଆଉ ଏବେ ଆଇପିଏଲ-୧୮ ସିଜନର ଅମ୍ପାୟାର

IPL 2026

IPL Controversy / କୋହଲିଙ୍କୁ ଜିତାଇଥିଲେ ବିଶ୍ୱକପ…ଆଉ ଏବେ ଆଇପିଏଲ-୧୮ ସିଜନର ଅମ୍ପାୟାର

Ritu Das
Browse all articles by Ritu Das
·5 days ago·2 min read
କୋହଲିଙ୍କୁ ଜିତାଇଥିଲେ ବିଶ୍ୱକପ…ଆଉ ଏବେ ଆଇପିଏଲ-୧୮ ସିଜନର ଅମ୍ପାୟାର
IPL

Key Points

ଜଣେ ସାଙ୍ଗ ସୁପରଷ୍ଟାର ଆଉ ଜଣେ ସାଙ୍ଗ ଅମ୍ପାୟାର
ଏମିତି ଏକ କାହାଣୀ ଅଜିତେଶ ଅର୍ଗଲଙ୍କର 
ଯିଏ କି, ୨୦୦୮ରେ ରଚିଥିଲେ ରେକର୍ଡ
ଅଣ୍ଡର-୧୯ ବିଶ୍ୱକପ୍‌ ବିଜେତାରେ ସେ ଥିଲେ କୋ-ଷ୍ଟାର 

ଜଣେ ସାଙ୍ଗ ସୁପରଷ୍ଟାର ଆଉ ଜଣେ ସାଙ୍ଗ ଅମ୍ପାୟାର। ଭାରତୀୟ କ୍ରିକେଟରେ ଅନେକ କାହାଣୀ। କେତେବେଳେ ରେକର୍ଡ ବ୍ରେକ ତ ଆଉ କେତେବେଳେ ହିଷ୍ଟ୍ରି ରିପିଟ୍ । ନିଇତି ଦେଖିବାକୁ ମିଳେ ଜେଣ୍ଟଲମ୍ୟାନ୍ ଗେମରେ ଅନେକ କଥା । କିଛି ଖେଳାଳି ବନିଯାଆନ୍ତି ଷ୍ଟାର । କିଛି ନିଜର ଅକ୍ଳାନ୍ତ ପରିଶ୍ରମରେ ଚୟନ କରନ୍ତି ନିଜର ରାସ୍ତା । ଏମିତି ଏକ କାହାଣୀ ଅଜିତେଶ ଅର୍ଗଲଙ୍କର । ଯିଏ କି, ୨୦୦୮ରେ ରଚିଥିଲେ ରେକର୍ଡ। ଅଣ୍ଡର-୧୯ ବିଶ୍ୱକପ୍‌ ବିଜେତାରେ ସେ ଥିଲେ କୋ-ଷ୍ଟାର ।



ବିରାଟ କୋହଲିଙ୍କ ଅଧିନାୟିକତ୍ୱରେ ଦଳ ସୃଷ୍ଟି କରିଥିଲା ଇତିହାସ । ତେବେ ବିରାଟଙ୍କ ଏହି ଯାତ୍ରାର ସାରଥୀ ସାଜିଥିଲେ ଅଜିତେଶ । ଏବେ ଯେଉଁଠି ବିରାଟ କ୍ରିକେଟର ବିରାଟ ଷ୍ଟାର । ସେଇଠି ଅଜିତେଶ କରୁଛନ୍ତି ଅମ୍ପାୟାରିଂ । କୋ-ଷ୍ଟାର ବିରାଟଙ୍କର ସବୁ ଖେଳକୁ ଜଜ୍ କରୁଛନ୍ତି । ଆଇପିଏଲ୍ ୨୦୨୬ରେ ୩୨ ତମ ମ୍ୟାଚ୍ ରାଜସ୍ଥାନ ଏବଂ ଲକ୍ଷ୍ନୌ ମଧ୍ୟରେ ଖେଳାଯାଇଥିଲା । ଏହି ମୁକାବିଲାରେ ଅଜିତେଶ ଅର୍ଗଲ ଅମ୍ପାୟାର ଭାବେ ଆଇପିଏଲ୍‌ରେ କରିଥିଲେ ଡେବ୍ୟୁ। ଆଉ ତାଙ୍କୁ ଦେଖି ସବୁଠୁ ଅଧିକ ଖୁସି ବିରାଟ କୋହଲି।

ଅଜିତେଶ ଅର୍ଗଲ କିଏ?
ଅଜିତେଶ ଅର୍ଗଲ ୨୦୦୮ ଆଇସିସି ୧୯ ବର୍ଷରୁ କମ୍ ବିଶ୍ୱକପରେ ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ବର୍ଷା ପ୍ରଭାବିତ ଫାଇନାଲରେ, ସେ ୫ ଓଭରରେ ମାତ୍ର ୭ ରନ ଦେଇ ୨ ୱିକେଟ ନେଇଥିଲେ । ତାଙ୍କର ଚମତ୍କାର ବୋଲିଂ ଭାରତକୁ ଏକ ଛୋଟ ଟାର୍ଗେଟ ରକ୍ଷା କରିବା ସହ ବିଶ୍ୱକପ୍ ଜିତିବାରେ ସାହାଯ୍ୟ କରିଥିଲା। ଏହି ପ୍ରଦର୍ଶନ ପାଇଁ ଅଜିତେଶଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ସେତେବେଳେ ବିରାଟ କୋହଲି ଦଳର ଅଧିନାୟକ ଥିଲେ।

ଏହାସହ ପଢ଼ନ୍ତୁ: IPLରେ ବଡ଼ ଅଘଟଣ…ଫିଲ୍ଡିଂ ବେଳେ ଦିଲ୍ଲୀ କ୍ୟାପିଟାଲ୍ସର ଲୁଙ୍ଗି ଏନଗିଡିଙ୍କ ମୁଣ୍ଡରେ ଗଭୀର ଆଘାତ

ପରେ ଭାରତୀୟ ବରିଷ୍ଠ ଦଳର ଅଧିନାୟକ ହୋଇଥିଲେ । କିନ୍ତୁ ଅଜିତେଶଙ୍କ ଯାତ୍ରା ଟିକିଏ ଭିନ୍ନ ଥିଲା। ତାଙ୍କୁ ଆଇପିଏଲର ପ୍ରଥମ ସିଜନରେ କିଣାଯାଇଥିଲା । କିନ୍ତୁ ସେ ଗୋଟିଏ ବି ମ୍ୟାଚ୍ ପାଇ ନଥିଲେ। ସେ ପ୍ରାୟ ଏକ ଦଶନ୍ଧି ଧରି ବରୋଦା ପାଇଁ ଘରୋଇ କ୍ରିକେଟରେ କେବଳ କିଛି ମ୍ୟାଚ୍ ଖେଳିଥିଲେ। କ୍ରିକେଟରେ ସୀମିତ ସଫଳତା ସହିତ, ଅଜିତେଶ ଏକ ସ୍ଥିର କ୍ୟାରିଅର ବାଛିଥିଲେ । ସେ କ୍ରୀଡା କୋଟା ମାଧ୍ୟମରେ ଆୟକର ବିଭାଗରେ ଚାକିରି ପାଇଲେ । ଏହାସହ କ୍ରିକେଟରୁ ଅବସର ନେଇଥିଲେ। ସେ ଅନେକ ବର୍ଷ ପର୍ଯ୍ୟନ୍ତ ସରକାରୀ ଚାକିରି କରିଥିଲେ । କିନ୍ତୁ କେଉଁଠି ନା କେଉଁଠି ତାଙ୍କର କ୍ରିକେଟ ପ୍ରତି ତାଙ୍କର ଆଗ୍ରହ ବଞ୍ଚି ରହିଥିଲା।

୨୦୨୩ ମସିହାରେ ହଠାତ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ଅଜିତେଶ ବିସିସିଆଇ ଅମ୍ପାୟାରିଂ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଆରମ୍ଭ କଲେ ନିଜର ନୂଆ କ୍ୟାରିୟର । ସେ ଘରୋଇ କ୍ରିକେଟ୍ ଓ ମହିଳା ପ୍ରିମିୟର ଲିଗ୍ (WPL)ରେ ଅମ୍ପାୟାରିଂର ଅଭିଜ୍ଞତା ହାସଲ କରିଥିଲେ । ବର୍ତ୍ତମାନ, ସେ IPL ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଅଜିତେଶଙ୍କ ଘରୋଇ କ୍ୟାରିୟରରେ, ସେ ମୋଟ ୧୦ଟି ପ୍ରଥମ ଶ୍ରେଣୀ ମ୍ୟାଚ୍, ୩ଟି ଲିଷ୍ଟ A ମ୍ୟାଚ୍ ଏବଂ ୬ଟି T20 ମ୍ୟାଚ୍ ଖେଳିଥିଲେ। ଏହି ସମୟ ମଧ୍ୟରେ, ସେ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ୨୪ଟି ୱିକେଟ୍, ଲିଷ୍ଟ A କ୍ରିକେଟ୍ରେ ୧ଟି ୱିକେଟ୍ ଏବଂ T20 କ୍ରିକେଟ୍ରେ ୪ଟି ୱିକେଟ୍ ନେଇଥିଲେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Virat Kohli World Cup umpire now officiating IPL season 18 matches | Argus News