Videos
|
Lifestyle

PCOS ବା PCOD ରୋଗରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଉପାୟ.....

Ritu Das
Browse all articles by Ritu Das
·2 years ago·2 min read
PCOS ବା PCOD ରୋଗରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଉପାୟ.....

ଅର୍ଗସ ବ୍ୟୁରୋ: PCOS ଏବଂ PCOD ଆଜିକା ଡେଟରେ ଏକ ବଡ ସମସ୍ୟା। ଯାହାର କି କୌଣସି ମେଡିସିନ ନାହିଁ। ଆଉ ଏବେ ମହିଳାମାନଙ୍କ କ୍ଷେତ୍ରରେ ଏକ ଗମ୍ଭୀର ସମସ୍ୟା ଯାହା ଆଜିକାଲି ଅନେକ ମହିଳାଙ୍କୁ ପ୍ରଭାବିତ କରୁଛି। PCOS ବା ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ ଭାବରେ ମଧ୍ୟ ଜଣାଶୁଣା ଯାହା ପ୍ରଜନନ ହରମୋନରେ ଅସନ୍ତୁଳନ ହେତୁ ଏକ ହରମୋନାଲ ବ୍ୟାଧି ଅଟେ। ଏହି ରୋଗ ହେଲେ ଯୁବତୀମାନଙ୍କର menstrual cycleରେ ଡିସଅର୍ଡର ହୋଇଥାଏ। 
ଦ୍ରୁତ ଜୀବନଶୈଳୀରେ ପରିବର୍ତ୍ତନର ଯୋଗୁ ସମସ୍ତଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି।  ବିଶେଷ କରି ମହିଳାମାନେ ଆଜିକାଲି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଫିସ୍ ଏବଂ ଘରର ଦାୟିତ୍ବର ଚାପ ମଧ୍ୟରେ ମହିଳାମାନେ ପ୍ରାୟତଃ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିଥାନ୍ତି। ଏଭଳି ପରିସ୍ଥିତିରେ ମହିଳା ଦିବସ (ମହିଳା ଦିବସ 2024) ସେମାନଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଅବଗତ କରାଇବା ପାଇଁ ଏକ ଉପଯୁକ୍ତ ସୁଯୋଗ ଅଟେ। 

PCOS ହେଉଛି ଏକ ହରମୋନାଲ ବ୍ୟାଧି ଯାହା ପ୍ରଜନନ ହରମୋନରେ ଅସନ୍ତୁଳନ ହେତୁ ହୋଇଥାଏ। ଏହି ରୋଗ ହେଲେ ହଠାତ ଶରୀରରେ ପରିବର୍ତ୍ତନ ହୋଇଥାଏ। ଓଜନ ବୃଦ୍ଧି, ମୁଖରେ କେଶର ବୃଦ୍ଧି, ବ୍ରଣ, ମାସିକ ଋତୁସ୍ରାବରେ ଅନିୟମିତତା ଭଳି ଲକ୍ଷଣ ଦେଖାଦେଇଥାଏ। ଗର୍ଭଧାରଣ କରିବାରେ ମଧ୍ୟ ସମସ୍ୟା ଦେଖାଦେଇଥାଏ। ଏପରି ପରିସ୍ଥିତିରେ, ଆପଣ ନିଜ ଖାଦ୍ୟପେୟରେ କିଛି ଜଡିବୁଟି ଆଡ କରନ୍ତୁ। ଆଉ ଏହିସବୁ ଜଡିବୁଟି ଆପଣଙ୍କ ରୋଷେଇ ଘରେ ହିଁ ଉପଲବ୍ଧ ଅଛି। ଆପଣଙ୍କୁ ନିହାତି ଉପଶମ ମିଳିବ

ମେଥି: ମେଥି ସବୁ ଘରେ ପ୍ରାୟତଃ ବ୍ୟବହାର କରାଯାଏ। ମେଥିଦାନାରେ ବହୁ ଔଷଧୀୟ ତତ୍ତ୍ବ ରହିଛି। ପ୍ରତିଦିନ ମେଥି ଖାଇଲେ ମହିଳାଙ୍କ ପିରିୟଡିକ ସାଇକେଲ ରେଗୁଲାର ହେବା ସହ ଇନସୁଲିନ ସେନ୍ସିଟିଭିଟି କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସ୍ପିୟରମିଣ୍ଟ: ଆପଣମାନେ ସ୍ପିୟରମିଣ୍ଟ ଚା' ବିଷୟରେ ଶୁଣିଛନ୍ତି। ଏହି ଚା' ଶରୀର ପାଇଁ ବେଶ ହିତକାରୀ। ଏଥିରେ ଆଣ୍ଟି-ଏଣ୍ଡ୍ରୋଜେନିକ ଗୁଣ ଥିବାରୁ ଏହା ପିସିଓଡି ରୋଗରେ ହେଉଥିବା hair growକୁ କମ କରାଏ। 

ଯଷ୍ଟିମଧୁ: ଯଷ୍ଟିମଧୁରେ ଔଷଧୀୟ ଗୁଣ ଭରପୁର ରହିଛି। pcos ମହିଳାମାନେ ଯଷ୍ଟିମଧୁ ଖାଇବା ଦ୍ବାରା ଏହା ଶରୀରରେ ଥିବା ଟେଷ୍ଟୋଷ୍ଟେରନ ସ୍ତରକୁ କମ କରିବାରେ ସହାୟକ ହୋଇଥାଏ। ଏହାସହିତ ମୁଖରେ ଉଠିଥିବା ଏକ୍ସଟ୍ରା ହେୟାର ଗ୍ରୋକୁ କମ କରିଥାଏ। ସେହିଭଳି ଡାଲଚିନି ମଧ୍ୟ pcos ରୋଗ ପାଇଁ ବେଶ ଉପକାରୀ। ତେବେ PCOS ଡିଜିଜ ଥିଲେ ନିୟମିତ exercise କରନ୍ତୁ ଦେଖିବେ ଆପଣଙ୍କର PCOS ଡିଜିଜକୁ ଆପଣ ନିୟନ୍ତ୍ରଣରେ ରଖିପାରିବେ। 

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର 

Want to get rid | Argus News