|
logo
Live

Argus News - କସ୍‌ମେଟିକର କଳା ରହସ୍ୟ

Lifestyle

କସ୍‌ମେଟିକର କଳା ରହସ୍ୟ

Arpita Mohanty
Browse all articles by Arpita Mohanty
·2 years ago·2 min read
କସ୍‌ମେଟିକର କଳା ରହସ୍ୟ

ଅର୍ଗସ ବ୍ୟୁରୋ : ଆଜିକାଲି ଛୋଟରୁ ବଡ ସମସ୍ତେ କସ୍‌ମେଟିକ ପ୍ରଡକ୍ଟ ବ୍ୟବହାର କରୁଛନ୍ତି ।ସମଗ୍ର ବିଶ୍ୱରେ ଗ୍ରାମାଞ୍ଚଳଠାରୁ ଆରମ୍ଭକରି ସହରାଞ୍ଚଳ ପର୍ଯ୍ୟନ୍ତ ସବୁଆଡ଼େ ବିଭିନ୍ନ ପ୍ରକାରର କସ୍‌ମେଟିକ ପ୍ରଡକ୍ଟସ୍ ଯେମିତିକି ଭିନ୍ନ ଭନ୍ନ ପ୍ରକାରର କ୍ରିମ୍‌ସ୍,ସ୍ନୋ ପାଉଡର, ଅତର, ଲିପ୍‌ଷ୍ଟିକ, ନେଲ୍‌ପଲିସ, ସାମ୍ପୁ ଇତ୍ୟାଦି ଭଳି ବିଭିନ୍ନ ସାମଗ୍ରୀ ପ୍ରବଳ ମାତ୍ରାରେ ବ୍ୟବହାର କରୁଛନ୍ତି ।ସେହିସବୁ ଉତ୍ପାଦ ସହ ଏବେ ବୟସ ଲୁଚାଇବା ପାଇଁ ଆହୁରି ଅନେକ କସ୍‌ମେଟିକ ଏବଂ ଔଷଧ ପ୍ରତ୍ୟେକ ଦିନ ଉଦ୍ଭାବନ ହେଉଛି। ଯୌବନ ଫେରାଇ ଆଣିବା ପାଇଁ କିଛି ଲୋକମାନେ ମିଲିଅନ ଡଲାର ଖର୍ଚ୍ଚ କରିବାକୁ ମଧ୍ୟ ପଛାଉନାହାନ୍ତି। ତେବେ ଏହି ସୌନ୍ଦର୍ଯ୍ୟ ରକ୍ଷାକାରୀ ଶିଳ୍ପ ପଛରେ ଅନେକ ଅସୁନ୍ଦର ଏବଂ ବିକଟାଳ କାହାଣୀ ଲୁଚି ରହିଛି।

ବର୍ତ୍ତମାନ ସମୟରେ ୫୦୦ ବିଲିଅନ ଡଲାରରୁ ଅଧିକ କସ୍‌ମେଟିକର ବ୍ୟବହାର ହେଉଛି। କିନ୍ତୁ ଯେଉଁଭଳି ଭାବରେ ଏହି ସବୁ କସ୍‌ମେଟିକ ତିଆରି ହେଉଛି ଏବଂ ଏହା ପଛରେ ଯେଉଁ ସବୁ ନକାରାମତ୍କ ଦିଗ ଲୁଚି ରହିଛି ତାହା ପ୍ରାୟତଃ ଅନେକ ଲୋକଙ୍କୁ ଜଣାନାହିଁ। କସ୍‌ମେଟିକ ସହିତ ପ୍ରାଣୀ ଜଗତର କ୍ଷତି ସମ୍ପୃକ୍ତ। କୌଣସି ନୂତନ କେମିକାଲଯୁକ୍ତ କସ୍‌ମେଟିକର ବିକାଶ ପରେ ତାକୁ ପ୍ରଥମେ ମୂଷା, କୁକୁର, ବିଲେଇ, ମାଙ୍କଡ଼, ଠେକୁଆ, ମାଛ ଓ ପକ୍ଷୀମାନଙ୍କ ଶରୀରରେ ପରୀକ୍ଷା କରାଯାଇଥାଏ। ଯାହାର ପ୍ରଭାବରେ ସେମାନଙ୍କର ମୃତ୍ୟୁ ହୋଇଯାଏ। ପେଟାର ଏକ ଆକଳନ ମୁତାବକ ପ୍ରତିବର୍ଷ ପାଖାପାଖି ୫ ଲକ୍ଷ ପ୍ରାଣୀ ଏଥିପାଇଁ ମୃତ୍ୟୁମୁଖରେ ପଡୁଛନ୍ତି।

କସ୍‌ମେଟିକର ପ୍ରଭାବ ପ୍ରାଣୀର ବିନାଶକୁ ବଢାଇ ଚାଲିଛି ତେବେ ଏହି ଶିଳ୍ପର କ୍ଷତିକାରକ ପ୍ରଭାବ ଏତିକିରେ ଅଟକି ନାହିଁ । ଏଥିରେ ସୃଷ୍ଟି ହେଉଥିବା ପ୍ଲାଷ୍ଟିକ ବର୍ଜ୍ୟ ମଧ୍ୟ ପରିବେଶଗତ ସମସ୍ୟାର କାରଣ ପାଲଟିଛି। ବାୟୁ, ଜଳ ପ୍ରଦୂଷଣରେ ଏହାର ଭୂମିକା ରହୁଥିବାବେଳେ ଶସ୍ୟ ଉତ୍ପାଦ ହ୍ରାସ ଓ ଜଳଚର ଜୀବଙ୍କ ମୃତ୍ୟୁ ହେଉଛି। ପ୍ରତିବର୍ଷ କସ୍‌ମେଟିକର ପ୍ଲାଷ୍ଟିକ ବର୍ଜ୍ୟ ପରିମାଣ ବଢ଼ିବାରେ ଲାଗିଛି ଓ ୨୦୫୦ ସୁଦ୍ଧା ଏହାର ପରିମାଣ ବାର୍ଷିକ ୧୨,୦୦୦ ମେଟ୍ରିନ ଟନ୍‌ରେ ପହଞ୍ଚିବ ବୋଲି ବୈଜ୍ଞାନକମାନଙ୍କ ମତ ଦେଇଛନ୍ତି। ଯଦି ଏ କ୍ଷେତ୍ରରେ ପରିବର୍ତ୍ତନ ନହୁଏ ତେବେ ଖୁବ୍ କମ ଦିନରେ ପୃଥିବୀର ବିନାଶ ହୋଇଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର

Sponsored
କସ୍‌ମେଟିକର କଳା ରହସ୍ୟ | Argus News