Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

Viral Wedding / ୭୦ ବର୍ଷର ବର, ୨୨ ବର୍ଷୀୟ କନ୍ୟା! ରାଓ୍ବଲପିଣ୍ଡିରେ ନିକାହ ପରେ ସୋସିଆଲ ମିଡିଆରେ ହଲଚଲ

Ritu Das
Browse all articles by Ritu Das
·4 months ago·2 min read
୭୦ ବର୍ଷର ବର, ୨୨ ବର୍ଷୀୟ କନ୍ୟା! ରାଓ୍ବଲପିଣ୍ଡିରେ ନିକାହ ପରେ ସୋସିଆଲ ମିଡିଆରେ ହଲଚଲ
India

Key Points

ପାକିସ୍ତାନର ରାଓ୍ବଲପିଣ୍ଡିରେ ନିକଟରେ ହୋଇଥିବା ଏକ ବିବାହ ଏବେ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ୍ ହୋଇଛି । ଏଠାରେ ୭୦ବର୍ଷର ହକିମ ବାବର ୨୨ବର୍ଷୀୟ ମହିଳାଙ୍କୁ ବିବାହ କରିଛନ୍ତି ।
ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେବାର ଦେଖିବାକୁ ମିଳୁଛି। ଯାହାକୁ ଦେଖିଲେ ବିଶ୍ବାସ କରିବା ମଧ୍ୟ କଷ୍ଟ। ନିକଟରେ ବିବାହର ଏକ ଭିଡିଓ ଇନଷ୍ଟାରେ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ଦୁହ୍ଲା ଦୁଲହନ ନିକାହ କରିଛନ୍ତି। କିନ୍ତୁ ଯିଏ ନିକାହ କରିଛନ୍ତି ତାଙ୍କ ବୟସ ଜାଣିଲେ ଆପଣ ମଧ୍ୟ ଚକିତ ହେବେ।

ବୟସ ୭୦ ବର୍ଷ। ହେଲେ ବି ବାହା ହେବାକୁ ଅଙ୍କଲଙ୍କ ମନ। ଆଉ ପାଇ ମଧ୍ୟ ଯାଇଛନ୍ତି ପୁରା ୟଙ୍ଗ ସ୍ତ୍ରୀ। ମାନେ ବୟସ ୨୨ ବର୍ଷ। ପାକିସ୍ତାନର ରାଓ୍ବଲପିଣ୍ଡିରେ ନିକଟରେ ହୋଇଥିବା ଏକ ବିବାହ ଏବେ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ୍ ହୋଇଛି । ଏଠାରେ ୭୦ବର୍ଷର ହକିମ ବାବର ୨୨ବର୍ଷୀୟ ମହିଳାଙ୍କୁ ବିବାହ କରିଛନ୍ତି । ବୟସରେ ପ୍ରାୟ ୪୮ବର୍ଷର ବ୍ୟବଧାନ ହେବାରୁ ଏହି ବିବାହ ଏବେ ଚର୍ଚ୍ଚାରେ ରହିଛି ।

ଏଥିସହ ପଢ଼ନ୍ତୁ: ବିବାହ ଚାଲିଥିବାବେଳେ କନିଆଁକୁ ଫୁଲମାଳା ପିନ୍ଧାଇଲା ପ୍ରେମିକ....ଶିଶୁପାଳ ହୋଇ ଫେରିଲା ବର

ବିବାହ ପରେ ଦମ୍ପତି ପ୍ରଫେଶନାଲ ବ୍ରାଇଡାଲ ଫଟୋ ଶୁଟ୍ କରିଛନ୍ତି । ଫଟୋ ଏବଂ ଭିଡ଼ିଓରେ ବର କନ୍ୟା ଅଲଗା ଅନ୍ଦାଜରେ ପୋଜ ଦେଉଥିବା ନଜର ଆସିଛନ୍ତି । ଏକ କ୍ଲିପରେ କନ୍ୟା ଫିଲ୍ମ ଏକ ଥା ଟାଇଗରର ଗୀତର ‘ଦିଲ ଦିୟା ଗଲ୍ଲା’କୁ ଗୁଣୁଗୁଣାଉଥିବା ଦେଖାଯାଉଛନ୍ତି ତ ବର ବି ତାଙ୍କ ସହ ସ୍ବର ମିଶାଉଥିବା ନଜର ଆସିଛନ୍ତି । ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଦ୍ରୁତଗତିରେ ଭାଇରାଲ ହେବାରେ ଳାଗିଛି । ଏକ୍ସରେ ଏହି ଫଟୋ ଯେମିତି ପଡ଼ିଛି ତ ଭାଇରାଲ ହୋଇଯାଇଛି । କମେଣ୍ଟ ସେକ୍ସନରେ ମଜାଦାର ରିଆକ୍ସନ ବି ଦେଖିବାକୁ ମିଳିଛି । କିଛି ଜଣ ଲଭ୍ ମ୍ୟାରେଜ କହିଥିବାବେଳେ ଅନ୍ୟ କିଛି ଜଣ ବୟସକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଆଉ କିଛି ଜଣ ୟୁଜର୍ସ କହିଛନ୍ତି ଆମକୁ ଗୋଟିଏ ବି ଝିଅ ମିଳୁନି ବାହା ହେବାକୁ ଏଇ ବୁଢାକୁ କାଶ୍ମୀର କଲ୍ଲୀ କେମିତି ମିଳିଯାଇଛି। ଅଙ୍କଲଙ୍କର ପୁରା ରଜ। ଆଉ ଜଣେ ଲେଖିଛନ୍ତି ଜଣେ ସୁନ୍ଦରୀ ଝିଅ କଣ ଏମିତି ଯାହାକୁ ନାଇଁ ତାକୁ ବିବାହ କରିବାକୁ ହଁ କହିଦିଅନ୍ତି।

ସମ୍ପର୍କରେ ଯେକୌଣସି ପ୍ରକାରର ବିଶ୍ୱାସଘାତକତା ପ୍ରାୟତଃ ଲୋକଙ୍କୁ ମୂଳରୁ ଭାଙ୍ଗିଦିଏ । ଆଉ ଏହାକୁ ଭୁଲି ସୁସ୍ଥ ହେବାକୁ ଅନେକ ମାସ କିମ୍ବା ବର୍ଷ ମଧ୍ୟ ଲାଗେ । ତଥାପି, କିଛି ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କର ବିଶ୍ୱାସଘାତକତାକୁ ଏକ ଶକ୍ତି ଭାବରେ ବ୍ୟବହାର କରନ୍ତି ଏବଂ ଏପରି କିଛି ହାସଲ କରନ୍ତି ଯାହାକୁ ଲୋକମାନେ ପ୍ରଶଂସା ନକରି ରହିପାରିବେ ନାହିଁ ।

ଶାରୋନ୍ ରୋଡ୍ରିଗ୍ସ ନାମକ ଜଣେ ବ୍ୟକ୍ତି ଠିକ୍ ସେହିପରି କରିଥିଲେ । ଶାରୋନ୍ ରୋଡ୍ରିଗ୍ସ ତାଙ୍କ ଓଜନ କମ୍ କରିବାର ଯାତ୍ରା ସେୟାର କରି କହିଛନ୍ତି ଯେ ପ୍ରେମରେ ବିଶ୍ୱାସଘାତକତା ପରେ ସେ ଓଜନ ହ୍ରାସ ଆରମ୍ଭ କରିଥିଲି ।

ଗୋଟେ ସମୟରେ ବଢ଼ିଥିବା ଓଜନକୁ ନେଇ ଚିନ୍ତା କରୁଥିବା ଏହି ମହିଳା ମହଙ୍ଗା ଜିମ୍ କିମ୍ବା କ୍ରାସ୍ ଡାଏଟ୍ ବ୍ୟବହାର କରିନଥିଲେ, ବରଂ କେବଳ ଘରେ ରନ୍ଧା ହୋଇଥିବା ସରଳ ଖାଦ୍ୟ ଖାଇ ୩୯ କିଲୋ ଓଜନ କମ୍ କରିଛନ୍ତି ।
ପଢନ୍ତୁ ଏହି ଖବର: ଯୌତୁକ ଲୋଭ ଆଗରେ ମୁଣ୍ଡ ନୁଆଁଇଲାନି କନ୍ୟା, ବିବାହ ମଞ୍ଚରେ ନେଲେ ଐତିହାସିକ ନିଷ୍ପତ୍ତି
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
70-Year-Old Groom Marries 22-Year-Old Bride in Rawalpindi, Nikah Sparks Social Media Buzz | Argus News