Videos
|
Lifestyle

ବିବାହ ପୂର୍ବରୁ କେବେ ଫେସିଆଲ କରିବା ଦରକାର ଜାଣନ୍ତୁ...

Banajyotshna Ray
Browse all articles by Banajyotshna Ray
·2 years ago·2 min read
ବିବାହ ପୂର୍ବରୁ କେବେ ଫେସିଆଲ କରିବା ଦରକାର ଜାଣନ୍ତୁ...

ଅର୍ଗସ ବ୍ୟୁରୋ:  ଆରମ୍ଭ ହୋଇଗଲାଣି ବିବାହ ଋତୁ। ଆଉ ଏମିତିରେ ସବୁ ଝିଅ ବିବାହ ସମୟରେ ସବୁଠୁ ସୁନ୍ଦର ଦେଖାଯିବାକୁ ଚାହାନ୍ତି। ଯାହାକୁ ଦୃଷ୍ଟିରେ ରଖି ଗୋଟିଏରୁ ଗୋଟିଏ ଭଲ ଡ୍ରେସ ପିନ୍ଧିବାକୁ ଚାହାନ୍ତି। କେବଳ ସେତିକି ନୁହେଁ, ମ୍ୟାଚିଙ୍ଗ ଜୁଏଲାରି ଏବଂ ମେକଅପ୍‌ ପାଇଁ ମଧ୍ୟ ଅର୍ଡର ଦେଇଥାନ୍ତି। ଅନେକଥର କନ୍ୟାର ଫେସ ମେକଅପ୍‌ ପରେ ମଧ୍ୟ ସେହି ପ୍ରକାରର ଗ୍ଲୋ ମିଳିନଥାଏ, ଯେମିତି ସିଏ ଚାହୁଁଥାନ୍ତି। କନ୍ୟା ହେବା ପୂର୍ବରୁ ବ୍ରାଇଡାଲ ଲୁକ ପାଇଁ ଝିଅମାନେ ଫେସିଆଲ କରିଥାନ୍ତି। ତେବେ ବିବାହ ପୂର୍ବରୁ କେବେ ଫେସିଆଲ କଲେ ମୁହଁରେ ଗ୍ଲୋ  ଆସିବ ଜାଣିବାକୁ ଚାହୁଁଛନ୍ତି କି ? ଏହାକୁ ନେଇ ଡକ୍ଟରଙ୍କ ମତ କଣ  ରହିଛି ଜାଣନ୍ତୁ ?

କନ୍ୟାର ଫାଇନାଲ ଲୁକ ପାଇଁ ସ୍କିନ ଠିକ ହେବା ପାଇଁ ସମୟ ଲାଗିଥାଏ। ଆଉ ଏହା କରିବା ପାଇଁ ଏକ ସଠିକ ସମୟ ଦରକାର।  ଫେସିଆଲ କେବେ କରିବା ଦରକାର ଏକ୍ସପର୍ଟମାନେ ମତ କଣ ଥାଏ। ସେଲିବ୍ରେଟିମାନଙ୍କର ସ୍କ୍ରିନ କେତେ ଗ୍ଲୋ କରେ ଏକ୍ସପର୍ଟମାନେ କଣ କୁହନ୍ତି ଜାଣନ୍ତୁ। ଡକ୍ଟରଙ୍କ କହିବା କଥା କି, ଯଦି ଯଦି କାହାର ମୁହଁରେ କୌଣସି ଦାଗ ରହିଛି ତେବେ, ଏହାର ଟ୍ରିଟମେଣ୍ଟ ୬ ମାସ ଆଗରୁ ଆରମ୍ଭ କରିବା ଦରକାର। ଏହାସହ ଦୁଇରୁ ଚାରି ସପ୍ତାହ ମଧ୍ୟରେ ଫେସିଆଲ କରିବା ଦରକାର। ଯାହାକି ବିବାହ ପୂର୍ବରୁ ପାଖାପାଖି ୧୨ଥର ହେବା ଦରକାର। ଯଦି ଆପଙ୍କୁ ଟ୍ୟାନିଙ୍ଗର ସମସ୍ୟା ରହିଛି, ତେବେ ବିବାହର ତିନି ସପ୍ତାହ ପୂର୍ବରୁ ଦୁଇ ରୁ ଚାରି ସପ୍ତାହ ମଧ୍ୟରେ ଫେସିଆଲ କରିବା ଆରମ୍ଭ କରିଦିଅନ୍ତୁ। 

ଏହାସହ ଡକ୍ଟର ଏହା ମଧ୍ୟ କୁହନ୍ତି କି, ଯଦି କୌଣସି କନ୍ୟାର ସ୍କ୍ରିନରେ ସେଭଳି କୌଣସି ସମସ୍ୟା ନାହିଁ, ତେବେ ବିବାହର ତିନି ମାସ ପୂର୍ବରୁ ନିଜ ସ୍କ୍ରିନର କେୟାର କରିବା ଆରମ୍ଭ କରିଦେବା ଆବଶ୍ୟକ। ଯାହାକି ତାଙ୍କ ସ୍କ୍ରିନ ବିବାହ ସମୟରେ ଗ୍ଲୋ କରିବ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


     

A bride must begin her facial routine six months before the marriage | Argus News