Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ

Lifestyle

ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ

Rashmita Mishra
Browse all articles by Rashmita Mishra
·2 years ago·2 min read
ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ

ଅର୍ଗସ ବ୍ୟୁରୋ: ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ । ଥଣ୍ଡା ହେତୁ ଶରୀର ଏବଂ ଗଣ୍ଠିରେ ଯନ୍ତ୍ରଣା ହେବାର ସମସ୍ୟା ବଢିପାରେ । ଏସି,କୁଲରର ପବନ କାହିଁକି କ୍ଷତିକାରକ ଏବଂ ଏଥିରୁ ନିଜକୁ କିପରି ରକ୍ଷା କରିବେ ଜାଣନ୍ତୁ।

ଖରା ଦିନରେ ସମସ୍ତଙ୍କୁ ଥଣ୍ଡାରେ ରହିବାକୁ ଭଲ ଲାଗେ। କିନ୍ତୁ ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଏକ ସମସ୍ୟା ପାଲଟିଛି । ଏସିର ପବନ ଖରା ଦିନରେ ଆରାମ ଦେଉଥିବା ବେଳେ ଏହା ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ବହୁତ ଖରାପ ହୋଇଥାଏ ।ଏହାର କାରଣ ହେଉଛି ଥଣ୍ଡା ପରିବେଶରେ ସବୁ ବେଳେ ବସିବା ହେତୁ ରକ୍ତ ପ୍ରବାହ କମିଯାଇଥାଏ ।ଏପରି ପରିସ୍ଥିତିରେ ଆଣ୍ଠୁ,ଗଣ୍ଠି ଯନ୍ତ୍ରଣା ସମସ୍ୟା ବଢିଯାଏ ।

 ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ କଷ୍ଟ ଭୋଗୁଥିବା ଲୋକଙ୍କ ପାଇଁ ଯଦି  ଆପଣ ଖରା ଦିନରେ ଏସିରେ ରୁହନ୍ତି ତେବେ ଅନେକ କ୍ଷତି ହୋଇଥାଏ। ଖରା ଦିନରେ ଅତ୍ୟଧିକ ଖରାରେ ବାହାରକୁ ବାହାରିବା ସମ୍ଭବ ହୋଇନଥାଏ । ଭିତରର ଆର୍ଦ୍ରତା ହେତୁ ଆଣ୍ଠୁ,ଗଣ୍ଠି ଯନ୍ତ୍ରଣା ମଧ୍ୟ ହୋଇପାରେ । ହାଡ ଦୁର୍ବଳ ହେବା ପରେ ଶରୀରର ଅନ୍ୟ ଅଙ୍ଗଗୁଡ଼ିକ ମଧ୍ୟ ବିପଦରେ ପଡ଼ନ୍ତି । ହୃଦୟ, ଫୁସଫୁସ, ଯକୃତ, ଆଖି ଏବଂ କିଡନୀ ସମସ୍ୟା ବଢିଯାଏ 
ଦେଶର ୨୨ କୋଟିରୁ ଅଧିକ ଲୋକ ଆର୍ଥ୍ରାଇଟିସ୍ ରୋଗୀ ଅଟନ୍ତି। ଏହିପରି ଲୋକମାନେ ରୋଗ ଚିହ୍ନଟ ପରେ ପ୍ରତିଦିନ ଯୋଗ କରିବା ଆବଶ୍ୟକ । କୁହାଯାଏକି ଯେ ଯୋଗ ପ୍ରାଣାୟାମ  ଆର୍ଥ୍ରାଇଟିସରେ ଗଣ୍ଠିର ଯନ୍ତ୍ରଣାକୁ କମାଇଥାଏ । 

ଆର୍ଥ୍ରାଇଟିସ୍ ଉପରେ ଏସିର ଥଣ୍ଡା ପବନର ପ୍ରଭାବ :-
ଅଧିକ ସମୟ ଧରି ଥଣ୍ଡା ପବନରେ ବସିବା କାରଣରୁ ରକ୍ତ ସଂଚାଳନରେ ଅସୁବିଧା ହୋଇଥାଏ ଖାଲି ସେତିକି ନୁହେଁ ତାସହ
ଗଣ୍ଠିରେ ଯନ୍ତ୍ରଣା ବଢିଥାଏ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆର୍ଥ୍ରାଇଟିସର ଲକ୍ଷଣ :-
ଗଣ୍ଠିରେ ଯନ୍ତ୍ରଣା ,ଗଣ୍ଠିରେ କଠିନତା ,ଆଣ୍ଠୁ ଫୁଲା,ଚର୍ମ ଲାଲ୍,ଚାଲିବାରେ ଅସୁବିଧା

ଗଣ୍ଠି ଯନ୍ତ୍ରଣା ହେଉଛି ତେବେ ଏହି ଭୁଲ କରନ୍ତୁ ନାହିଁ :-
ଓଜନ ବଢିବାକୁ ଦିଅନ୍ତୁ ନାହିଁ ,ଧୂମପାନରୁ ଦୂରେଇ ରୁହନ୍ତୁ 

ଅଧିକ ପଢନ୍ତୁ ଜୀବନଶୈଳୀ ଖବର :

Sponsored
ac-cool-air-can-trigger-joint-pain-in-arthritis-patients-affect-bones | Argus News