Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଏ ସବୁ ଖାଇଲେ ମୁହଁ ଚମକ

Lifestyle

ଏ ସବୁ ଖାଇଲେ ମୁହଁ ଚମକ

Rashmita Mishra
Browse all articles by Rashmita Mishra
·2 years ago·1 min read
ଏ ସବୁ ଖାଇଲେ ମୁହଁ ଚମକ

ଅର୍ଗସ ବ୍ୟୁରୋ: ଫଳ ଖାଇବା ଦ୍ଵାରା ଶରୀରକୁ ଅନେକ ପ୍ରକାରର ପୋଷକତତ୍ତ୍ଵ ମିଳିଥାଏ । ଫଳରେ ଭିଟାମିନର ମାତ୍ରା ଅଧିକ ଥିବା ଫଳରେ ଶରୀର ପାଇଁ ଏହା ବହୁତ ଲାଭବାନ ହୋଇଥାଏ । ପ୍ରତି ଦିନ ଫଳ ଖାଇବା ଦ୍ଵାରା ଶରୀରରେ ବାର୍ଦ୍ଧକ୍ୟପଣ ଦୂର ହୋଇଥାଏ । ବିଭିନ୍ନ ପ୍ରକାରର ଫଳରେ ଅଧିକ ପରିମାଣର ଭିଟାମିନ ମିନେରାଲ୍ସ ଆଦି ଭରପୂର ମାତ୍ରାରେ ରହିଥାଏ ।
 ଫଳ ଖାଇବା ଦ୍ଵାରା ଶରୀରକୁ କୋଲୋଜନ ପ୍ରୋଟିନ ମିଳିଥାଏ । ଯାହା ଫଳରେ ଶରୀରରେ କୁଂଚପଣ, ବାର୍ଦ୍ଧକ୍ୟପଣ ଆଦି ସହଜରେ ଦୂର ହୋଇଯିବ । ବୟସ ବଢିବା ସହ ଶରୀରରେ ପୋଷକତତ୍ତ୍ଵର କମି ଦେଖିବାକୁ ମିଳିଥାଏ । କୋଲୋଜନ, ପ୍ରୋଟିନ ଆଦିର ଅଭାବ ପରିଲକ୍ଷିତ ହୋଇଥାଏ । ମୁହଁରେ ଏହି କୁଞ୍ଚପଣ ଥିବା ହେତୁ ଶରୀରରେ ବାର୍ଦ୍ଧକ୍ୟପଣ ସହଜରେ ଜାଣି ହୋଇଯାଏ । 

ଅଧିକ ପଢନ୍ତୁ ଜୀବନଶୈଳୀ ଖବର 
୩୦ବର୍ଷ ବୟସ ପରେ ଶରୀରରେ କୋଲୋଜନ, ପ୍ରୋଟିନ, ପୋଷକତତ୍ତ୍ଵର ଅଭାବ ମିଳେ । ଏହି ଅଭାବକୁ ଦୂର କରିବାକୁ ହେଲେ ଆପଣ ମାନେ ଫଳର ସେବନ କରିବା ନିହାତି ଆଵଶ୍ୟକ । ସମସ୍ତ ଫଳ ମଧ୍ୟରୁ କମଳା ଓ ଲେମ୍ପୁରେ ଅଧିକ ପରିମାଣର ଭିଟାମିନ ରହିଥାଏ । ଏହି ଫଳ ଖାଇବା ଦ୍ଵାରା ଶରୀରରେ କୋଲୋଜନ, ପ୍ରୋଟିନ, ପୋଷକତତ୍ତ୍ଵର ପରିମାଣ ବୃଦ୍ଧି ପାଇଥାଏ । ଯାହା ବାର୍ଦ୍ଧକ୍ୟପଣ ଦୂର କରିଥାଏ । ଅନାନାସ ବା ସପୁରୀ ଓ ବିଲାତିର  ସେବନ କରିବା ଦ୍ଵାରା କୋଲୋଜନ, ପୋଷକତତ୍ତ୍ଵ ପ୍ରଚୁର ପରିମାଣର ମିଳିଥାଏ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Eating fruit every day prevents aging in the body. | Argus News