Videos
|
Lifestyle

ମାର୍ଚ୍ଚ ୧୪ ବିଶ୍ୱ କିଡନୀ ଦିବସ, ଜାଣନ୍ତୁ ଏହାର ଲକ୍ଷଣ

Jitendra Dash
Browse all articles by Jitendra Dash
·2 years ago·2 min read
ମାର୍ଚ୍ଚ ୧୪ ବିଶ୍ୱ କିଡନୀ ଦିବସ, ଜାଣନ୍ତୁ ଏହାର ଲକ୍ଷଣ

ଅର୍ଗସ ବ୍ୟୁରୋ : ଆଜି ମାର୍ଚ୍ଚ ୧୪ ତାରିଖ । ଏହି ଦିନଟିକୁ ବିଶ୍ୱ କିଡନୀ ଦିବସ ଭାବେ ପାଳନ କରାଯାଇଥାଏ । କିଡନୀ ବା ବୃକକ ହେଉଛି ଶରୀର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହା ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସନ କରି ସୁସ୍ଥ ରଖିବାର କାର୍ଯ୍ୟକରେ । କିନ୍ତୁ ବର୍ତ୍ତମାନର ଜୀବନଶୈଳୀ କିଡନୀ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଉଛି । ଲୋକଙ୍କୁ କିଡନୀ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ଦ୍ୱିତୀୟ ଗୁରୁବାରକୁ ବିଶ୍ୱ କିଡନୀ ଦିବସ ପାଳନ କରାଯାଏ । 

ଏହି ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ୧୪ରେ ବିଶ୍ୱ କିଡନୀ ଦିବସ ପାଳନ ହେଉଛି । ତେବେ ଚଳିତ ବର୍ଷ ‘ବିଶ୍ୱ କିଡ଼ନୀ ଦିବସ’ର ଥିମ୍ ରହିଛି, ‘ kidney Health for all- Advancing Equitable Access to care And Optimal Medication Practice’ । ତେବେ ଆସନ୍ତୁ ଜାଣିବା ଏହି ରୋଗର ଲକ୍ଷଣ ବିଷୟରେ ।

ଡ଼ାକ୍ତରଙ୍କ ମତ ଅନୁଯାୟୀ, ଏହାର ପ୍ରମୁଖ କାରଣ ହେଲା ମଧୁମେହ ଓ ଉଚ୍ଚ ରକ୍ତଚାପ । କିଡ଼ନୀ ରୋଗରେ ସାଧାରଣତଃ ପ୍ରାଥମିକ ଅବସ୍ଥାରେ କୌଣସି ଲକ୍ଷଣ ଦେଖା ଦେଇନଥାଏ କିନ୍ତୁ ଏନେଇ ଜଣାପଡ଼ିବା ବେଳକୁ କିଡ଼ନୀ ଅନେକ ପରିମାଣରେ ନଷ୍ଟ ହୋଇଯାଇଥାଏ । ତେଣୁ ଯେଉଁମାନେ ମୁଖ୍ୟତଃ ମଧୁମେୟ ଓ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ବ୍ୟକ୍ତି ନିୟମିତ ଭାବେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ଉଚିତ୍, ଯଥା- ରକ୍ତ ୟୁରିଆ, ସେରମ୍ କ୍ରିଏଟିନିନ୍, ମୂତ୍ରରେ ପ୍ରୋଟିନ୍ ପରୀକ୍ଷା, କିଡ଼ନୀର ସ୍ଥିତି ଜାଣିବା ପାଇଁ ଅଲଟ୍ରାସାଉଣ୍ତ ଆଦି କରିବା ନିହାତି ଜରୁରୀ ।

ଲକ୍ଷଣ :-
ଦୁଇଟିଯାକ ଗୋଡ଼ ଫୁଲିବା, ରକ୍ତଚାପ ବଢିଯିବା, ପରିସ୍ରାରେ ଫେଣ ଆସିବା, ଧଇଁସଇଁ ଲାଗିବା, ବାନ୍ତି ଲାଗିବା ବା ହେବା, ଭୋକ ଓ ଓଜନ କମିବା, ହେମୋଗ୍ଲାବିନ୍ କମିବା, ଦେହହାତ ବିନ୍ଧା ହେବା ସହ କୁଣ୍ତାଇ ହେବା । ଏସବୁ ଲକ୍ଷଣ ଦେଖାଗଲେ ଆଦୌ ଅବହେଳା ନ କରି ତୁରନ୍ତ କିଡ଼ନୀ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଭାରତ ଖବର

କ’ଣ ନ ଖାଇବା ଉଚିତ୍ ?
ଏହି ରୋଗୀମାନେ ଅତ୍ୟଧିକ ପ୍ରୋଟିନଯୁକ୍ତ ଖାଦ୍ୟ ଯେପରିକି, ପ୍ରକ୍ରିୟାକୃତ ମାଂସ, ରେଡ଼ ମିଟ୍, ମାଛ, ଅଣ୍ତା ବା ଦୁଗ୍ଧ ଜାତୀୟ ଓ ଡ଼ାଲି ଜାତୀୟ ଖାଦ୍ୟ ନ ଖାଇବା ଭଲ । ସେହିପରି ଅଧିକ ପୋଟାସିୟମ୍ ଥିବା ଖାଦ୍ୟ, ଯଥା- ସଜନା ଛୁଇଁ, ପାଚିଲା କଦଳୀ, ଲେମ୍ବୁ, ଖଟା ବା ଆଚାର, ଟମୋଟେ, ବନ୍ଧାକୋବି, ଫଳ, ଶାଗ ଆଦିରୁ ଦୂରେଇ ରୁହନ୍ତୁ । ଏହାସହ ଅତ୍ୟଧିକ ତୈଳଜାତୀୟ ଖାଦ୍ୟ, ଆଲକୋହଲ, ମୃଦ୍ୟପାନୀୟ, ଧୂମପାନ ଠାରୁ ମଧ୍ୟ ଦୂରେଇ ରୁହନ୍ତୁ ।

All You Need To Know About Kidney Donation | Argus News