Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଖରାଦିନେ ସତ୍ତୁ ପାଣି ପିଉଛନ୍ତି କି?

Arpita Mohanty
Browse all articles by Arpita Mohanty
·2 years ago·2 min read
ଖରାଦିନେ ସତ୍ତୁ ପାଣି ପିଉଛନ୍ତି କି?

ଅର୍ଗସ ବ୍ୟୁରୋ: ଗରମ ଦିନେ ସମସ୍ତଙ୍କୁ କିଛି ଥଣ୍ଡା ଜିନିଷ ଖାଇଵାକୁ ଏବଂ ପିଇଵାକୁ ଭଲଲାଗେ। ଯାହାଦ୍ବାରା ପେଟ ଥଣ୍ଡା ରହେ। ଏମିତି ଏକ ଖାଦ୍ୟ ଅଛି ଯାହାକୁ ଆପଣ ଜାଣିଥିବେ କିନ୍ତୁ ତା'ର ଏତେ ସବୁ ଉପକାରିତା ଥିବ କେବେ ଭାବିନଥିବେ। ତାହା ହେଉଛି ସତ୍ତୁ। ପ୍ରଚଣ୍ଡ ତାତିର ସମାଧାନ ହେଉଛି ସତ୍ତୁ ପାଣି। ଏହା କେବଳ ପେଟକୁ ଥଣ୍ଡା ରଖେ ନାହିଁ ବରଂ ସଂଷ୍ଟ୍ରୋକରୁ ମଧ୍ୟ ବଞ୍ଚାଇଥାଏ।

ତେବେ ଜାଣନ୍ତୁ ସତ୍ତୁ କିପରି ତିଆରି କରିବେ ଏବଂ ତାର ଉପକାରିତା :-
ଆପଣ ସତ୍ତୁକୁ ଖାଲି ପେଟରେ କିମ୍ବା ଜଳଖିଆ ସହିତ ପିଇପାରିବେ । ଏଥିପାଇଁ ୧ ଗ୍ଲାସ୍ ସାଧା ପାଣି ନିଅନ୍ତୁ ଏବଂ ସେଥିରେ ୨ରୁ୩ ଚାମଚ ସତ୍ତୁକୁ ମିଶାନ୍ତୁ । ବର୍ତ୍ତମାନ ଏଥିରେ କଳା ଲୁଣ, ଜିରା ପାଉଡର, କିଛି ଲେମ୍ବୁ ମିଶାଇ ପିଅନ୍ତୁ । 

ଖାଲି ପେଟରେ ସତ୍ତୁ ପିଇବାର ଫାଇଦା:
ଖାଲି ପେଟରେ ସତ୍ତୁ ଖାଇବା ଦ୍ବାରା ଓଜନ ହ୍ରାସ ପାଇଥାଏ। ଏହା ଶରୀରରେ ବ୍ଲୋଟିଂ କମ୍ କରେ, ମେଟାବୋଲିଜିମ୍ କୁ ବଢ଼ାଏ, କ୍ୟାଲୋରୀ ଘଟାଏ ଏବଂ ଗ୍ୟାସ ସମସ୍ୟା ଦୂର କରେ।

ଷ୍ଟ୍ରୋକ ଏବଂ ଖରାରୁ ରକ୍ଷା କରେ:
ଗରମ  ଦିନରେ ସତ୍ତୁ ପିଇବା ଦ୍ଵାରା ଗରମରୁ ରକ୍ଷାମିଳିଥାଏ ।  ସୂର୍ଯ୍ୟ କିରଣର ପ୍ରଭାବକୁ ହ୍ରାସ କରିବାରେ ସତ୍ତୁ ମଧ୍ୟ ସହାୟକ ହୋଇଥାଏ । ସତ୍ତୁ ପିଇଵା ଦ୍ଵାରା ଶରୀରରେ ଜଳୀୟ ଅଶଂ ଵଢିଥାଏ। ଗରମରୁ ରକ୍ଷା ପାଇବା ପାଇଁ, ପ୍ରତିଦିନ ସକାଳେ ସତ୍ତୁ ପିଇବା ଆବଶ୍ୟକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶରୀରକୁ ହାଇଡ୍ରେଟ୍ ରଖେ:
ଖରାଦିନରେ ସତ୍ତୁ ପିଇଲେ ଶରୀରକୁ ହାଇଡ୍ରେଟ୍ ରଖେ । ଡିହାଇଡ୍ରେସନ୍ ହେଲେ ସତ୍ତୁ ପିଇପାରିଵେ। ସତ୍ତୁ ପିଇବା ଦ୍ବାରା ରକ୍ତ ସଞ୍ଚାଳନ ଭଲ ହୋଇଥାଏ।

ହଜମ ଶକ୍ତି ବଢ଼ାଏ:
ସତ୍ତୁ ପିଇବା ଦ୍ୱାରା ହଜମ ଶକ୍ତି ବଢ଼ିଥାଏ। ଏଥିରେ ରିଚ୍ ଫାଇବର ଥାଏ ଯାହା ହଜମ ପ୍ରକ୍ରିୟାକୁ ସହଜ କରିଥାଏ । ଶରୀରରେ ଜମା ହୋଇଥିବା ମଇଳା ସଫା କରିବାରେ ମଧ୍ୟ ସତ୍ତୁ ସାହାଯ୍ୟ କରିଥାଏ ।

ତେବେ ସତ୍ତୁ ଦେଖିବାକୁ ସାଧାରଣ ଲାଗେ କିନ୍ତୁ ଏଥିରେ ଅନେକ ଓୌଷଧୀୟ ଗୁଣ ରହିଥାଏ ଯାହା ସ୍ବାସ୍ଥ୍ୟ ପାଇଁ ଲାଭବାନ୍ ହୋଇଥାଏ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର

Sponsored