Videos
|
Lifestyle

ଅଧିକ ତରଭୁଜ ଖାଉଛନ୍ତି କି?

Arpita Mohanty
Browse all articles by Arpita Mohanty
·2 years ago·1 min read
ଅଧିକ ତରଭୁଜ ଖାଉଛନ୍ତି କି?

ଅର୍ଗସ ବ୍ୟୁରୋ: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଆଶ୍ୱସ୍ତି ଦେଉଛି ତରଭୁଜ । ଖରା ଯେତେ ବଢେ ତାହାର ଚାହିଦା ମଧ୍ୟ ସେତେ ବଢେ । ଚାହିଦା ଯେତିକି ଲାଭ ବି ସେତିକି । ଆଉ ଏହି ଚାହିଦାକୁ ଦୃଷ୍ଟିରେ ରଖି ଅନେକ ବିକ୍ରେତା ଟଙ୍କା ରୋଜଗାର ପାଇଁ ନକଲି ତରଭୁଜ ବିକ୍ରି କରନ୍ତି। ଯାହା ଖାଇବା ଶରୀର ପାଇଁ ଅତ୍ୟନ୍ତ ବିପଜ୍ଜନକ।

ତରଭୁଜ ଯେତେ ନାଲି ସ୍ୱାଦିଷ୍ଟ। କିନ୍ତୁ ଆଜିକାଲି ରାସାୟନିକ ପଦାର୍ଥ ସାହାଯ୍ୟରେ ତରଭୁଜକୁ ନାଲି କରାଯାଉଛି। FSSAI ଅନୁଯାୟୀ ବଜାରରେ ଉପଲବ୍ଧ ତରଭୁଜରେ ରାସାୟନିକ ଏରିଥ୍ରୋସିନ୍ ମିଶା ଯାଉଛି। ଏହି ବିପଜ୍ଜନକ ରସାୟନିକ ରଙ୍ଗର ମିଶ୍ରଣ ସ୍ୱାସ୍ଥ୍ୟ ପାଇଁ ହାନିକାରକ । 

ତେବେ ତରଭୁଜ ନକଲି କି ଅସଲି ଜାଣିବେ କିପରି?

FSSAI ଅନୁଯାୟୀ, ଆପଣ ତୁଳା କିମ୍ବା ଏକ ଟିସ୍ୟୁ ପେପର ମାଧ୍ୟମରେ ତରଭୁଜରେ ନକଲି ରଙ୍ଗ ମିଶିଛି ନା ନାହିଁ ଜାଣିପାରିବେ। ପ୍ରଥମେ ତରଭୁଜକୁ ଅଧା କରି କାଟି ଦିଅନ୍ତୁ । ଏହା ପରେ ତରଭୁଜର ନାଲି ଅଂଶ ଉପରେ ଟିସ୍ୟୁ ପେପରକୁ ଛାପି ଛାପି ଦିଅନ୍ତୁ। ଯଦି ପେପର ନାଲି ହେଉଛି ତାହେଲେ ତରଭୁଜରେ ରାସାୟନିକ ଏରିଥ୍ରୋସିନ୍ ମିଶା ଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଏଥିରେ ମିଶୁଥିବା ଏହି ଏରିଥ୍ରୋସିନ୍ ଖାଇବା ଦ୍ବାରା ଝାଡ଼ା, ବାନ୍ତି,ପେଟ ଯନ୍ତ୍ରଣା ହେବା, ଭୋକ ନହେବା ଭଳି ସମସ୍ୟା ଦେଖାଯାଇଥାଏ। ଦୀର୍ଘ ସମୟ ଧରି ଏପରି ତରଭୁଜ ଖାଇବା ଦ୍ୱାରା ଥାଇରଏଡ ରୋଗ ମଧ୍ୟ ହୋଇପାରେ। ତେଣୁ କିଣିବା ସମୟରେ ସଚେତନ ରୁହନ୍ତୁ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର

watermelon | Argus News