ପୋଡା ଘା'ରେ ବରଫ ଲଗାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ!
·2 years ago

ଅର୍ଗସ ବ୍ୟୁରୋ: ପୋଡା ଘା'ରେ ପେଷ୍ଟ କି ବରଫ ଲଗାଉଛନ୍ତି କି ? ବଢିପାରେ ସଂକ୍ରମଣ। ବଦଳରେ ଲଗାନ୍ତୁ ଏହି ଜିନିଷ।
ସାଧାରଣତଃ ଲୋକେ ଯେତେବେଳେ ଶରୀରର କୌଣସି ସ୍ଥାନ ଜଳିଯାଏ ସେହି ଜାଗାରେ ବରଫ ନହେଲେ କୋଲଗେଟ ପେଷ୍ଟ ଲଗାଇଥାନ୍ତି । କାରଣ ଏହା ଦ୍ୱାରା ଜଳିବା କମିବା ସହିତ ଆରାମ ମିଳିଥାଏ । କିନ୍ତୁ ଆପଣ ଅଜ୍ଞାତରେ ଆପଣଙ୍କ ସମସ୍ୟା ବଢାଉଛନ୍ତି ।
ଡାକ୍ତରଙ୍କ କହିବା ଅନୁଯାୟୀ ପୋଡା ଘା'ରେ ବରଫ ଲଗାଇବା ଦ୍ୱାରା ସେହି ସ୍ଥାନରେ ବ୍ଲଡ଼ ସରକୁଲେସନ ରହିଯାଇଥାଏ। ଯାହାଦ୍ୱାରା ଘା ସୁଖିବାକୁ ସମୟ ଲାଗିବା ସହିତ ଇନଫେକ୍ସନ ବଢିବା ସମ୍ଭାବନା ଅଧିକ ଥାଏ ବରଂ ପୋଡା ଘାକୁ ଚଲା ପାଣିରେ ୧୫ ରୁ ୨୦ ମିନିଟ ରଖନ୍ତୁ ଯାହାଦ୍ୱାରା ଇନଫେକ୍ସନ କମ ହୋଇଥାଏ। ପରେ ସେହି ସ୍ଥାନରେ ଆଲୋବେରା ଜେଲ ଲଗାନ୍ତୁ।
ଅଧିକ ପଢନ୍ତୁ ଜୀବନ ଶୈଳୀ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: