Hair Straightening ବାରମ୍ବାର କରୁଛନ୍ତି କି?

ଅର୍ଗସ ବ୍ୟୁରୋ: ଆଜିକାଲି କେଶର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଝିଅମାନେ ବିଭିନ୍ନ ପଦ୍ଧତି ଆପଣାଉଛନ୍ତି ଯେମିତି କି କେଶ ସିଧା କରିବା,କେରାଟିନ୍ ଟ୍ରିଟମେଣ୍ଟ ,ସ୍ପା ଆଦି । ଏସବୁ କଲେ କେଶରେ ବିଭିନ୍ନ କେମିକାଲ କ୍ରିମ ପ୍ରୟୋଗ କରାଯାଏ ଯାହା ଦ୍ବାରା ଏକ ନିର୍ଦ୍ଧିଷ୍ଟ ସମୟ ପାଇଁ କେଶର ଚମକ ତ ବଢ଼େ ହେଲେ ତା'ର ସାଇଡ଼ ଇଫେକ୍ଟ ବି ଥାଏ ଯାହା ସ୍ବାସ୍ଥ୍ୟ ପାଇଁ ହାନିକାରକ।
ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଯେ କେରାଟିନ୍ ଟ୍ରୀଟମେଣ୍ଟ ଦ୍ବାରା କିଡ଼ନୀ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ସୁଚନା ଅନୁଯାୟୀ କେରାଟିନ୍ ପାଇଁ ବ୍ୟବହୃତ ହେଉଥିବା ପ୍ରଡ଼କ୍ଟସରେ ଗ୍ଲାଇଅକ୍ସିଲିକ ଏସିଡ଼ ମିଶାଯାଇଥାଏ। ଯେତେବେଳେ ଏହା କେଶରେ ପ୍ରୟୋଗ କରାଯାଏ ତାହା ଅକ୍ସାଲେଟ୍ ସ୍ଫଟିକରେ ପରିଣତ ହୋଇଥାଏ ଯାହାଦ୍ବାରା କିଡ଼ନୀ ଖରାପ ହେବାର ଆଂଶକା ବଢ଼ିଯାଏ।
ବିଶେଷଜ୍ଞଙ୍କ ଅନୁଯାୟୀ, ଯେତେବେଳେ ଗ୍ଲାଇକୋଲିକ୍ ଏସିଡ୍ ମେଟାବୋଲାଇଜ୍ ହୁଏ,ତାହା ଗ୍ଲାଇଅକ୍ସିଲିକ୍ ଏସିଡ୍ ହୋଇଯାଏ ଏବଂ ଅକ୍ସାଲେଟ୍ ସୃଷ୍ଟି କରିଥାଏ। ଏହା କିଡନୀକୁ କ୍ଷତି ପହଞ୍ଚାଇଥାଏ। ଏହି ଗ୍ଲାଇକୋଲିକ୍ ଏସିଡ୍ ରକ୍ତରେ ତରଳିଯାଏ ଏବଂ ଅକ୍ସାଲେଟ୍ ରେ ପରିଣତ ହୁଏ ଯାହାଦ୍ବାରା କିଡନୀ ନଷ୍ଟ ହୋଇପାରେ। ତେବେ ଏହି ଗ୍ଲାଇକୋଲିକ୍ ଏସିଡ଼ ଅନେକ ବ୍ୟୁଟି ପ୍ରଡ଼କଟ୍ସ ଯେମିତି କି ଟୋନର, ସିରମ, ମଇଶ୍ଚରାଇଜରରେ ମଧ୍ୟ ବ୍ୟବହାର କରାଯାଇଥାଏ।
ଧ୍ୟାନ ରଖନ୍ତୁ କେରାଟିନ୍ ଟ୍ରୀଟମେଣ୍ଟ ସମୟରେ ଗ୍ଲୋଭସ୍ ଏବଂ ମାସ୍କ ପିନ୍ଧନ୍ତୁ। କୌଣସି ବି ପ୍ରକାରେ ଯେମିତି ଏହି ଏସିଡ଼ ଆପଣଙ୍କ ଶରୀର ଭିତରକୁ ପ୍ରବେଶ ନକରୁ ସେ ପ୍ରତି ସଚେତନ ରୁହନ୍ତୁ।
📱 Get Argus News App
✨ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର