Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆମ୍ବ ଖାଉଥିଲେ ସାବଧାନ!

Lifestyle

ଆମ୍ବ ଖାଉଥିଲେ ସାବଧାନ!

Arpita Mohanty
Browse all articles by Arpita Mohanty
·2 years ago·2 min read
ଆମ୍ବ ଖାଉଥିଲେ ସାବଧାନ!

ଅର୍ଗସ ବ୍ୟୁରୋ: ଋତୁ ଅନୁଯାୟୀ ସବୁ ପନିପରିବା ଏବଂ ଫଳର ମହତ୍ତ୍ବ ରହିଥାଏ। କୁହାଯାଏ ଯେଉଁ ଋତୁରେ ଯେଉଁ ପନିପରିବା ମିଳୁଛି ତାହା ଖାଇବା ଆବଶ୍ୟକ।ଏହାର ସ୍ବାସ୍ଥ୍ୟ ଉପରେ ଭଲ ପ୍ରଭାବ ପଡିଥାଏ। ଯେମିତି କି ବର୍ତ୍ତମାନ ଆମ୍ବର ସିଜନ୍ ଚାଲିଛି। ଖରାଦିନ ଆସିଲେ ହିଁ ଆମ୍ବ ଖାଇବାକୁ ମିଳେ। ଆଉ କେବଳ ଖରାଦିନେ ହିଁ ଆମ୍ବ ସୁଆଦିଆ ଲାଗେ। ଆମ୍ବ କେବଳ ଖାଇବାକୁ ସ୍ବାଦିଷ୍ଟ ନୁହେଁ ବରଂ ଏଥିରେ ଅତ୍ୟାବଶ୍ୟକ ଭିଟାମିନ୍ , ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଥାଏ ଯାହା ଶରୀରକୁ ହାଇଡ୍ରେଟ୍ କରିଥାଏ ଏବଂ ଖରାଦିନେ ହେଉଥିବା ରୋଗରୁ ରକ୍ଷା କରିଥାଏ।

ତେବେ ଅଧିକ ଆମ୍ବ ଖାଇବା ବି ଶରୀର ପାଇଁ କ୍ଷତିକାରକ ହୋଇପାରେ। ଡାକ୍ତର ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞ ମାନଙ୍କ କହିବା ଅନୁଯାୟୀ ଅଧିକ ପରିମାଣରେ ଆମ୍ବ ଖାଇଲେ ଗ୍ୟାଷ୍ଟ୍ରିକ୍ , ଡାଇରିଆ, ପେଟ ଯନ୍ତ୍ରଣା ଏବଂ ଅଲସର ହୋଇପାରେ। ଜାଣନ୍ତୁ ଆମ୍ବ କେମିତି ଏବଂ କେତେ ପରିମାଣରେ ଖାଇବେ?

କେମିତି ଖାଇବେ?
ଆମ୍ବରେ ଫାଇଟୋନ୍ୟୁଟ୍ରିଏଣ୍ଟସ୍ ଭରପୂର ଥାଏ ଯାହା ଶରୀର ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ଆମ୍ବ ସ୍ବାସ୍ଥ୍ୟ ପାଇଁ ଭଲ କିନ୍ତୁ କୃତିମ ଉପାୟରେ ପଚେଇବା ପାଇଁ କୀଟନାଶକ ବ୍ୟବହାର କରାଯାଉଥିବାରୁ ପ୍ରଥମେ ପାଣିରେ ୨ ଘଣ୍ଟା ବୁଡ଼ାଇ ରଖି ତାପରେ ଖାଇବା ଉଚିତ୍। ଆମ୍ବରେ ଅନେକ ପୋଷକ ତତ୍ତ୍ବ ଏବଂ ଅତ୍ୟାବଶ୍ୟକ ଭିଟାମିନ୍ ମିଶା ଯାଇଥିବାବେଳେ ସେଥିରେ ଫ୍ରୁକଟୋଜ ନାମକ କାର୍ବୋହାଇଡ୍ରେଟ୍ ମଧ୍ୟ ରହିଥାଏ, ଯାହା ରକ୍ତରେ ଶର୍କରା ସ୍ତରକୁ ବଢ଼ାଇପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେତେ ପରିମାଣରେ ଖାଇବେ?
ଗୋଟେ ଆମ୍ବକୁ ଅଧା କରି ଦୁଇଥର ଖାଆନ୍ତୁ କିନ୍ତୁ ଏକାବେଳେ ଗୋଟେ ଆମ୍ବ ଖାଆନ୍ତୁ ନାହିଁ। ଆମ୍ବକୁ ମିଲ୍ ସହିତ ନଖାଇ ସ୍ନାକ୍ ଭାବରେ ଖାଇବା ଉଚିତ୍ । କିଛି ଲୋକଙ୍କୁ ଆମ୍ବ ଖାଇଲେ ଆଲର୍ଜି ହୁଏ । ସେମାନେ ଗଳାରେ ଯନ୍ତ୍ରଣା ଅନୁଭବ କରନ୍ତି। ଆଉ କିଛି ଲୋକ ଆମ୍ବ ଖାଇଲେ ହଜମ ପ୍ରକିୟାରେ ଅସୁବିଧା ଅନୁଭବ କରନ୍ତି।

ବର୍ତ୍ତମାନ ସବୁ ଫଳ ଏବଂ ପନିପରିବାକୁ ଅଧିକ ପରିମାଣର ଉତ୍ପାଦନ କରିବା ପାଇଁ ରାସାୟନିକ ପଦାର୍ଥର ଉପଯୋଗ କରାଯାଉଛି ଯାହାର ଅତ୍ୟଧିକ ବ୍ୟବହାର ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି ତେଣୁ ସଠିକ୍ ଉପାୟରେ ନିୟନ୍ତ୍ରଣ ରକ୍ଷା କରି ଖାଆନ୍ତୁ ଏବଂ ନିଜ ସ୍ବାସ୍ଥ୍ୟ ସଚେତନ ରୁହନ୍ତୁ। 

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର

Argus Whatsapp Channel Mobile Top
Sponsored
mangoes | Argus News