ପିଲାଙ୍କୁ ଚକୋଲେଟ ଦେବା ପୂର୍ବରୁ ସାବଧାନ ହୁଅନ୍ତୁ
·2 years ago

ଅର୍ଗସ ବ୍ୟୁରୋ: ପଞ୍ଜାବର ଚକୋଲେଟସ ଖାଇବା ଦ୍ବାରା ଏକ ଦେଢ଼ ବର୍ଷର ଶିଶୁ ରକ୍ତବାନ୍ତି କରିଥିଲା। ଶିଶୁଟି ଘର ଲୁଧିଆନାରେ ହୋଇଥିବାବେଳେ ତା' ପାଇଁ ଚକୋଲେଟ ସେହି ପଟିଆଲା ସହରରୁ କିଣାଯାଇଥିଲା। ଯେଉଁଠି କିଛିଦିନ ତଳେ କେକ ଖାଇ ଜନ୍ମଦିନରେ ଏକ ବାଳିକାର ମୃତ୍ୟୁ ହୋଇଥିଲା।
ଏହାପରେ ଉକ୍ତ ଶିଶୁକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ଯାଞ୍ଚ ଅଧିକାରୀ ତୁରନ୍ତ ସେହି ଦୋକାନରେ ପହଞ୍ଚିଥିଲେ। ଯେଉଁଠାରୁ ଏହି ଚକୋଲେଟ କିଣାଯାଇଥିଲା। ଯାଞ୍ଚରୁ ଜଣାପଡ଼ିଛି କି ଶିଶୁ ଖାଇଥିବା ଚକୋଲେଟର ଏକ୍ସପାୟାର ଡେଟ ଚାଲିଯାଇଥିଲା।
ମିଳିଥିବା ସୂଚନାରୁ ଜଣାପଡ଼ିଛି ଶିଶୁ ପଟିଆଲାରୁ ନିଜ ଘରକୁ ଫେରୁଥିବାବଳେ ତାକୁ ଉପହାର ଆକାରରେ ଚକୋଲେଟ, କୁରକୁରେ, ଜୁସ ଇତ୍ୟାଦି ଦିଆଯାଇଥିଲା। ଏଥିମଧ୍ୟରୁ ସେ ଚକୋଲେଟକୁ ଖାଇବାପରେ ତା'ର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା।
ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: