Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସୁନା କିଣିବା ପୂର୍ବରୁ ଏହା ଉପରେ ନିଶ୍ଚିତ ଧ୍ୟାନ ଦିଅନ୍ତୁ...

Lifestyle

ସୁନା କିଣିବା ପୂର୍ବରୁ ଏହା ଉପରେ ନିଶ୍ଚିତ ଧ୍ୟାନ ଦିଅନ୍ତୁ...

Ritu Das
Browse all articles by Ritu Das
·2 years ago·1 min read
ସୁନା କିଣିବା ପୂର୍ବରୁ ଏହା ଉପରେ ନିଶ୍ଚିତ ଧ୍ୟାନ ଦିଅନ୍ତୁ...

ଅର୍ଗସ ବ୍ୟୁରୋ: ମହିଳାଙ୍କର ଅତି ପ୍ରିୟ ହେଉଛି ସୁନା। ବିଶ୍ବସ୍ତରରେ ସୁନାର ଡିମାଣ୍ଡ ରହିଛି। ସେଥିପାଇଁ ସୁନାର ଦର ଦିନକୁ ଦିନ ବଢ଼ିବାରେ ଲାଗିଛି। ମହିଳାମାନେ ଆଭୂଷଣ ସହିତ ସୁନା ଅଳଙ୍କାର ପିନ୍ଧିବାକୁ ଭାରି ପସନ୍ଦ କରନ୍ତି। ଆଉ ଯଦି ଆପଣ ସମୟ ହିସାବରେ ଭଲ ଡିଜାଇନ ପିନ୍ଧିବାକୁ ଚାହୁଁଛନ୍ତି ତାହାଲେ ଆପଣ ୨୪ କ୍ୟାରେଟର ହଲମାର୍କ ଗୋଲ୍ଡର ବିସ୍କୁଟ ଏବଂ କଏନ କିଣିକି ନେଇ ଆସନ୍ତୁ। ଆପଣଙ୍କର ଯେବେ ମନ ହେବ ଆପଣ ଏହାକୁ ଦେଇ ନୂଆ ଡିଜାଇନର ଅଳଙ୍କାର କିଣିପାରିବେ। 

ସୁନା ଅଳଙ୍କାରକୁ ଏବେ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ନିବେଶ କରାଯାଉଛି। ସେଥିପାଇଁ ସୁନା କିଣିବା ପୂର୍ବରୁ ଏହିସବୁ ବିଷୟରେ ନିଶ୍ଚିତ ଧ୍ୟାନ ଦିଅନ୍ତୁ। ପ୍ରଥମେ ସୁନାର ଶୁଦ୍ଧତା ଦେଖିକି କିଣନ୍ତୁ। 

୨୪ କ୍ୟାରେଟ ସୁନା ହେଉଛି ସବୁଠୁ ଶୁଦ୍ଧତାମୂଳକ ସୁନା। ଆଉ ଗୋଟିଏ କଥା ହେଉଛି ସୁନା କିଣିବା ପୂର୍ବରୁ ହଲମାର୍କ ଦେଖିକି କିଣନ୍ତୁ। ସୁନା କିଣିଲାବେଳେ ଓଜନ ସଠିକ ଭାବେ କରିନିଅନ୍ତୁ। ସୁନା କିଣିଲାବେଳେ ମେକିଂ ଚାର୍ଜ ପ୍ରତି ମଧ୍ୟ ଧ୍ୟାନ ରଖନ୍ତୁ। ଯଦି ଆପଣ ସୁନା କିଣୁଛନ୍ତି ତାହାଲେ ଏହାର ପ୍ୟାକେଜିଙ୍ଗ ପ୍ରତି ବି ବିଶେଷ ଧ୍ୟାନ ରଖନ୍ତୁ। କିଣିଲାବେଳେ ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ ନଚେତ ଆପଣ ଠକାମୀର ଶିକାର ହୋଇପାରନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର 
 

Sponsored
Be sure to consider | Argus News