Videos
|
Lifestyle

ଖରାଦିନେ ମାଠିଆ ପାଣି ପିଇବାର ଫାଇଦା

Arpita Mohanty
Browse all articles by Arpita Mohanty
·2 years ago·1 min read
ଖରାଦିନେ ମାଠିଆ ପାଣି ପିଇବାର ଫାଇଦା

ଅର୍ଗସ ବ୍ୟୁରୋ : ଖରାଦିନେ ସମସ୍ତଙ୍କୁ ଥଣ୍ଡା ପାଣି ପିଇବାକୁ ଭଲ ଲାଗେ।ସେଥିପାଇଁ ସମସ୍ତେ ଫ୍ରିଜ୍ ରେ ପାଣି ରଖିକି ପିଅନ୍ତି।କିନ୍ତୁ ଫ୍ରିଜ୍ ପାଣି ସ୍ବାସ୍ଥ୍ୟ ପାଇଁ ବହୁତ୍ ଖରାପ। ଗଳାରେ ଯନ୍ତ୍ରଣା ହେବାଠୁ ନେଇ ଆହୁରି ଅନେକ କିଛି ରୋଗ ଫ୍ରିଜ୍ ପାଣି ଯୋଗୁଁ ହୋଇଥାଏ। ସେଥିପାଇଁ ଅନେକ ଲୋକ ଖରାଦିନେ ମାଠିଆରେ ପାଣି ରଖି ପିଇବାକୁ ପସନ୍ଦ କରନ୍ତି। ମାଠିଆ ପାଣି କେବଳ ପେଟ ଥଣ୍ଡା ରଖେନି ବରଂ ଅନେକ ରୋଗରୁ ମଧ୍ୟ ରକ୍ଷା କରେ।କାରଣ ମାଠିଆରେ ପାଣି ପ୍ରାକୃତିକ ଭାବେ ଥଣ୍ଡା ରହେ। ତେବେ ଆଜି ଆମେ ଆପଣଙ୍କୁ ମାଠିଆ ପାଣି ପଇବାର କିଛି ଫାଇଦା ବିଷୟରେ ଜଣାଇବୁ।

ମାଟି ପାତ୍ରରେ ପାଣି ରଖିଲେ ତାହା ପ୍ରାକୃତିକ ଭାବରେ ଥଣ୍ଡା ହେବା ସହିତ ପାଣିକୁ ବିଶୁଦ୍ଧ ମଧ୍ୟ ରଖିଥାଏ। ମାଟିପାତ୍ର ଗୁଡିକରେ କୌଣସି ଛିଦ୍ର ନଥିବାରୁ ଏହା ବାହାର କୌଣସି ବି ପ୍ରଦୁଷଣକୁ ଭିତରକୁ ପ୍ରବେଶ କରିବାକୁ ଦିଏନାହିଁ ଏବଂ ପାଣିକୁ ସୁରକ୍ଷିତ ରଖିଥାଏ। ମାଟିର କ୍ଷାରୀୟ ପ୍ରକୃତି ପାଣିରେ ଥିବା ଅମ୍ଳତାକୁ ନିରପେକ୍ଷ କରିଥାଏ, ଯାହା ହଜମ କରିବାରେ ସାହାଯ୍ୟ କରେ। ମାଟିରେ ଥିବା ଖଣିଜ ପଦାର୍ଥ ଏବଂ ଲୁଣ ମଧ୍ୟ ହଜମ ପାଇଁ ଲାଭଦାୟକ। ତାସହିତ ଏସିଡ଼ିଟି, ପେଟ ଫୁଲିବା ଏବଂ କୋଷ୍ଠକାଠିନ୍ୟକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

ଫ୍ରିଜ୍ ପାଣି ହଜମଶକ୍ତି ଉପରେ ଗୁରୁତର ପ୍ରଭାବ ପକାଇଥାଏ । ଏହା ରକ୍ତ ନଳୀକୁ ଚୁକ୍ତି କରେ ଏବଂ ହଜମକୁ ସୀମିତ କରେ ।ଫ୍ରିଜ ପାଣି ଦ୍ବାରା ଶରୀରକୁ ହଜମ ସମୟରେ ପ୍ରାକୃତିକ ଉପାୟରେ ମିଳୁଥିବା ପୋଷକ ତତ୍ତ୍ବ ବାଧାପ୍ରାପ୍ତ ହୁଏ ।କିନ୍ତୁ ମାଠିଆ ପାଣିରେ କୌଣସି ବି ପ୍ରକାରର ନକରାତ୍ମକ ପ୍ରଭାବ ଶରୀର ଉପରେ ପଡେନାହିଁ। ଏହା ମେଟାବୋଲିଜିମ୍ ବଢ଼ାଇଥାଏ। ତେଣୁ ଖରାଦିନେ ଯେତେ ସମ୍ଭବ ଫ୍ରିଜ୍ ପାଣିଠୁ ଦୂରେଇ ମାଠିଆ ପାଣି ପିଅନ୍ତୁ ଏବଂ ସୁସ୍ଥ ରୁହନ୍ତୁ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
pottery water | Argus News