Videos
|
Lifestyle

କଖାରୁ ମଞ୍ଜିରେ ଆଣ୍ଟିଅକ୍ସିଡାଣ୍ଟ, ଫାଇବର, ମ୍ୟାଗ୍ନେସିୟମ୍, ପ୍ରୋଟିନ୍ ଭରପୂର ହୋଇ ରହିଛି

Rashmita Mishra
Browse all articles by Rashmita Mishra
·2 years ago·1 min read
କଖାରୁ ମଞ୍ଜିରେ  ଆଣ୍ଟିଅକ୍ସିଡାଣ୍ଟ, ଫାଇବର, ମ୍ୟାଗ୍ନେସିୟମ୍, ପ୍ରୋଟିନ୍ ଭରପୂର ହୋଇ ରହିଛି

ଅର୍ଗସ ବ୍ୟୁରୋ : ଦେହ ପାଇଁ ବହୁତ ଭଲ ହୋଇଥାଏ ଶୁଖିଲା ଫଳ । ତା ଭିତରୁ ଗୋଟିଏ ହୋଇଥାଏ କଖାରୁ ମଂଜି । ଏହି ମଂଜି ସ୍ଵାସ୍ଥ ପାଇଁ ବହୁତ ଭଲ ହେଇଥାଏ । ଆସନ୍ତୁ ଜାଣିବା ଏହା କେମିତି କାମ କରେ । କୁହାଯାଏକି କଖାରୁ ମଂଜି ଦେହ ପାଇଁ ବହୁତ ଫାଇଦା ମିଳିଥାଏ ବୋଲି କୁହାଯାଏ । କଖାରୁ ମଂଜିରେ ଫାଇବର ଭରପୂର ହୋଇ ରହିଛି । ତାସହ ଏହା ପୋଷକ ତ୍ଵତରେ ଭରପୂର। ଏହାକୁ ପ୍ରତିଦିନ ଖାଇବା ଦ୍ଵାରା ସ୍କିନ ସୁନ୍ଦର ଦେଖାଯାଏ । ଖାଲି ସେତିକି ନୁହେଁ ତ୍ଵଚାକୁ ସୁନ୍ଦର ମଧ୍ୟ କରେ । ଏହି ମଂଜିରେ ଭିଟାମିନ ସିରେ ଭରପୂର ଅଛି ଯାହା ରୋଗ ପ୍ରତିଶୋଧକ ଶକ୍ତି ବଢାଇ ଥାଏ । 

ଏହି ମଂଜି ଖାଇଲେ ଉଚ୍ଚ ରକ୍ତ ଚାପ ନିୟନ୍ତ୍ରଣ ରଖିବାରେ ସାହାର୍ଯ୍ୟ କରେ । ଏଥିରେ ଫାଇବରର ଗୁଣ ଥିବାରୁ ଏସିଡିଟିରୁ ମୁକ୍ତି ମିଳିଥାଏ । ଏହି ମଂଜ ଗୁଡିକ ମହିଳା ମାନଙ୍କ ପାଇଁ ବହୁତ ଫାଇଦା ଦେଇଥାଏ । କଖାରୁ ମଞ୍ଜି ଆଣ୍ଟିଅକ୍ସିଡାଣ୍ଟ, ଫାଇବର, ମ୍ୟାଗ୍ନେସିୟମ୍, ପ୍ରୋଟିନ୍ ଏବଂ ଅଧିକ ଯୋଗାଇଥାଏ । କଖାରୁ ମଞ୍ଜି ଖାଇବାର କିଛି ପ୍ରତ୍ୟକ୍ଷ ଲାଭ ହୋଇପାରେ । ଉଦାହରଣ ସ୍ୱରୂପ ଅନୁସନ୍ଧାନରୁ ଜଣାପଡିଛି ଯେ କଖାରୁ ମଞ୍ଜି ହୃଦୟ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହନ ଦେଇପାରେ ଏବଂ ଆପଣଙ୍କୁ ରାତିରେ ଭଲ ନିଦରେ ଶୋଇବାରେ ସାହାଯ୍ୟ କରିଥାଏ ।

ଅଧିକ ପଢନ୍ତୁ ଜୀବନଶୈଳୀ ଖବର 

ଆପଣ କଖାରୁ ମଞ୍ଜିକୁ ସ୍ନାକ୍ସ ଭାବରେ କିମ୍ବା ବିଭିନ୍ନ ରେସିପିରେ ଖାଇପାରିବେ । ଯେପରିକି କଖାରୁ ମଞ୍ଜି ବଟର, ପ୍ରୋଟିନ୍ ପାଉଡର, ଏବଂ ଟୋଫୁ । କଖାରୁ ମଞ୍ଜିର ପୁଷ୍ଟିକର ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ଉପକାରିତା 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
benefits-of-eating-pumpkin-seeds-daily | Argus News