Videos
|
Lifestyle

ବର୍ଷାଦିନେ ଜାମୁକୋଳିର ଫାଇଦା

Arpita Mohanty
Browse all articles by Arpita Mohanty
·2 years ago·1 min read
ବର୍ଷାଦିନେ ଜାମୁକୋଳିର ଫାଇଦା

ଅର୍ଗସ ବ୍ୟୁରୋ: ସବୁ ଋତୁରେ ଭିନ୍ନଭିନ୍ନ ଫଳର ମହତ୍ତ୍ବ ରହିଥାଏ। ଯେମିତି ବର୍ତ୍ତମାନ ଜାମୁକୋଳିର ସିଜନ ଚାଲିଛି। ଜାମୁକୋଳି ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ । କିନ୍ତୁ ଜାମୁ କୋଳିରେ କେତେ ଫାଇଦା ରହିଛି ତାହା ବହୁତ କମ୍ ଲୋକଙ୍କୁ ଜଣା। ଆପଣ କହିପାରିବେ ବର୍ଷାଦିନେ ସବୁଠାରୁ ଶକ୍ତିଶାଳୀ ଫଳ ହେଉଛି ଜାମୁକୋଳି ।

ବର୍ଷାଦିନେ ଜାମୁକୋଳି ଖାଇଲେ ବହୁତ ଅଧିକ ଫାଇଦା ମିଳେ । ବିଶେଷ କରି ଡାଇବେଟିସ ରୋଗୀଙ୍କ ପାଇଁ ତ ଏହା ବରଦାନ ସଦୃଶ। ଡାଇବେଟିସ ରୋଗୀ ଯେତେ ଜାମୁକୋଳି ଖାଇବେ ସେତେ ଭଲ। ଏହା ସେମାନଙ୍କର ବ୍ଲଡରେ ସୁଗାରର ମାତ୍ରାକୁ କଣ୍ଟ୍ରୋଲ କରିଥାଏ। ଆଉ ଯଦି ଡାଇବେଟିସ ନାହିଁ ତାହେଲେ ଏହା ହେବାକୁ ମଧ୍ୟ ଦିଏନାହିଁ। ଜାମୁକୋଳିରେ କ୍ୟାଲସିୟମ , ଆଇରନ, ମ୍ୟାଗ୍ନେସିୟମ ଏବଂ ଭିଟାମିନ ସି ଭରପୂର ପରିମାଣରେ ଥାଏ। ତାସହିତ କ୍ୟାଲୋରି ବହୁତ କମ୍ ଥାଏ।  ୧୦୦ ଗ୍ରାମ ଜାମୁକୋଳିରେ କେବଳ ୬୨ ପ୍ରତିଶତ କ୍ୟାଲୋରୀ ରହିଥାଏ। ଭିଟାମିନ୍ ସି ଭରପୂର ରହିବା କାରଣରୁ ଏହା ଇମ୍ୟୁନିଟିକୁ ମଜବୁତ୍ କରିଥାଏ। 

ବର୍ଷା ଦିନେ ସଂକ୍ରମଣର ସମ୍ଭାବନା ଅଧିକ ହୋଇଥାଏ। ଜାମୁକୋଳି ସଂକ୍ରମଣରୁ ରକ୍ଷା କରିବା ପାଇଁ ରାମ ବାଣ ସଦୃଶ କାମ କରିଥାଏ।

ଅଧିକ ପଢନ୍ତୁ ସ୍ବାସ୍ଥ୍ୟ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: