Health Update / ଡାଇବେଟିସ୍ ହୋଇଥିଲେ ଖାଆନ୍ତୁ ଗାଜର, ଖାଇବାକୁ ପଡ଼ିବନି ମେଡିସିନ୍...

Key Points
ଡାଇବେଟିସ୍ ରୋଗୀଙ୍କ ପାଇଁ ବରଦାନ ଗାଜର
ନିୟନ୍ତ୍ରଣରେ ବି ରହିବ ବ୍ଲଡ୍ପ୍ରେସର
ବଢ଼ି ଚାଲିଛି ଡାଇବେଟିସ ରୋଗୀଙ୍କ ସଂଖ୍ୟା। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁସାରେ, ଭାରତରେ ୧୦ କୋଟିରୁ ଅଧିକ ଲୋକ ଡାଇବେଟିସ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ୧୮ ବର୍ଷରୁ ଅଧିକ ବୟସ୍କ ୭ କୋଟି ଲୋକ ଡାଇବେଟିସ-୨ରେ ଆକ୍ରାନ୍ତ ଥିବା ବେଳେ ୨.୫ କୋଟିରୁ ଅଧିକ ପ୍ରି-ଡାଇବେଟିକ୍ ସ୍ତରରେ ରହିଛନ୍ତି। ତେବେ କାହିଁକି ଏତେ ଲୋକ ଡାଇବେଟିସ୍ରେ ଆକ୍ରାନ୍ତ ହେଉଛନ୍ତି। ଏହା ପଛରେ କ’ଣ ରହିଛି କାରଣ। ବିଶେଷଜ୍ଞ ଡାକ୍ତରଙ୍କ କହିବା ଅନୁସାରେ, ଖାଦ୍ୟରେ ଅନିୟମିତତା, ନିଦ୍ରାହୀନତା ଏବଂ ମାନସିକ ଚାପ ମୁଖ୍ୟତଃ ଡାଇବେଟିସ୍ର କାରଣ। ଶାରିରୀକ ଶ୍ରମ କରୁନଥିବା ଲୋକେ ଖାଦ୍ୟ ଉପରେ ନିୟନ୍ତ୍ରଣ ରଖୁନାହାନ୍ତି। ମଦ୍ୟପାନ ବି ଆଉ ଏକ କାରଣ। ସବୁଠୁ ବଡ଼ କଥା ହେଉଛି, ଏହି ଡାଇବେଟିସ ରୋଗର ନିରାକରଣ ନାହିଁ। ଯେଉଁମାନେ ଡାଇବେଟିକ୍-୨ରେ ଆକ୍ରାନ୍ତ ସେମାନଙ୍କ ଠାରେ ଅନ୍ୟ ବିଭିନ୍ନ ରୋଗର ଆଶଙ୍କା ଅଧିକ ରହିଛି । ଖରାପ ଲାଇଫ୍ଷ୍ଟାଇଲ ଏବଂ ଖାଦ୍ୟ ପାନୀୟ ଶରୀରର ବ୍ଲଡ୍ ସୁଗାର ପରିମାଣକୁ ବଢ଼ାଇଥାଏ।
କୋଲ୍ଡ୍ରିଙ୍କସ୍, ଆଇସକ୍ରୀମ, ମଦ୍ୟପାନ, ଗୁଟ୍ଖା, ରେଡ୍ ମିଟ୍ (ଖାସୀ ମାଂସ) ବ୍ଲଡ ସୁଗାର ପରିମାଣକୁ ଅଧିକ ଉଚ୍ଚାକୁ ନେଇଯାଇଥାଏ। ଏଣୁ ଏହିସବୁ ଜିନିଷ ଠାରୁ ପ୍ରଥମେ ଦୂରେଇ ରହିବା ଆବଶ୍ୟକ।ସନ୍ତୁଳିତ ଆହାର ସହିତ ପ୍ରତିଦିନ ଅତି କମ୍ରେ ଅଧଘଣ୍ଟା ଚାଲିବା ଜରୁରୀ। ଡାକ୍ତରଙ୍କ ପରାମର୍ଶକ୍ରମେ ଆପଣଙ୍କ ଶରୀର ଯେତିକି କ୍ୟାଲୋରୀ ଖାଦ୍ୟ ଦରକାର କରୁଛି ସେତିକି ପରିମାଣର ଖାଦ୍ୟ ଖାଇବା ଆବଶ୍ୟକ। ତା’ ଛଡ଼ା ଅନିଦ୍ରା ଡାଇବେଟିସ୍ ହେବାର ଆଉ ଏକ ମୁଖ୍ୟ କାରଣ । ଏଣୁ ପ୍ରତିଦିନ ଅତି କମ୍ରେ ୬ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ । ଆଜିକାଲି ଅନେକ ଲୋକ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋବାଇଲ ଫୋନ ବ୍ୟବହାର କରୁଛନ୍ତି । ରାତି ଅନିଦ୍ରା ହୋଇ ଟିଭି ଦେଖୁଛନ୍ତି । ଏହି ନିଦ୍ରାହୀନତା ବ୍ଲଡ ସୁଗାର ଲେବଲ ବଢ଼ାଇବା ସହ ଦୃଷ୍ଟି ଶକ୍ତି ଉପରେ ବି ପ୍ରଭାବ ପକାଇଥାଏ । ମାନସିକ ଚାପରୁ ଦୂରେଇ ରହିବା ନିହାତି ଜରୁରୀ ।
ଗାଜରର ଉପକାରିତା:
ଗାଜର ଆମ ଶରୀର ପାଇଁ ବେଶ୍ ଉପକାରୀ। ଏଥିରେ ଭିଟାମିନ୍ସ, ଫାଇବର୍ ଓ ଆଣ୍ଟି ଅକ୍ସିଡାଣ୍ଟ ଉପାଦାନ ଭରିହୋଇ ରହିଛି। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଅସ୍ଥି ଓ ମଜ୍ଜାକୁ ଶକ୍ତ କରିଥାଏ। ତେବେ ଏହାର ଆଉ ଏକ ଉପକାରୀ ଗୁଣ ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀରରେ ଆଣ୍ଟିବଡି ଗଠନ କରିବାରେ ଅନେକାଂଶରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡ଼ିତ କେତେକ ବ୍ୟକ୍ତିଙ୍କୁ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପୁଷ୍ଟିବିଜ୍ଞାନୀମାନେ ନିୟମିତ ଗାଜର ଖାଇବାକୁ ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷରେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ସେମାନଙ୍କର ଶରୀରରେ ଆଣ୍ଟିବଡି ପରୀକ୍ଷା କରାଯିବାରୁ ଏହା ପୂର୍ବାପେକ୍ଷା ବୃଦ୍ଧି ପାଉଥିବାର ଜଣାପଡ଼ିଥିଲା। ଆପଣ ଦୃଷ୍ଟିଶକ୍ତିଜନିତ ସମସ୍ୟା ସହ ଜଡ଼ିତ କି?
📱 Get Argus News App
✨ଯଦି ହଁ, ତେବେ ନିୟମିତ ସମୟ ବ୍ୟବଧାନରେ ଚକ୍ଷୁ ପରୀକ୍ଷା କରାଇ ନେବା ସହ ଆଉ ଏକ ବିଷୟ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ପ୍ରତିଦିନ ଗାଜର ଖାଆନ୍ତୁ। କାରଣ ଗାଜରରେ ଏଭଳି ତତ୍ତ୍ୱ ରହିଛି, ଯାହା ଦୃଷ୍ଟିଶକ୍ତି ପାଇଁ ବେଶ୍ ଉପକାରୀ। ଏହା ଭିଟାମିନ୍ ‘ସି’ର ଅନ୍ୟତମ ଉତ୍ସ। ଗାଜର ନିୟମିତ ଖାଇଲେ ତାହା ଡାଇବେଟିସ୍ ରୋଗୀଙ୍କ ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ତା’ସହ ଏହା ରକ୍ତଚାପକୁ ମଧ୍ୟ ସନ୍ତୁଳିତ ରଖେ। ଗାଜରରେ ପଟାସିୟମ୍ ଓ କ୍ୟାଲ୍ସିୟମ୍ର ମାତ୍ରା ଅଧିକ ଥିବାରୁ ଏହା ଅସ୍ଥିକୁ ଦୃଢ଼ ରଖିଥାଏ। ସବୁଠାରୁ ଖାସ୍ କଥା ହେଲା, ଏହାକୁ ପ୍ରତିଦିନ ଖାଇଲେ ଓଜନ କେତେକାଂଶରେ ସନ୍ତୁଳିତ ରହିଥାଏ।
ଏଥିସହ ପଢ଼ନ୍ତୁ: ଏହି ୫ଖାଦ୍ୟ ଖାଇଲେ ମରିବା ସୁନିଶ୍ଚିତ !
ଅଫିସ୍ ହେଉ ଅଥବା ବ୍ୟବସାୟକୁ ନେଇ ଅନେକ ଟେନସନରେ ରହିଥାନ୍ତି । କ୍ରୋଧକୁ ନିୟନ୍ତ୍ରଣରେ ରଖିବା ସହ ଚାପରୁ କିଭଳି ମୁକ୍ତ ରହିବେ ସେଥିପାଇଁ ବି ଉପାୟ ଆପଣଙ୍କୁ ବାହାର କରିବାକୁ ପଡ଼ିବ । ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, କିଭଳି ମଧୁମେହ ରୋଗ ନ ହେବ । ଥରେ ଡାଇବେଟିସରେ ଆକ୍ରାନ୍ତ ହୋଇଗଲେ, ଆଉ ଏଥିରୁ ମୁକୁଳିବା ବହୁ କଷ୍ଟକର । ରକ୍ତରେ ଶର୍କରା ପରିମାଣ ଆଶାତୀତ ବୃଦ୍ଧି ପାଇଲେ ଶରୀରର ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ଉପରେ ବି ଏହାର ପ୍ରଭାବ ପଡ଼ିଥାଏ । ଡାଇବେଟିସ ସହ ଅନ୍ୟ ରୋଗ ବି ମାଡ଼ି ବସିଥାଏ । ଏବେ ଆସନ୍ତୁ ଜାଣିବା ବ୍ଲଡ୍ ସୁଗାର ଲେଭଲ ବଢ଼ିଲେ ଆଉ କେଉଁ କେଉଁ ରୋଗ ହେବା ସମ୍ଭାବନା ରହିଛି।
କ’ଣ କରିବେ ?
ଡାଇବେଟିସ୍ ହୋଇଥିଲେ ପ୍ରଥମେ ଜୀବନଚର୍ଯ୍ୟା ବଦଳାନ୍ତୁ। ଡାକ୍ତରଙ୍କ ପରାମର୍ଶ କ୍ରମେ ଯେତିକି କ୍ୟାଲୋରୀ ଖାଦ୍ୟ ଆବଶ୍ୟକ ସେତିକି ଖାଆନ୍ତୁ। ସନ୍ତୁଳିତ ଆହାର ସହ ପ୍ରତିଦିନ ଅତି କମ୍ରେ ୩୦ରୁ ୪୦ ମିନିଟ୍ ଚାଲନ୍ତୁ। ଶାରିରୀକ ପରିଶ୍ରମ କରନ୍ତୁ । ଡାଇବେଟିସ୍ ହୋଇଛି ବୋଲି ଭାବି ଅଧିକ ଚିନ୍ତାଗ୍ରସ୍ତ ହୁଅନ୍ତୁନି । ଥଣ୍ଡା ପାନୀୟ ଠାରୁ ଦୂରେଇ ରୁହନ୍ତୁ, ଲୋଭରେ ଅଧିକ ଖାଆନ୍ତୁ ନାହିଁ । ଯଦି ଚା’ କଫିର ଅଭ୍ୟାସ ଅଛି, ତେବେ ଦିନକୁ ଥରେ କଫି ପିଇପାରିବେ । ଦିନକୁ ଗୋଟିଏ କଦଳୀ ଖାଇପାରିବେ । ଡାଇବେଟିସ ରୋଗୀଙ୍କ ପାଇଁ ମେଥି, ଟମାଟୋ, କଲରା, ଭେଣ୍ଡି, ବାଇଗଣ, ଗାଜର ଭଲ।ଖାଦ୍ୟରେ ଡାଲି, ସନ୍ତୁଳା, ସାଲାଡ୍, ଅଣ୍ଡା କିମ୍ବା ଭଜା ମାଛ ରଖନ୍ତୁ । କୋଲେଷ୍ଟ୍ରଲ ନଥିବା ତେଲ ବ୍ୟବହାର କରନ୍ତୁ । ଚିନି କିମ୍ବା ମିଠା ଆଦୌ ଖାଆନ୍ତୁ ନାହିଁ । ମାନସିକ ଚାପରୁ ଦୂରେଇ ରୁହନ୍ତୁ । ସାଙ୍ଗସାଥୀ କିମ୍ବା ପିଲାଙ୍କ ସହ ସମୟ କାଟନ୍ତୁ। ଏକୁଟିଆ ନ ରହିବାକୁ ଚେଷ୍ଟା କରନ୍ତୁ। ରାତିରେ ସୁଖ ନିଦ୍ରା ଅର୍ଥାତ୍ ୬ରୁ ୮ ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: