Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଆକାଉଣ୍ଟକୁ ପଇସା ପଠାଇ ଠକୁଛନ୍ତି ଦୁର୍ବୁତ୍ତ

Lifestyle

ଆକାଉଣ୍ଟକୁ ପଇସା ପଠାଇ ଠକୁଛନ୍ତି ଦୁର୍ବୁତ୍ତ

Arpita Mohanty
Browse all articles by Arpita Mohanty
·2 years ago·1 min read
ଆକାଉଣ୍ଟକୁ ପଇସା ପଠାଇ ଠକୁଛନ୍ତି ଦୁର୍ବୁତ୍ତ

ଅର୍ଗସ ବ୍ୟୁରୋ : ପାର୍ଟ ଟାଇମ୍ ଜବ କରିବାକୁ ଚାହୁଁଥିଲେ ସାବଧାନ ହୋଇଯାଆନ୍ତୁ। ହୋଇପାରନ୍ତି ଠକାମିର ଶୀକାର। ଅଧିକ ଟଙ୍କା ରୋଜଗାର ଲୋଭରେ ହରାଇପାରନ୍ତି ଜୀବନଯାକର ପୁଞ୍ଜି। ହଁ ଆଜ୍ଞା ପାର୍ଟ ଟାଇମ ଜବ୍ ନାଁରେ ଲୋକଙ୍କୁ ଠକୁଛନ୍ତି ଦୁର୍ବୁତ୍ତ। ଏହା ଦାବି କରାଯାଉଛି ଯେ ଭିଡ଼ିଓକୁ ଖାଲି ଲାଇକ୍ କରି ଆପଣ ଟଙ୍କା ରୋଜଗାର କରିପାରିବେ।

ସୂଚନା ଅନୁଯାୟୀ ଆପଣଙ୍କ ମୋବାଇଲକୁ ଏକ ମେସେଜ ଆସିବ ଯେଉଁଥିରେ ଏହା ଦାବି କରାଯାଇଥିବ ଯେ ଆପଣ ଖାଲି ୟୁଟ୍ୟୁବ୍ ର କିଛି ଭିଡିଓକୁ ଲାଇକ କରି ଟଙ୍କା ରୋଜଗାର କରିପାରିବେ ଏବଂ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଠକ ମାନେ ପ୍ରଥମେ ଆପଣଙ୍କ ଆକାଉଣ୍ଟକୁ କିଛି ପଇସା ପଠାଇବେ ଯାହା ଦ୍ବାରା ଆପଣ ସେମାନଙ୍କୁ ଭରସା କରିପାରିବେ। ତାପରେ ଲୋକମାନେ ନିଶ୍ଚିତ ହୋଇ ବିଶ୍ବାସ କରନ୍ତି। ବାସ୍ ତାପରେ ଲୁଟିଥାନ୍ତି ଦୁର୍ବୁତ୍ତ।

ସେମାନେ ଟେଲିଗ୍ରାମ ଚ୍ୟାନେଲର ଲିଙ୍କ ଦିଅନ୍ତି ଏବଂ ନିଜ ଏକାଉଣ୍ଟ ବିବରଣୀ ପୂରଣ କରିବାକୁ କହିଥାନ୍ତି । ବାସ୍ ତାପରେ ପୁରା ସ୍କାମ ଆରମ୍ଭ ହୋଇଯାଏ। ବାସ୍ତବରେ ସେମାନେ ଲୋକମାନଙ୍କୁ ନକଲି ଏକାଉଣ୍ଟ ଗୁଡିକର ଲିଙ୍କ ଦେଇଥାନ୍ତି ଯେଉଁଥିରେ ଲୋକଙ୍କୁ ଲାଗିବ ଯେ ତାଙ୍କ ଏକାଉଣ୍ଟର ଟଙ୍କା କ୍ରେଡିଟ ହଉଛି କିନ୍ତୁ ପ୍ରକୃତରେ ତାଙ୍କ ଏକାଉଣ୍ଟରୁ ଟଙ୍କା ଖାଲି ହେଉଥାଏ। ତେଣୁ ଯଦି ଆପଣ ଏଭଳି ମେସେଜ ପାଉଛନ୍ତି କୌଣସି ରପ୍ଲାଏ ନକରି ତୁରନ୍ତ ଏହାକୁ ଡିଲିଟ କରନ୍ତୁ ଏବଂ ସାଇବର ପୋଲିସର ସହାୟତା ନିଅନ୍ତୁ |

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର

Painting
Sponsored
Cheating | Argus News