Videos
|
Lifestyle

ଗର୍ଭାବସ୍ଥାରେ ଡାଲି ଖାଇଲେ ମିଳିବ...

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଗର୍ଭାବସ୍ଥାରେ ଡାଲି ଖାଇଲେ ମିଳିବ...

ଅର୍ଗସ ବ୍ୟୁରୋ:  ଗର୍ଭବସ୍ଥା ସମୟରେ କଣ ଖାଇବେ କଣ ଖାଇବେନି ତାହା ଉପରେ ଅଧିକ ଧ୍ୟାନ ଦେବାକୁ ପଡିଥାଏ। ଏହି ସମୟରେ ଅଧିକ ପରିମାଣର ଜୀବସାର ଓ ଖଣିଜ ଲବଣର ଆବଶ୍ୟକତା ପଡିଥାଏ।  ମା ଏବଂ ନିଜ ପେଟରେ ଥିବା ଶିଶୁ ସ୍ୱାସ୍ଥ୍ୟର ଯତ୍ନ ନେବା ଜରୁରୀ ହୋଇଥାଏ । ଏହି ଗର୍ଭାବସ୍ଥା ସମୟରେ ପ୍ରୋଟିନ୍, ଆଇରନ୍, ଫାଇବର ଏବଂ ଅନେକ ପୋଷକ ତତ୍ତ୍ୱରେ ଭରପୂର ଡାଲି ଖାଇବା ଗର୍ଭବତୀ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ତେବେ ଏହି ସମୟରେ ଡାଲି ମା ଏବଂ ଶିଶୁର ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ହୋଇଥାଏ ଜାଣନ୍ତି କି ? ଡାକ୍ତରଙ୍କ ପରାମର୍ଶ ଅନୁସାରେ ଗର୍ଭାବସ୍ଥା ସମୟରେ ସବୁ ପ୍ରକାରର ଡାଲି ଦେହ ପାଇଁ  ଭଲ ହୋଇଥାଏ। ମୁଗ ଡାଲି, ମସୁର ଡାଲି, ବିରି ଡାଲି ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ। ସ୍ୱାଦ ଏବଂ ପୁଷ୍ଟିକର ସନ୍ତୁଳନ ବଜାୟ ରଖିବା ପାଇଁ ବିଭିନ୍ନ ପନିପରିବା ସହିତ ଡାଲିକୁ ରାନ୍ଧନ୍ତୁ ।

ଡାଲି ତିଆରି କରି କିମ୍ବା ସୁପରେ ମିଶାଇ ଖାଇ ପାରିବେ । ଗର୍ଭବତୀ ମହିଳାମାନେ ଡାଲି ଖାଇବା ଦ୍ୱାରା ସେମାନଙ୍କର ପୁଷ୍ଟି ପରିମାଣ ଆହୁରି ବଢିଥାଏ । ମସୁର ଡାଲିରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ଏବଂ ଆଇରନର ରହିଥାଏ । ଗର୍ଭାବସ୍ଥାରେ ଶରୀରରେ ଅଧିକ ପରିମାଣର ଆଇରନର ଆବଶ୍ୟକତା ହୋଇଥାଏ । ବିରି ଡାଲିରେ କ୍ୟାଲସିୟମର ପରିମାଣ ପ୍ରଚୁର ରହିଥାଏ । ଯାହା ଶିଶୁ ଶରୀରର ହାଡଗୁଡିକୁ ମଜଭୁତ କରାଇଥାଏ । ମୁଗ ଡାଲି ସହଜରେ ହଜମ ହେଉଥିବାରୁ ଗର୍ଭାବସ୍ଥାରେ ମହିଳାମାନେ ଖାଇବା ଦ୍ୱାରା ସମସ୍ତ ରୋଗରୁ ମୁକ୍ତି ଦେଇପାରେ । ଏହା ବ୍ୟତୀତ ଡାଲିରେ ଫୋଲିକ୍ ଏସିଡ୍ ମଧ୍ୟ ମିଳିଥାଏ । ଯାହା ଶିଶୁର ମସ୍ତିଷ୍କ ଏବଂ ମେରୁଦଣ୍ଡର ବିକାଶ ପାଇଁ ଜରୁରୀ ହୋଇଥାଏ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
dal benefits is the nurturer of pregnant woman | Argus News