Videos
|
Lifestyle

କଳା ଦାଗ ଲିଭିଯିବ ଏହି ଚାରୋଟି ଘରୋଇ ଉପଚାରରେ

Rashmita Mishra
Browse all articles by Rashmita Mishra
·1 year ago·2 min read
କଳା ଦାଗ ଲିଭିଯିବ ଏହି ଚାରୋଟି ଘରୋଇ ଉପଚାରରେ

ଅର୍ଗସ ବ୍ୟୁରୋ: ବର୍ତ୍ତମାନର ବ୍ୟସ୍ତବହୁଳତା ଜୀବନରେ କଳାଦାଗର ସମସ୍ୟା ସାଧାରଣ ହୋଇଗଲାଣି । ଏହା ଆମର ପୁରା ଚେହେରାର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ । ପୁରୁଷ ହୁଅନ୍ତୁ କିମ୍ବା ମହିଳା ଏହି କଳାଦାଗଗୁଡିକ ସମସ୍ତିଙ୍କ ପାଖରେ ଦେଖାଗଲାଣି । ଆଖି ଆମ ଚେହେରାର ସନ୍ଦର୍ଯ୍ୟ ବଢେଇଥାଏ । କିନ୍ତୁ ଯେତେବେଳେ ସେହି ସୁନ୍ଦର ଆଖି ତଳେ କଳା ଦାଗ ଦେଖାଯାଏ , ସେତେବେଳେ କ'ଣ ହୁଏ? ଏହା ପୁରା ଆମ ଚେହେରାର ସନ୍ଦର୍ଯ୍ୟକୁ ନଷ୍ଟ କରିଦେଇଥାଏ ।

କଳାଦାଗର କାରଣ :-
କଳାଦାଗ  ପଛରେ ଅନେକ କାରଣ ଥାଇପାରେ । ଅତ୍ୟଧିକ ଚାପ ଯୋଗୁଁ ଆଖି ତଳେ କଳାଦାଗ  ହେଖାଯାଏ। ଏହା ବ୍ୟତୀତ, କମ୍ ନିଦ ,ଡିହାଇଡ୍ରେସନ୍ , ବୟସ ବଢିବା ଏବଂ ଖରାପ ଜୀବନଶୈଳୀ ଯୋଗୁଁ  ଆଖି ତଳେ କଳାଦାଗ ପଡିଯିବାର ଦେଖାଯାଇଥାଏ। ଏହା ଛଡା ପ୍ରତିଦିନ ରାତିରେ ୭-୮ ଘଣ୍ଟା ଭଲ ନିଦରେ ଶୁଅନ୍ତୁ। ନିଜକୁ ହାଇଡ୍ରେଟ୍ ରଖିବା ପାଇଁ ବହୁ ପରିମାଣର ପାଣି ପିଅନ୍ତୁ। ସୂର୍ଯ୍ୟକରିଣକୁ ଯିବା ପୂର୍ବରୁ ଆପଣଙ୍କ ମୁହଁରେ ସନସିନ୍ କ୍ରିମ ଲଗାନ୍ତୁ।

ଏହି ଘରୋଇ ଉପଚାର ଗ୍ରହଣ କରି କଳାଦାଗଗୁଡିକ ଦୂରେଇଦିଅନ୍ତୁ 

କଞ୍ଚା ଆଳୁ:- କଞ୍ଚା ଆଳୁ ସାହାଯ୍ୟରେ କଳାଦାଗଗୁଡିକ ସହଜରେ ବାହାର କରାଯାଇପାରିବ। ଏଥିପାଇଁ ପ୍ରଥମେ କଞ୍ଚା ଆଳୁର ରସ ବାହାର କରନ୍ତୁ। ଏହି ଆଳୁର ରସକୁ ଅଳ୍ପ ବୁନ୍ଦା ଲେମ୍ବୁ ସହିତ ମିଶାନ୍ତୁ ।ତା'ପରେ ତୁଳା ସାହାଯ୍ୟରେ ଏହାକୁ ଆଖି ତଳେ ଲଗାଇଲେ ଆଖି ତଳେ ଥିବା କଳା ଦାଗ ଛାଡି ଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଚା-ବ୍ୟାଗ:- ଚା-ବ୍ୟାଗ ମଧ୍ୟ ଶୀଘ୍ର କଳାଦାଗକୁ ଦୂରେଇଥାଏ। ଏଥିପାଇଁ ଚା ବ୍ୟାଗକୁ କିଛି ସମୟ ପାଣିରେ ଭିଜାଇ ଦିଅନ୍ତୁ। ଏହା ପରେ ଏହାକୁ ରେଫ୍ରିଜରେଟରରେ ଥଣ୍ଡା କରନ୍ତୁ । କିଛି ସମୟ ପରେ, ଏହାକୁ ବାହାର କରି ଆଖିରେ ରଖି ଶୋଇପଡନ୍ତୁ । ଏହା ଆଖିକୁ ଥଣ୍ଡା ରଖିବ ଏବଂ କଳାଦାଗକୁ  ବାହାର କରିଦବ।

କାକୁଡି:- କଳାଦାଗକୁ ହଟାଇବା ପାଇଁ କାକୁଡି  ଏକ ଭଲ ପ୍ରତିକାର। ଏଥିପାଇଁ କାକୁଡିକୁ କିଛି ସମୟ ଫ୍ରିଜରେ ରଖନ୍ତୁ। ତା'ପରେ ଏହାକୁ  ଖଣ୍ଡ ଖଣ୍ଡ କରି ଆଖି ତଳେ ଥିବା  କଳାଦାଗ ଉପରେ ୧୦-୧୫ ମିନିଟ ରଖି  ବିଶ୍ରାମ କରିବା ପରେ କାକୁଡି ଖଣ୍ଡଗୁଡିକୁ ବାହାର କରନ୍ତୁ । ଏହା କରିବା ଦ୍ବାରା ଆପଣ ଖୁବ୍ ଶୀଘ୍ର କଳାଦାଗରୁ ମୁକ୍ତି ପାଇପାରିବେ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...

dark-circles-will-disappear-just-adopt-these-4-home-remedies-get-rid-of-dark-circles-tlif | Argus News