Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଭିଟାମିନ୍ B12 ର ଅଭାବ ହେଲେ ଚିନ୍ତା ବଢିଥାଏ

Rashmita Mishra
Browse all articles by Rashmita Mishra
·1 year ago·1 min read
ଭିଟାମିନ୍ B12 ର ଅଭାବ ହେଲେ ଚିନ୍ତା ବଢିଥାଏ

ଅର୍ଗସ ବ୍ୟୁରୋ: ଆମକୁ ଅନେକ ସମୟରେ ଦିନରେ ମଧ୍ୟ ନିଦ ଆସିଥାଏ । ତା ପାଇଁ ବହୁତ କିଛି କାରଣ ହୋଇଥାଏ । କୁହାଯାଏକି ଭିଟାମିନର ଅଭାଵ ହେଲେ ସଵୁବେଳ ନିଦ ଆସିଥାଏ । 

କୁହାଯାଏକି  ଭିଟାମିନ B12ର ଅଭାଵ ହେଲେ ସବୁ ସମୟରେ ନିଦ ଲାଗିଥାଏ । ଭିଟାମିନ B12 ଆମ ଶରୀରକୁ ଶକ୍ତି ଯୋଗାଥାଏ । ଭିଟାମିନର ଅଭାବ ଅନେକ ରୋଗର କାରଣ ସେଥିପାଇଁ ଭିଟାମିନ B12ର  ଅଭାବରେ ଶରୀର ଦୃର୍ଵଳ ହୋଇପଡେ । ଶରୀରରେ ଦୃର୍ଵଳ ଅନୁଭଵବ ହେଲେ ମଣିଷ ସବୁ ସମୟରେ ଥକ୍କା ପଣ ଅନୁଭବ କରିଥାଏ । 

ଏଥିସହିତ ଅତ୍ୟଧିକ ଥକ୍କା ଲାଗିଵା ଦ୍ଵାରା ଦିନ ସମୟରେ ମଧ୍ୟ ନିଦ ଆସିଥାଏ । ଭିଟାମିନ୍ ବି 12 ରକ୍ତ ସଂଚାଳନ  ଭଲରେ ହେବାର ସାହାର୍ଯ୍ୟ କରିଥାଏ ।  ଭିଟାମିନ୍ B12 ର ଅଭାବ ହେତୁ ଉଦାସୀନତା ଏବଂ ଚିନ୍ତା ଅଧିକ ହୋଇଥାଏ । ଯଦି B12ର ଅଭାବାକୁ ଦୂର କରିଵାକୁ ଚାହୁଁଛନ୍ତି ତେବେ ସପ୍ତାହକୁ ୪ଥର ଅଣ୍ଡା, ମାଛ, ମାସଂ ଖାଆନ୍ତୁ ତାହା ସହ ପ୍ରତ୍ୟେକ ଦିନ ଦୁଗ୍ଧ ପଦାର୍ଥ ଖାଇବା ଆଵଶ୍ୟକ ହୋଇଥାଏ । ଏଥିସହ ଭିଟାମିନ୍ ଡି ଅଭାବ ମଧ୍ୟ ଥକାପଣର କାରଣ ହୋଇପାରେ । ତେବେ ପ୍ରତ୍ୟେକ ଦିନ ଭିଟାମିନ ଯୁକ୍ତ ଖାଦ୍ୟ ଖାଆନ୍ତୁ  ଶରୀରକୁ ସୁସ୍ତ ରଖନ୍ତୁ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Sponsored
Deficiency of vitamin B12 increases anxiety | Argus News