Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

କିଭଳି ନେବେ ସ୍ୱାସ୍ଥ୍ୟର ଯତ୍ନ ? ଜାଣନ୍ତୁ...

Banajyotshna Ray
Browse all articles by Banajyotshna Ray
·2 years ago·2 min read
କିଭଳି ନେବେ ସ୍ୱାସ୍ଥ୍ୟର ଯତ୍ନ ? ଜାଣନ୍ତୁ...

ଅର୍ଗସ ବ୍ୟୁରୋ: ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇପାରୁନାହାନ୍ତି କି ? ଦିନକୁ ଦିନ ମୋଟା ହେଇଯାଉଛନ୍ତି କି ? ଅସୁନ୍ଦର ଦେଖାଯାଉଛନ୍ତି। ଜାଣନ୍ତୁ କିପରି ନେବେ ନିଜ ସ୍ୱାସ୍ଥ୍ୟର ଯତ୍ନ। ଦ୍ରୁତଗତିରେ ଧାଉଁଥିବା ଏ ଜୀବନରେ ସବୁଠୁ ଯଦି ଆମେ କାହାକୁ ହେଳା କରୁ ତାହା ହେଉଛି ଆମ ନିଜର ସ୍ୱାସ୍ଥ୍ୟ । ନିଜ ଶରୀରକୁ ବହୁତ କମ୍ ଲୋକ ଧ୍ୟାନ ଦେଇ ଥା’ନ୍ତି । ବହୁତ ଲୋକ ଭାବନ୍ତି ଯେ, ପତଳା ଲୋକ ହିଁ ଫିଟ ରହିପାରିବେ । ମାତ୍ର ଅନେକ ମୋଟା ଲୋକ ବି ଫିଟ ରୁହନ୍ତି । ପତଳା ହେବା ପାଇଁ ଖାଇବା ଓ ପାଣି ପିଇବା ବି କମ୍ କରି ଦିଅନ୍ତି । ଫଳରେ ଅସୁସ୍ଥ ହୋଇ ପଡନ୍ତି । ଏହା ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଖରାପ ଅଟେ ।

ନିଜ ଶରୀରର ମେଟାବୋଲିଜିମ୍ ଠିକ ରଖିବା ପାଇଁ ଜଳଖିଆ ନାହାତି ଖାଆନ୍ତୁ । ଅଧିକାଂଶ ଲୋକ ଧାଉଁଥିବା ଏ ଜୀବନରେ ଜଳଖିଆ ଖାଇବା ଭୁଲି ଯାଆନ୍ତି । ସେମାନେ ଭାବନ୍ତି ଯେ, ଫିଟ ରହିବା ପାଇଁ ଜଳଖିଆ ନ ଖାଇଲେ ଭଲ । କିନ୍ତୁ, ଜମାରୁ ଏଭଳି କରନ୍ତୁ ନି । ଏହାର ପ୍ରଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପଡିବ।  ଫିଟ ରହିବା ପାଇଁ ୩ ଥର ଖାଇବା ସ୍ଥାନରେ ୫ ରୁ ୬ ଥର କମ୍ କମ୍ ଖାଇବା ବାରମ୍ବାର ଖାଇବା ଆବଶ୍ୟକ । ଖାଇବାକୁ ଚୋବାଇ ଚୋବାଇ ଆରମ୍ଭରେ ଖାଆନ୍ତୁ । ଫଳରେ ଆତ୍ମସନ୍ତୁଷ୍ଟି ମିଳେ ଓ ଶରୀର ସୁସ୍ଥ ରହେ । ଯଦି ଜଣେ ଖାଦ୍ୟକୁ ଭଲରେ ଚୋବାଇ ଚୋବାଇ ଖାଇବ, ତେବେ କମ୍ ଖାଇଲେ ବି ପେଟ ଭରିଯିବ ବୋଲି କହନ୍ତି ବିଶେଷଜ୍ଞମାନେ ।  ଖାଇବାରେ ସଲାଡକୁ ସାମିଲ କରନ୍ତୁ । ଏହା ଅଧିକ ହେଲେ ଭଲ । ସଲାଡରେ ଡ୍ରେସିଂର ପ୍ରୟୋଗ କରନ୍ତୁ ନି । ଗାଜର, ଟମୋଟୋ, କାକୁଡି ଭଳି ପନିପରିବାର ସେବନ କରନ୍ତୁ । ଏହାଦ୍ୱାରା ଶରୀରରେ ପୌଷ୍ଟିକ ତତ୍ତ୍ୱ ମିଳେ । ସକାଳରୁ ଉଠିବା ପରେ ୨ ଘଣ୍ଟା ଭିତରେ କିଛି ନା କିଛି ଖାଆନ୍ତୁ । ଉଠି ସାରିବା ପରେ ସିଧାସଳଖ ଯାଇ ବ୍ରଶ କରନ୍ତୁ ନାହିଁ । ଏମିତି କରିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ । ଏସବୁ କରିବା ଦ୍ୱାରା ଶରୀର ସୁସ୍ଥ ରହେ । ପୌଷ୍ଟିକ ଆହାର ନେବା ସହ ବ୍ୟାୟାମ କରନ୍ତି । ଯାହା ଦ୍ୱାରା ଆପଣ ସ୍ଲିମ, ଟ୍ରିମ ରୁହନ୍ତୁ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored