Videos
|
Lifestyle

ଭୂଲରେ ବି ଘରେ ଏହିଭଳି ଲଗାନ୍ତୁନି ମନି ପ୍ଲାଣ୍ଟ

Ritu Das
Browse all articles by Ritu Das
·2 years ago·1 min read
ଭୂଲରେ ବି ଘରେ ଏହିଭଳି ଲଗାନ୍ତୁନି ମନି ପ୍ଲାଣ୍ଟ

ଅର୍ଗସ ବ୍ୟୁରୋ: ଭୂଲରେ ବି ଘରେ ଏହିଭଳି ଲଗାନ୍ତୁନି ମନି ପ୍ଲାଣ୍ଟ। ନଚେତ ଆପଣ ନିଶ୍ଚିତ କାଙ୍ଗାଳ ହୋଇଯିବେ। ପଇସାକୁ ସମସ୍ତେ ଭଲ ପାଆନ୍ତି। କେଉଁ ଉପାୟ ଆପଣାଇଲେ ପଇସା ଆପଣଙ୍କ ପାଖରେ ରହିବ। ସେ ନେଇ ମଧ୍ୟ ସମସ୍ତେ ଚିନ୍ତା କରନ୍ତି। ସେଥିପାଇଁ ଲୋକେ ଭିନ୍ନ ଭିନ୍ନ ଉପାୟ ମଧ୍ୟ ଆପଣାଇଥାନ୍ତି।  
ବାସ୍ତୁଶାସ୍ତ୍ର ଅନୁସାରେ ମନିପ୍ଲାଣ୍ଟ ଘରେ ଲଗାଇବା ଅତ୍ୟନ୍ତ ଶୁଭ ମନାଯାଇଥାଏ। ଘରକୁ ସୁଖ ସମୃଦ୍ଧି ଆସିଥାଏ।

କୁହାଯାଏ କି , ଯେଉଁ ଘରେ ମନି ପ୍ଲାଣ୍ଟ ଲଗାଯାଇଥାଏ ସେ ଘରେ କୌଣସି ଆର୍ଥିକ ଅଭାବ ଦେଖାଦିଏ ନାହିଁ। କିନ୍ତୁ କିଛି ଲୋକଙ୍କର ମନିପ୍ଲାଣ୍ଟକୁ ନେଇ ଏକ ଭ୍ରମ ରହିଛି। 

ସେମାନେ ଭାବନ୍ତି କି ଚୋରିକରି ଏହି ପ୍ଲାଣ୍ଟ ନେଇ ଆମେ ଘରେ ଲଗାଇଦେବୁ। ଆଉ ମହିଳାମାନେ ଏଭଳି କରନ୍ତି ମଧ୍ୟ। କିନ୍ତୁ ଏପରି ଜମା ବି କରନ୍ତୁନି। କେବେ ବି ମନି ପ୍ଲାଣ୍ଟ ଚୋରି କରି ନେଇ ଘରେ ଲଗାନ୍ତୁ ନାହିଁ। ନଚେତ ଆପଣ କାଙ୍ଗାଳ ହୋଇପାରନ୍ତି। 

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Do not accidentally | Argus News