Videos
|
Lifestyle

ମହୁ ଏବଂ ଲେମ୍ୱୁର ମିଶ୍ରଣ ପିଉଥିଲେ ଧ୍ୟାନ ଦିଅନ୍ତୁ, ନଚେତ୍‌...

Banajyotshna Ray
Browse all articles by Banajyotshna Ray
·2 years ago·1 min read
ମହୁ ଏବଂ ଲେମ୍ୱୁର ମିଶ୍ରଣ ପିଉଥିଲେ ଧ୍ୟାନ ଦିଅନ୍ତୁ, ନଚେତ୍‌...

ଅର୍ଗସ ବ୍ୟୁରୋ:  ମହୁ ଏବଂ ଲେମ୍ୱୁ ମିଶେଇକି ପିଉଛନ୍ତି କି। ଜାଣି ରଖନ୍ତୁ କିଛି ଅଜଣା କଥା। ଲେମ୍ବୁ ହେଉଛି ଭିଟାମିନ୍-ସିର ଏକ ଉତ୍ସ ଏବଂ ମହୁ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାରେ ସାହାଯ୍ୟ କରେ।  ଅଧିକାଂଶ ଲୋକେ ପ୍ରତିଦିନ ସକାଳୁ ମହୁ ଏବଂ ଲେମ୍ବୁ ପାଣି ପିଇବାକୁ ପସନ୍ଦ କରନ୍ତି। ଖାଲି ପେଟରେ ଏସବୁ ପିଇଲେ  ଓଜନ ହ୍ରାସ ହେବା ଦ୍ୱାରା ଏହା ଆମ ଶରୀରକୁ ମଧ୍ୟ ଭିତରୁ ଡିଟକ୍ସ କରିଥାଏ।

ଆପଣ ଜାଣିଛନ୍ତି କି ସମସ୍ତେ ଲେମ୍ବୁ ଏବଂ ମହୁ ବ୍ୟବହାର କରିପାରିବେ ନାହିଁ। ଲେମ୍ବୁ ଏବଂ ମହୁର ମିଶ୍ରଣ ଆମ ପେଟର ଚର୍ବିକୁ ବର୍ଣ୍ଣିଂ କରିବାରେ ସାହାଯ୍ୟ କରେ। ଏହା ଆମ ଯକୃତକୁ ମଧ୍ୟ ଡିଟକ୍ସ କରିଥାଏ। ଏହାସହ ଶରୀରରେ ବ୍ଲୋଟିଂଠାରୁ ମଧ୍ୟ ମୁକ୍ତି ଦେଇଥାଏ।

ଏହାକୁ ବ୍ୟବହାର କରିବା ପୂର୍ବରୁ ମନେରଖନ୍ତୁ ଯେ ପାଣି ଅତ୍ୟଧିକ ଗରମ ନହେବା ଉଚିତ୍। ସବୁବେଳେ ଉଷୁମ ପାଣିରେ ମହୁ ମିଶାଇ ପିଅନ୍ତୁ। ମହୁ ଅତ୍ୟଧିକ ଗରମ ପାଣିରେ ମିଶିଲେ ଏହା ବିଷ ହୋଇଯାଏ। ଏକ ଚାମଚରୁ ଅଧିକ ମହୁ ବ୍ୟବହାର କରିବା ଅନୁଚିତ। ଯଦି ଆପଣଙ୍କର  ଦୁର୍ବଳ ହାଡ, ଦୁର୍ବଳ ଦାନ୍ତ, ପାଟି ଘା ’ଇତ୍ୟାଦିରେ ସମସ୍ୟାର ସମ୍ମୁଖିନ କରୁଛନ୍ତି, ତେବେ ଆପଣ ଲେମ୍ବୁ ଏବଂ ମହୁ ମିଶ୍ରଣକୁ ଖାଇବା ଉଚିତ୍ ନୁହେଁ। ନଚେତ୍‌ ସମସ୍ୟାରେ ପଡିପାରନ୍ତି। ତେବେ ସତର୍କ ରହି ସମସ୍ତ ଜିନିଷ ଉପରେ ଅଧ୍ୟୟନ କରି ତାକୁ ବ୍ୟବହାର କରନ୍ତୁ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: