Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆପଣ ପ୍ରତିଦିନ ଏମିତି ଜିନିଷ ଖାଉଛନ୍ତି କି ? ତେବେ ସତର୍କ ରୁହନ୍ତୁ, ନଚେତ...

Lifestyle

ଆପଣ ପ୍ରତିଦିନ ଏମିତି ଜିନିଷ ଖାଉଛନ୍ତି କି ? ତେବେ ସତର୍କ ରୁହନ୍ତୁ, ନଚେତ...

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ଆପଣ ପ୍ରତିଦିନ ଏମିତି ଜିନିଷ ଖାଉଛନ୍ତି କି ? ତେବେ ସତର୍କ ରୁହନ୍ତୁ, ନଚେତ...

ଅର୍ଗସ ବ୍ୟୁରୋ : ଆପଣ ବି ଯଦି ଏହି ଖାଦ୍ୟ ଖାଉଛନ୍ତି ତାହେଲେ ସାବଧାନ ହେଇ ଯାଆନ୍ତୁ । କାରଣ ଆପଣଙ୍କ ଜୀବନ ବି ଯାଇପାରେ । ଖାଦ୍ୟକୁ ନେଇ ଗବେଷଣା କରିବା ପରେ ଆମେରିକା ଡାଏଟିସିଆନ ଏକ ଅସ୍ବାସ୍ଥ୍ୟକର ଖାଦ୍ୟର ତାଲିକା କରିଛନ୍ତି । ଯେଉଁ ଖାଦ୍ୟର ତାଲିକା ଦେଖିଲେ ଆପଣଙ୍କର ବି ହୋସ ଉଡିଯିବ। କାରଣ ଆମ ଦୈନନ୍ଦିନ ଜୀବନର ଖାଦ୍ୟ ତାଲିକାରେ ସାମିଲ ଥାଏ ଏହି ସବୁ ଖାଦ୍ୟ । ଏହି ଡାଏଟିସିଆନ ୧୦୦ଟି ଅସ୍ବାସ୍ଥ୍ୟକର ଖାଦ୍ୟର ତାଲିକା କରିଛନ୍ତି । ଆସନ୍ତୁ ଜାଣିବା କେଉଁ କେଉଁ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ହାନିକାରକ ।
 ମାଇକ୍ରୋଓଭାନ ପପକନ୍
ମକ୍କାକୁ ଯଦି ଆପଣ ମାଇକ୍ରୋୱେଭ କିମ୍ବା କୁକରରେ ପକାଇ ତିଆରି କରିବେ ତେବେ ଏହା ପପକନ ହୋଇଯିବ । ତେବେ ଏହି ମକ୍କାରେ ପ୍ରଥମରୁ ହିଁ କିଛି କେମିକାଲ ମିଶିଥାଏ । ଯାହାଦ୍ବାରା ଟିକେ ନିଆଁ ବାଜିବା ମାତ୍ରେ ହିଁ ଏହା ପପକନର ରୂପ ନେଇଥାଏ । ଏଥିରେ ମଧ୍ୟ ପାମ୍ ଅଏଲ ଏବଂ ସୋଡିୟମର ମାତ୍ରା ଅଧିକ ଥାଏ । ଯାହା ଅତ୍ୟଧିକ ରକ୍ତଚାପ ଏବଂ ହୃଦଜନିତ ରୋଗର କାରଣ ପାଲଟିଥାଏ । 
ପ୍ଲାଷ୍ଟିକ ବୋତଲ ପାଣି
ଏହି ପାଣି ଆପଣଙ୍କ ଜୀବନକୁ ବିପଦରେ ପକାଇ ପାରେ । କାରଣ ପ୍ରତ୍ୟେକ ବ୍ୟକ୍ତି ପ୍ଲାଷ୍ଟିକ ବୋତଲରେ ପାଣି ସବୁବେଳେ ପିଇଥାନ୍ତି । କଲମ୍ବିଆ ବିଶ୍ବବିଦ୍ୟାଳୟରେ ଏକ ଶୁଦ୍ଧ ପ୍ଲାଷ୍ଟିକ ପାଣିବୋତଲରୁ ବିସ୍ଫୋନାଲ ନାମକ ହାନିକାରକ କେମିକାଲ ମିଳିଥିଲା । ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଦ୍ବାରା ଫର୍ଟିଲିଟି କମଜୋର ହୋଇ ଯାଇଥାଏ । କେବଳ ଏତିକି ନୁହେଁ ଅତ୍ୟଧିକ ରକ୍ତଚାପ, ଡାଇବେଟିସ, ଏବଂ ହୃଦରୋଗଜନିତ ସମସ୍ୟା ମଧ୍ୟ ଦେଖା ଦେଇଥାଏ । 
ଡାଏଟ ସୋଢା
ସମସ୍ତେ ଭାବନ୍ତି ଏହା ଶରୀର ପାଇଁ ଖୁବ ଭଲ କିନ୍ତୁ ପ୍ରକୃତରେ ଏହା ଶରୀର ପାଇଁ କ୍ଷତିକାରକ ଅଟେ । ଏଥିରେ ଅନେକ ପ୍ରକାରର କେମିକାଲ ଦେଖିବାକୁ ମିଳିଥାଏ । ଯାହା ରକ୍ତରେ ଶର୍କରା ସ୍ତର ବଢାଇଥାଏ । ଫ୍ୟାଟ ଅଂଶ ମଧ୍ୟ ବଢିଥାଏ । ଯାହା ଶରୀରରେ ଜମା ହୋଇଥାଏ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Do you eat something unhealthy food like this every day? So be careful | Argus News