Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଆପଣ ନିୟମିତ ଲିପଷ୍ଟିକ ଲଗାଉଛନ୍ତି କି.....ଏସବୁ ପ୍ରତି ଧ୍ୟାନ ରଖନ୍ତୁ

Ritu Das
Browse all articles by Ritu Das
·2 years ago·1 min read
ଆପଣ ନିୟମିତ ଲିପଷ୍ଟିକ ଲଗାଉଛନ୍ତି କି.....ଏସବୁ ପ୍ରତି ଧ୍ୟାନ ରଖନ୍ତୁ

ଅର୍ଗସ ବ୍ୟୁରୋ: ପ୍ରତ୍ୟେକ ମହିଳା ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ନିଜକୁ ଖୁବ ସୁନ୍ଦର ଭାବେ ସଜାଇ ଥାଆନ୍ତି। ଏଥିପାଇଁ ବିଭିନ୍ନ ପ୍ରକାର ପ୍ରସାଧାନ ସାମଗ୍ରୀର ବ୍ୟବହାର କରବିାକୁ ପସନ୍ଦ କରିଥାନ୍ତି। ସେହି ପ୍ରସାଧାନ ସମାଗ୍ରୀମାନଙ୍କ ମଧ୍ୟରେ ଲିପଷ୍ଟିକର ସମସ୍ତଙ୍କର ପ୍ରିୟ ପ୍ରସାଧାନ ସାମଗ୍ରୀ। ଲିପଷ୍ଟିକ ମୁହଁର ମେକଅପ ସୁନ୍ଦରତାକୁ ଦ୍ବିଗୁଣିତ କରିଦେଇଥାଏ। ତେଣୁ ପ୍ରତ୍ୟେକ ମହିଳା ମୁହଁକୁ ମାନିଲା ଭଳି ଲିପଷ୍ଟିକ ସେଡ ବାଛି ଲଗାଇବାକୁ ପସନ୍ଦ କରିଥାନ୍ତି। 

-ଲିପଷ୍ଟିକର ପେଧାଲେଟସ ଓ ଲେଡ ନାମକ କେମିକାଲ ରହିଥାଏ। ଯାହାକି ଶରୀର ପାଇଁ କ୍ଷତିକାରକୁ ହୋଇଥାଏ। ଏହାଦ୍ବାରା ଅନେକ ପ୍ରକାର ରୋଗ ହୋଇଥାଏ। ଯଦି ଆପଣ ମଧ୍ୟ ନିୟମିତ ଲିପଷ୍ଟିକ ଲଗାଉଛନ୍ତି ତେବେ ସତର୍କ ହୋଇଯାଆନ୍ତୁ।
-ଲିପଷ୍ଟିକରେ ଏଭଳି କେମିକାଲ ରହିଥାଏ ଯାହାକି ଶରୀରର ଟକ୍ସିନ ଉତ୍ପନ୍ନ କରିଥାଏ। ଟକ୍ସିନ ବୃଦ୍ଧି ହେବା ଦ୍ବାରା ଅନେକ ପ୍ରକାର ଶାରିରୀକ ସମସ୍ୟା ହୋଇଥାଏ।
-ଅନେକ ସମୟରେ ଏହି ଦୁଇ କେମିକାଲ ଓଠକୁ ରିଆକ୍ସନ କରି ଥାଆନ୍ତି। ଏବଂ ଓଠରେ ମଧ୍ୟ ଘା' ହୋଇଥାଏ ଯାହାକି ଦୀର୍ଘଦିନ ପର୍ଯ୍ୟନ୍ତ ଓଠକୁ କ୍ଷତି କରାଇଥାଏ।ö
-ଏହି ରିସର୍ଚ୍ଚ ଅନୁସାରେ ଲିପଷ୍ଟିକ ଲଗାଉଥିବା ମହିଳା ଅନେକ ସମୟରେ କ୍ୟାନ୍ସରରେ ମଧ୍ୟ ପୀଡ଼ିତ ହୋଇଯାଆନ୍ତି। ଯାହାକି ଜୀବନ ପ୍ରତି ବିପଦ ଆଣିଥାଏ।
-ଗୋଟିଏ ନୂତନ ଅଧ୍ୟୟନ ଅନୁସାରେ ଲିପଷ୍ଟିକ ଅନେକ ସମୟରେ କିଡନୀ ଫେଲର ମଧ୍ୟ କାରଣ ହୋଇଥାଏ। ଲିପଷ୍ଟିକରେ ଥିବା କେଡମିୟମ କେମିକାଲ କାରଣରୁ କିଡନୀ ମଧ୍ୟ ପ୍ରଭାବିତ ହୋଇଥାଏ।
ନିୟମିତ ଲିପଷ୍ଟିକ ଲଗାଇବା ଦ୍ବାରା ପେଟ ସମ୍ବନ୍ଧିତ ସମସ୍ୟା ମଧ୍ୟ ଦେଖାଯାଇଥାଏ। 

ତେବେ ଲିପଷ୍ଟିକ ଲଗାଇବା ପୂର୍ବରୁ କିଛିଟା କଥା ନିହାତି ଧ୍ୟାନ ଦେବା ଜରୁରୀ
-ଭଲ ବ୍ରାଣ୍ଡର ଲିପଷ୍ଟିକ ଲଗାନ୍ତୁ
-ଲିପଷ୍ଟିକର ଏକ୍ସପାରି ଡେଟ ଚେକ ନିହାତି କରନ୍ତୁ
-କୌଣସି ଜିନିଷ ଖାଇବା ପୂର୍ବରୁ ଲିପଷ୍ଟିକ ନିହାତି ପୋଛିବା ଜରୁରୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର 
 

Sponsored
Do you use | Argus News