Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କିସମିସ୍ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ

Lifestyle

କିସମିସ୍ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ

Rashmita Mishra
Browse all articles by Rashmita Mishra
·2 years ago·2 min read
କିସମିସ୍ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ

ଅର୍ଗସ ବ୍ୟୁରୋ: ବର୍ତ୍ତମାନ ସମସ୍ତେ ଚାହାନ୍ତି କି କମ ପରିଶ୍ରମରେ ନିଜର ଓଜନ କମାଇବା ପାଇଁ । ଯଦି ଏମିତି କିଛି ଆପଣବି ଚାହୁଁଛନ୍ତି ତେବେ କିସମିସ୍ ପାଣି ପିଅନ୍ତୁ ।କିସମିସ୍ ପାଣି ପିଇବା ଦ୍ଵରା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ଏହି ଶୁଖିଲା ଫଳର ପାଣି ପିଇବାର ସୁବିଧା ଏବଂ ଅସୁବିଧା କ’ଣ ଜାଣନ୍ତୁ 

କିସମିସ୍ ଏକ ଭଲ ଶୁଖିଲା ଫଳ ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାର  ମିଳିଥାଏ । କିସମିସ୍ ଖାଇବାର ଅନେକ ଲାଭ ଅଛି ଆଜିକାଲି କିସମିସ୍ ପାଣି ବହୁତ ଚର୍ଚ୍ଚାରେ ।ଅନେକ ଲୋକ ବିଶ୍ୱାସ କରନ୍ତି କି କିସମିସ୍ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହେଇଥାଏ ।ଏହି ଶୁଖିଲା ଫଳରେ ପ୍ରାକୃତିକ ଚିନି, ଭିଟାମିନ୍ ଏବଂ ମିନେରାଲ୍ସ ରହିଥାଏ ଯାହା ଏହାକୁ ଖାଇବା ଦ୍ଵାରା ସୁସ୍ଥ କରିଥାଏ। ତେଣୁ କିସମିସ୍ ପାଣି ପିଇବା ଦ୍ୱାରା ଅନେକ ଲାଭ ମିଳିପାରେ କିନ୍ତୁ ଏହାର କିଛି ଅସୁବିଧା ମଧ୍ୟ ହୋଇପାରେ । ଏଠାରେ ଆମେ ଏହାର ସୁବିଧା ଏବଂ ଅସୁବିଧା ବିଷୟରେ କହୁଛୁ ।

କିସମିସ୍ ଜଳର ଉପକାର :-
ଓଜନ ହ୍ରାସ କରିବାରେ ସହାୟକ ହୁଏ:-କିସମିସ୍ ପାଣିରେ କମ୍ ପରିମାଣର ପ୍ରାକୃତିକ ଚିନି ରହିଥାଏ। ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ଅନ୍ତନଳୀକୁ ସଫା ରଖେ:-କିସମିସରେ ପ୍ରଚୁର ପରିମାଣର ଫାଇବର ଥାଏ ଯାହା ଆପଣଙ୍କ ଅନ୍ତନଳୀକୁ ସଫା ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶକ୍ତିଶାଳୀ: କିସମିସରେ ପ୍ରାକୃତିକ ଚିନି ରହିଥାଏ ଯାହା ଶରୀରକୁ ଶକ୍ତି ଯୋଗାଇଥାଏ । ଏହା ଆପଣଙ୍କ ଶରୀରକୁ ଶକ୍ତିଶାଳୀ ଏବଂ ଉତ୍ସାହିତ ରଖେ 

କିସମିସ୍ ଜଳର ଅସୁବିଧା :-
ଅତ୍ୟଧିକ କ୍ୟାଲୋରୀ: କିସମିସରେ ଚିନି ସହିତ ଅଧିକ ପରିମାଣର କ୍ୟାଲୋରୀ ଥାଏ । ଅଧିକ ପରିମାଣର କିସମିସ୍ ପାଣି ପିଇଲେ ଓଜନ ବଢିପାରେ ।
ହାଇ ଗ୍ଲାଇସେମିକ୍ ଇଣ୍ଡେକ୍ସ: କିସମିସ୍ ପାଣିରେ ଏକ ଉଚ୍ଚ ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଛି ଯାହା ମଧୁମେହ ରୋଗୀଙ୍କ ପାଇଁ ପରିଚାଳନା କରିବା କଷ୍ଟକର ହୋଇପାରେ ତେଣୁ କିସମିସ୍ ପାଣି ପିଇବା ପୂର୍ବରୁ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ  ଆହୁରି ମଧ୍ୟ ଏହାକୁ ଅଳ୍ପ ପରିମାଣରେ ଖାଇବା ଏବଂ ସୁସ୍ଥ ଖାଦ୍ୟ ଏବଂ ବ୍ୟାୟାମ କରନ୍ତୁ ସୁସ୍ତ ରୁହନ୍ତୁ । 

ଅଧିକ ପଢନ୍ତୁ ଜୀବନ ଶୈଳୀ ଖବର

Painting
Sponsored
does-drinking-raisin-water-help-in-weight-loss-know-what-are-the-advantages-and-disadvantages-of-drinking-this-dry-fruit-water | Argus News