|
logo
Live

Argus News - ସାବଧାନ୍‌ ! ପିଲାମାନେ ଚା' ଓ କଫି ପିଉଛନ୍ତି କି ?

Lifestyle

ସାବଧାନ୍‌ ! ପିଲାମାନେ ଚା' ଓ କଫି ପିଉଛନ୍ତି କି ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
ସାବଧାନ୍‌ ! ପିଲାମାନେ ଚା' ଓ କଫି ପିଉଛନ୍ତି କି ?

ଅର୍ଗସ ବ୍ୟୁରୋ:  ଚା ଓ କଫି ସମସ୍ତଙ୍କୁୂ ବହୁତ ଭଲ ଲାଗେ। ଆଖି ଖୋଲିବା ମାତ୍ରେ ପ୍ରଥମେ ଚା ଦରକାର । ଅନେକ ଲୋକ ଏପରି ରହିଛନ୍ତି ଯେଉଁ ମାନଙ୍କୁ ଚା’ ପିଇବା ଖୁବ୍ ପସନ୍ଦ । ସମସ୍ତେ ଜାଣିଛନ୍ତି ଏହା ଦେହ ପାଇଁ କ୍ଷତିକାରକ, ତଥାପି ସକାଳୁ ସକାଳୁ ଟିକେ ଚା ନହେଲେ ଲୋକଙ୍କ ନିଦ ଭାଙ୍ଗୁନି। ତେବେ ବୟସ୍କମାନଙ୍କ ପରି ପିଲମାନେ ମଧ୍ୟ ଦିନକୁ ଦୁଇରୁ ତିନିଥର ଚା ପିଇଥାନ୍ତି । ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ପିଲା ଚା ପିଇବାକୁ ଜିଦ୍ ଧରିଥାଏ ଏବଂ ଆପଣ ତାଙ୍କ ଜିଦ୍‌କୁ ପୂରଣ କରନ୍ତି, ତେବେ ଜାଣନ୍ତୁ ଯେ ଆପଣ ପିଲାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ, ବାସ୍ତବରେ ଚା କିମ୍ବା କଫି ହେଉ, ଏଥିରେ ଅଧିକ କଫିନ୍ ଏବଂ ଚିନି ଥାଏ । ଏହା ସହ ଏଥିରେ ବହୁ ପରିମାଣରେ କଫିନ୍‌ ମିଳିଥାଏ, ଯାହା ପିଲାମାନଙ୍କର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ତେବେ ଉଭୟ କଫିନ୍ ଏବଂ ଚିନି ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହା କେବଳ ଶାରୀରିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ ନାହିଁ ବରଂ ପିଲାମାନେ ଆହୁରୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତାହେଲେ ଆସନ୍ତୁ ଜାଣିବା ଯେ ପିଲାମାନଙ୍କୁ ଚା କିମ୍ବା କଫି ଦେବାର କ୍ଷତି ଏବଂ କେତେ ବର୍ଷ ପରେ ପିଲାମାନଙ୍କୁ ଏହାକୁ ପିଇବାକୁ ଦିଆଯିବା ଉଚିତ୍ । ଭାରତରେ ଦିନର ଆରମ୍ଭ ଚା’ ବିନା ଅସମ୍ପୂର୍ଣ୍ଣ ଅଟେ ।

୧୨ ରୁ ୧୮ ବର୍ଷ ବୟସର ପିଲାମାନେ ପ୍ରତିଦିନ ୧୦୦ ମିଗ୍ରା ରୁ ଅଧିକ କଫିନ୍ ଗ୍ରହଣ କରିବା ଉଚିତ୍ ନୁହେଁ । ଯଦି ଆପଣ ପିଲାମାନଙ୍କୁ ଅଧିକ ପରିମାଣର ଚା କିମ୍ବା କଫି ଦିଆଯାଏ । ତେବେ ସେମାନେ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଚା ଏବଂ କଫିରେ ଟେନିନ୍ ନାମକ ଯୌଗିକ ରହିଥାଏ, ଯାହା ପିଲାମାନଙ୍କୁ କ୍ୟାଲସିୟମ୍ ଏବଂ ଆଇରନ୍‌ ଅବଶୋଷଣ କରିବାରେ ରୋକିଥାଏ । ଏହି କାରଣରୁ ପିଲାମାନେ ରକ୍ତହୀନତାର ଶିକାର ହୁଅନ୍ତି । ତେବେ ପିଲାମାନଙ୍କର ଦାନ୍ତ ସମସ୍ୟା ମଧ୍ୟ ହୋଇଥାଏ ।ସେଥିପାଇଁ ପିଲାମାନଙ୍କୁ ଚା’ କିମ୍ବା କଫି ପିଇବାକୁ ଦେବା ଉଚିତ ନୁହେଁ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଭିଡିଓ:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
ସାବଧାନ୍‌ ! ପିଲାମାନେ ଚା' ଓ କଫି ପିଉଛନ୍ତି କି ? | Argus News