Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଖାଦ୍ୟକୁ ଅନାଦାର କଲେ କଣ ହୁଏ ?

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଖାଦ୍ୟକୁ ଅନାଦାର କଲେ କଣ ହୁଏ ?

ଅର୍ଗସ ବ୍ୟୁରୋ: ଶରୀରର ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଆବଶ୍ୟକ ଉପାଦାନ ବିଭିନ୍ନ ଖାଦ୍ୟରୁ ମିଳିଥାଏ । ତେଣୁ ଉତ୍ତମ ଖାଦ୍ୟ ଆମ ଜୀବନ ଧାରଣ ପାଇଁ ଏକାନ୍ତ ଆବଶ୍ୟକ । ଖାଦ୍ୟ ଏବଂ ଏଥିରେ ଥିବା ବିଭିନ୍ନ ଆବଶ୍ୟକୀୟ ଉପାଦାନ ଗୁଡିକୁ ଆମେ ପୁଷ୍ଟି ବା ପୋଷଣ ବୋଲି କହିଥାଉ । ଖାଦ୍ୟ ଏବଂ ଖାଦ୍ୟ ସମ୍ବନ୍ଧୀୟ ବିଭିନ୍ନ ଦିଗର ତର୍ଜମା ପାଇଁ ପୃଷ୍ଟି ବା ପୋଷଣ ଆବଶ୍ୟକ । ଆମ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ଏବଂ ପୋଷଣ ଜନିତ ଜ୍ଞାନ ଏକାନ୍ତ ଆବଶ୍ୟକ । ହେଲେ ଆପଣ ଜାଣନ୍ତି କି ଖାଦ୍ୟ ନଷ୍ଟ କରିବା ଦ୍ୱାରା କଣ ହୋଇଥାଏ। ଅନ୍ନ ଈଶ୍ୱରଙ୍କ ସହ ସମାନ ବୋଲି ମାନ୍ୟତା ରହିଛି। ଭୋଜନକୁ ନେଇ ବାସ୍ତୁ ଶାସ୍ତ୍ରରେ ଅନେକ ନିୟମ ରହିଛି ଯାହା ପାଳନ କଲେ ଶୁଭପ୍ରଦ ହୋଇଥାଏ ।

ଭୋଜନ କରିବା ସମୟରେ ଅନ୍ୟ କୌଣସି କାର୍ଯ୍ୟ, କଥାବାର୍ତ୍ତା ଆଦି କରିବା ଉଚିତ ନୁହେଁ। ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ରୋଷେଇ ଘର ତିଆରି କରନ୍ତୁ ନାହିଁ।
ଘରକୁ ଆସୁଥିବା ଅତିଥିଙ୍କୁ ସର୍ବଦା ଦକ୍ଷିଣ ଓ ପଶ୍ଚିମ ଦିଗରେ ବସାଇ ଭୋଜନ କରାନ୍ତୁ।ରୋଷେଇ ଘରେ ନିଆଁ ପାଣି କଦାପି ଅତି ନିକଟରେ ରଖନ୍ତୁ ନାହିଁ ।
ଡଷ୍ଟବିନକୁ ରୋଷେଇ ଘରେ ରଖନ୍ତୁ ନାହିଁ। ରୋଷେଇ ଘର କାନ୍ଥର ରଙ୍ଗ ହଳଦିଆ, ନାରଙ୍ଗୀ ଆଦି ରଖନ୍ତୁ। ଭୋଜନ ପ୍ରସ୍ତୁତ କରିବା ସମୟରେ ପରିବାର ସଦସ୍ୟଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିବା ଉଚିତ। ହାତ, ଗୋଡ, ମୁହଁ ଭଲ ଭାବେ ଧୋଇ ଭୋଜନ ଗ୍ରହଣ କରନ୍ତୁ। ଓଦା ଗୋଡରେ ଭୋଜନ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ଭୋଜନ କରିବା ପରେ ସେହି ଥାଳିରେ ହାତ ଧୁଅନ୍ତୁ ନାହିଁ। ଥାଳିରେ ବଳକା ଖାଦ୍ୟ ଛାଡନ୍ତୁ ନାହିଁ । ଚଟାଣରେ ବସି ଆସନ ପକାଇ ଭୋଜନ କରିବା ସବୁଠାରୁ ଉତ୍ତମ ବୋଲି କୁହାଯାଏ। ଖଟରେ ବସି ଆଦୌ ଭୋଜନ କରନ୍ତୁ ନାହିଁ। ପ୍ରତିଦିନ ଗାଈ, କୁକୁର , ପିମ୍ପୁଡି, ପକ୍ଷୀଙ୍କୁ କିଛି ଖାଦ୍ୟ ନିଶ୍ଚୟ ଦିଅନ୍ତୁ। ଗାଈକୁ ପ୍ରତିଦିନ ଖାଦ୍ୟ ଖୁଆଇବା ଦ୍ୱାରା ଆର୍ଥିକ ସଙ୍କଟ ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
don't waste food | Argus News