|
logo
Live

Argus News - ସ୍ବପ୍ନ ବଦଳାଇବ ଆପଣଙ୍କ ଭାଗ୍ୟ

Lifestyle

ସ୍ବପ୍ନ ବଦଳାଇବ ଆପଣଙ୍କ ଭାଗ୍ୟ

Ritu Das
Browse all articles by Ritu Das
·1 year ago·2 min read
ସ୍ବପ୍ନ ବଦଳାଇବ ଆପଣଙ୍କ ଭାଗ୍ୟ

ଅର୍ଗସ ବ୍ୟୁରୋ: ଆମ ଭିତରୁ ଅଧିକାଂଶଙ୍କ ମନରେ ଲୁକ୍କାୟିତ ଇଚ୍ଛାଟିଏ ଥାଏ। ଏମିତି କିଛି ଘଟନ୍ତା କି ମୁଁ ରାତାରାତି ସଫଳତାର ଶୀର୍ଷରେ ପହଞ୍ଚିଯାଆନ୍ତି। କେବେ କେବେ ସେମିତି ଘଟେ। ଆଉ ବେଳେ ବେଳେ ସ୍ବପ୍ନ ଜରିଆରେ ଏହାର ଆଭାସ ମିଳିଥାଏ। ଆସନ୍ତୁ ସେଭଳି କିଛି ସ୍ବପ୍ନ ବିଷୟରେ ଆପଣଙ୍କୁ ସତ କଥା ଆପଣଙ୍କୁ ଜଣାଇବୁ। 

ରାଜଭବନର ଶିଖର ଉପରେ ଚଢି ଯେଉଁ ବ୍ୟକ୍ତି ଭୋଜନ କରୁଥିବାର ଦେଖେ ବା ଯେଉଁ ଅଗାଧ ଜଳ ଭିତରେ ପହଁରୁଥିବା ଦେଖେ ସେ ରାଜା ପରି ଉଚ୍ଚପଦ ଲାଭ କରେ ବୋଲି କୁହାଯାଏ। ପୁଣି ସ୍ବପ୍ନରେ ଯେଉଁ ବ୍ୟକ୍ତି ବାନ୍ତି ବା ବଷ୍ଠାର ସ୍ବାଦ ଗ୍ରହଣ କରି ଖାଏ, ତାକୁ ଅଭକ୍ଷ ଭାବି ଘୃଣା କରେନାହିଁ, ସେ ବ୍ୟକ୍ତି ରାଜ୍ୟ ବା ଅଚଳାଚଳ ସମ୍ପତ୍ତି ଲାଭ କରେ । 

ଯେଉଁ ବ୍ୟକ୍ତି ସ୍ବପ୍ନରେ ମୂତ୍ର,ରେତ ଓ ରକ୍ତ ଖାଏ ତଥା ତାହାକୁ ତେଲ ପରି ଦେହରେ ବୋଳିହୁଏ, ସେ ଧନବାନ ହୁଏ।  ପଦ୍ମପତ୍ର ଉପରେ ବସି ଯିଏ ଖିରି ଖାଏ ସେ ବିଶାଳ ରାଜ୍ୟ ବା ଧନସମ୍ପତ୍ତି ପ୍ରାପ୍ତ କରେ।

ସେହିପରି ସ୍ବପ୍ନରେ ଯେଉଁ ବ୍ୟକ୍ତି ଫଳ ଓ ଫୁଲ ଖାଏ ବା ଦେଖେ ତାଙ୍କ ଅଗଣାରେ ଲକ୍ଷ୍ମୀ ଲୋଟନ୍ତି। ଅର୍ଥାତ୍ ତାଙ୍କ  ଅଗଣାରେ ଧାନ , ଚାଉଳ, ମୁଗ, ବିରି ଆଦି ଗଦା ହୁଏ

ସ୍ବପ୍ନରେ ଯେଉଁ ବ୍ୟକ୍ତି ଧନୁରେ ଶର ସନ୍ଧାନ କରେ ସେ ନିଜ ଶତ୍ରୁମାନଙ୍କୁ ମାରି ନିଷ୍କଣ୍ଟକ ରାଜ୍ୟ ଭୋଗ କରେ। ସେହିପରି ସ୍ବପ୍ନରେ ଯେଉଁ ବ୍ୟକ୍ତି ଅନ୍ୟର ଶତ୍ରୁତା କରେ, ଅନ୍ୟକୁ ବଧ କରେ ବା ବନ୍ଦୀ କରେ ସେ ଧନବାନ ହୁଏ। ଯେଉଁ ବ୍ୟକ୍ତି ପର୍ବତ ଶିଖର ଉପରେ ଚଢି ବିନା ପରିଶ୍ରମରେ ଓହ୍ଲେଇ ଆସେ ସେ ସମସ୍ତ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ କରି ସକୁଶଳ ଘରକୁ ଫେରେ। ସ୍ବପ୍ନରେ ଯଦି କେବେ ଆପଣ ବିଷ ପିଇ ମରିଯିବା ଦେଖିଛନ୍ତି ତେବେ ସେ ଉତ୍ତମ ପୁରୁଷ ଅନେକ ପ୍ରକାର ଭୌତିକ ସୁଖ ଦ୍ବାରା ଯୁକ୍ତ ତଥା କଷ୍ଟ ଓ ରୋଗରୁ ମୁକ୍ତ ହୁଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ କିଛି ସ୍ବପ୍ନ ଏମିତି ଅଛି ଯାହାକୁ ଦେଖିଲେ କିଛି ମାସ ମଧ୍ୟରେ ମୃତ୍ୟୁ ସୁନିଶ୍ଚିତ ବୋଲି କୁହାଯାଏ। ସ୍ବପ୍ନରେ ଅସ୍ତ୍ରଶସ୍ତ୍ର, ଗହଣା, ମଣି ବା ମିଭିନ୍ନ ପ୍ରକାର ରତ୍ନ, ପ୍ରବଳ, ସୁନା ତଥା ତମ୍ବା ଚୋରି ହେବା ହାନି ବା ଅଶୁଭ ଫଳଦାୟକ ହୋଇଥାଏ। 

ହସୁଥିବା, ନାଚୁଥିବା, ମୋଟାସୋଟା, ଡେଙ୍ଗା ଓ ବାଳରହିତ ମନୁଷ୍ୟକୁ ଯେଉଁ ବ୍ୟକ୍ତି ସ୍ବପ୍ନରେ ଦେଖେ ସେ ଦୁଇମାସ ପର୍ଯ୍ୟନ୍ତ ଜୀବିତ ରହେ।  କାନ, ନାକ, ବାହୁ କଟିଯିବା, ଗୋବର କୁଣ୍ଡରେ ବୁଡିଯିବା, ଦାନ୍ତ ଓ କେଶ ଗୋବର କୁଣ୍ଡରେ ବୁଡିଯିବା, ଦାନ୍ତ ଓ କେଶ ଝଡିବା, ଅତ୍ୟଧିକ ମାଂସ ଖାଇବା, ଘର ବା ରାଜମହଲ ଫାଟିଯିବା ଆଦି ସ୍ବପ୍ନରେ ଦେଖିଲେ ବ୍ୟକ୍ତି ରୋଗାଗ୍ରସ୍ତ ହୋଇଥାଏ କିମ୍ବା ତା'ର ମୃତ୍ୟୁ ହୋଇଯାଏ। 

ଘୋଡା, ହାତୀ,ବସ୍ତ୍ର ତଥା ଗୃହ ଆଦି ଲୁଟପାଟ ବା ଚୋରି ଯେଉଁ ବ୍ୟକ୍ତି ଦେଖେ ତା'ର ଇଡି ବା ସିବିଆଇ ତଦନ୍ତ ବା ଜେଲଯିବା ସୁନିଶ୍ଚିତ ବୋଲି ଶ୍ରୀଧରକୃତ 'ସ୍ବପ୍ନ କମଳାକର' ରେ ବର୍ଣ୍ଣିତ ହୋଇଛି।

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର 

Sponsored
ସ୍ବପ୍ନ ବଦଳାଇବ ଆପଣଙ୍କ ଭାଗ୍ୟ | Argus News